Advertisment

Rape and Murder In Balasore: କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ! ମିଳିଲା ଝୁଲନ୍ତା ମୃତଦେହ

ବାଲେଶ୍ୱରରେ ଜଣେ ୧୭ ବର୍ଷୀୟା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିଜର କିଛି ସହଯୋଗୀଙ୍କ ସହ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ।

author-image
Namita Biswal
ଅଦ୍ୟତନ ହୋଇଛି
Rape and Murder

Rape and Murder

ବାଲେଶ୍ୱରରେ ଚାଞ୍ଚଲ୍ୟ । କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଭୋଗରାଇ ଅଞ୍ଚଳରେ ଜଣେ ୧୭ ବର୍ଷୀୟା ନାବାଳିକା କଲେଜ ଛାତ୍ରୀଙ୍କୁ କିଛି ଯୁବକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଭୋଗରାଇ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ବସନ୍ତ ମାଝୀ ନାମକ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।

Advertisment

ଅଧିକ ପଢନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା । ଭୋଗରାଇ ଅଞ୍ଚଳର ବସନ୍ତ ମାଝୀ ଓରଫ୍ ବାଣ୍ଟୁ  ତାର କିଛି ସହଯୋଗୀଙ୍କ ସହ ମିଶି ଘରେ କେହି ନଥିବାର ସୁଯୋଗରେ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲେ । ଏହାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ବେକରେ ରଶି ଲଗାଇ ଝୁଲାଇ ଦେଇଥିଲେ । 

Advertisment

ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳକୁ ଯାଇ ଘର ଭିତରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏନେଇ ମାମଲା ରୁଜୁ କରିବା ସହ ବସନ୍ତ ମାଝୀକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ତେବେ ଏହି ଘଟଣାରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।  

ଅଧିକ ପଢନ୍ତୁ: ଡଙ୍ଗା ବୁଡି ୨ ଛୁଆ ମୃତ, ମା’ ନିଖୋଜ: ଅଳ୍ପକେ ବର୍ତ୍ତିଲେ ବାପା

 

Balasore Rape And Murder Oidsha Crime News
Advertisment
Advertisment