Advertisment

Mobile App for Revenue Department Certificates: ଘରେ ବସି ମିଳିବ ରାଜସ୍ବ ବିଭାଗର ପ୍ରମାଣପତ୍ର, ମୋବାଇଲ୍ ଆପରେ ମିଳିବ ୧୮ ପ୍ରକାର ସେବା

ଏଣିକି ଛୋଟ ଛୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ରାଜସ୍ବ ଅଧିକାରୀଙ୍କ ପାଖକୁ। ରାଜସ୍ବ ବିଭାଗର ସବୁ ସେବା ଘରେ ବସି ମୋବାଇଲ୍ ଆପ୍‌ରେ ପାଇପାରିବେ । ଏଥିପାଇଁ ଆପ୍ ପ୍ରସ୍ତୁତ ହୋଇସାରିଛି ।

author-image
Santosh Kumar Sahoo
undefined

ମୋବାଇଲ ଆପ୍‌ରେ ମିଳିବ ୧୮ ସେବା

ରାଜସ୍ବ ବିଭାଗର ଜରୁରୀ ସାର୍ଟିଫିକେଟ୍ ପାଇଁ ଆଗକୁ ଆଉ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବନି। ଘରେ ବସି, ମୋବାଇଲ୍ ଆପ୍ ସାହାଯ୍ୟରେ ଏହି ସେବା ପାଇପାରିବେ। ଏହି ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ। ଯେଉଁଥିରେ ଉପଲବ୍ଧ ହେବ ୧୮ ପ୍ରକାର ଗୁରୁତ୍ବପୂର୍ଣ୍ଣ ପ୍ରମାଣପତ୍ର। ଆଉ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେବା ଯୋଗାଇ ନଦେଲେ ସଂପୃକ୍ତ ଅଧିକାରୀଙ୍କୁ ଦେବାକୁ ପଡ଼ିବ ଜୋରିମାନା ।

Advertisment

ଅଧିକ ପଢ଼ନ୍ତୁ: ଅସାଧୁ ମେଡିସିନ୍ ଷ୍ଟୋର ସାଜିଛନ୍ତି କି ବେଆଇନ୍ ଗର୍ଭପାତର ପେଣ୍ଠସ୍ଥଳୀ ?

ଏଣିକି ଛୋଟ ଛୋଟ କାମ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି ରାଜସ୍ବ ଅଧିକାରୀଙ୍କ ପାଖକୁ। ରାଜସ୍ବ ବିଭାଗର ସବୁ ସେବା ଘରେ ବସି ମୋବାଇଲ୍ ଆପ୍‌ରେ ପାଇପାରିବେ । ଏଥିପାଇଁ ଆପ୍ ପ୍ରସ୍ତୁତ ହୋଇସାରିଛି । ଖୁବ୍ ଶୀଘ୍ର ଏହାର ଲୋକାର୍ପଣ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

ପୂର୍ବ ସରକାର ସମୟରେ ଆବେଦନକାରୀଙ୍କ ସ୍ବାର୍ଥକୁ ଆଖିରେ ରଖି ସବୁ ତହସିଲ ଭିତରେ ଖୋଲିଥିଲା ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍। ହେଲେ ଏହାକୁ ଭୃକ୍ଷେପ କରୁନଥିଲେ ଅଧିକାରୀ । ଜାତିଗତ ପ୍ରମାଣପତ୍ର ହେଉ କିମ୍ବା ଇନକମ୍ ସାର୍ଟିଫିକେଟ୍.. ଲିଗାଲ୍ ହେୟାର ହେଉ କି ସଲଭେନ୍ସି ସାର୍ଟିଫିକେଟ୍.. ସବୁ କାମ ପାଇଁ ତହସିଲ୍ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଥିଲା । କିନ୍ତୁ ନୂଆ ବ୍ୟବସ୍ଥା ଦ୍ବାରା ସେ ସମସ୍ୟା ଆଉ ଭୋଗିବାକୁ ପଡ଼ିବନି ।

ରାଜସ୍ବ ବିଭାଗର ୧୮ଟି ସେବା ହାତପାଆନ୍ତାରେ ପାଇପାରିବେ ଆବେଦନକାରୀ, ତା ପୁଣି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ । ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ନପାରିଲେ, ତେବେ ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟନୁଷ୍ଠାନ। ଏପରିକି ସଂପୃକ୍ତ ଅଧିକାରୀଙ୍କ ଦରମାରୁ ଜୋରିମାନା ଟଙ୍କା କଟିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ରାଜସ୍ବ ବିଭାଗର ଏହି ଆପ୍ କେତେଦିନ ଭିତରେ ଆସିବ ସେନେଇ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି ବିଭାଗୀୟ ମନ୍ତ୍ରୀ। କିନ୍ତୁ ଆପ୍ ଆସିଲେ ବାରମ୍ବାର ଅଫିସକୁ ଦୌଡିବା ଭଳି ସମସ୍ୟା ଆଉ ଭୋଗିବାକୁ ପଡିବନି ବୋଲି ଆଶା ରଖିଛନ୍ତି ଲୋକେ। ସେପଟେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ କହିବା କଥା, ଅନଲାଇନ୍ ହେଉକି ଅଫଲାଇନ୍ ସବୁ ଜଣେ ଜଣେ ଅଧିକାରୀଙ୍କ ଦ୍ବାରା ପରିଚାଳିତ। ତେଣୁ ବିଭିନ୍ନ କାରଣ ଦେଖାଇ ସେମାନେ ଅଣଦେଖା କରିପାରନ୍ତି । ଦେଖିବାର କଥା ରାଜସ୍ବ ବିଭାଗର ଏହି ଆପ୍ କେତ ଶୀଘ୍ର ଆସୁଛି ଓ ଲୋକେ ବାସ୍ତବରେ ଏହାଦ୍ବାରା କେତେ ଦୂର ଉପକୃତ ହୋଇପାରୁଛନ୍ତି ।

ଅଧିକ ପଢ଼ନ୍ତୁ: ବୁଧବାର ସ୍ନାନ ଯାତ୍ରା, ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତା

Odisha Suresh Pujari Revenue Dept
Advertisment
Related Articles
Advertisment