Advertisment

Son From Abroad Performs Funeral Rites: ୪ ଦିନ ପରେ ଉଠିଲା କୋକେଇ, ବିଦେଶରୁ ଆସି ପୁଅ ଦେଲା ମାଆକୁ ମୁଖାଗ୍ନି

ପୁଅ ସହ ନାତି ଟୋକା ବି ଧାଇଁ ଆସିଛି ବିଦେଶରୁ । ମାଆର ମରଶରୀରକୁ କାନ୍ଧେଇ ନେଇ ଅନ୍ତିମ ସତ୍କାର କରିଛି ପୁଅ । ହେଲେ ମଲା ପରେ ବି ନିର୍ଜୀବ ଦେହଟା ଯେମିତି ଦହଗଞ୍ଜ ହେଲା... ଯିଏ ଶୁଣୁଛି, ସିଏ ନିନ୍ଦୁଛି ।

author-image
Tapan Swain
Last Rites

Last Rites Photograph: (OTV)

୪ ଦିନ ପରେ ଘରୁ ଉଠିଛି କୋକେଇ, ମୁଖାଗ୍ନି ଟିକିଏ ପାଇଁ ଏ ନିର୍ଜୀବ ଦେହଟାର ଅପେକ୍ଷା ସରିଛି... ସ୍ୱାମୀ ନ ଛୁଇଁଲା ନାଇଁ, ତଥାପି ଅହି ସୁଲକ୍ଷଣୀ ହୋଇ ସଧବା ବେଶରେ ମଶାଣିକୁ ଯାଇଛନ୍ତି ଛବିରାଣୀ । ୪ ଦିନ ପଡିରହିବା ପରେ ମୁହଁରେ ନିଆଁ ପାଇଛି ଛବିରାଣୀଙ୍କ ମରଶରୀର ।

Advertisment

ପୁଅ ସହ ନାତି ଟୋକା ବି ଧାଇଁ ଆସିଛି ବିଦେଶରୁ । ମାଆର ମରଶରୀରକୁ କାନ୍ଧେଇ ନେଇ ଅନ୍ତିମ ସତ୍କାର କରିଛି ପୁଅ । ହେଲେ ମଲା ପରେ ବି ନିର୍ଜୀବ ଦେହଟା ଯେମିତି ଦହଗଞ୍ଜ ହେଲା... ଯିଏ ଶୁଣୁଛି, ସିଏ ନିନ୍ଦୁଛି । 

୪ ଦିନ ତଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅରଡବଜାର ଅଞ୍ଚଳର ଏ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀ ମୃତଦେହ ନ ଛୁଇଁବା କି ଅନ୍ତିମ ସତ୍କାର କରିବାକୁ ରାଜି ନହେବା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା ।

Advertisment

ସ୍ୱାମୀ ଛୁଇଁଲେନି ମରଶରୀର

ଅରଡବଜାର ଅଞ୍ଚଳର ସୃଷ୍ଟିଧର ଦେଙ୍କ ପତ୍ନୀ ଛବିରାଣୀ ଦେଙ୍କର ଗତ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଥିଲା । ଛବିରାଣୀଙ୍କ ଠାରୁ ଅଲଗା ହୋଇ ଅନ୍ୟତ୍ର ରହୁଥିଲେ ସ୍ବାମୀ । ତାଙ୍କର ମୃତ୍ୟୁ ଖବର ପାଇ ଗାଁକୁ ବି ଆସିଲେ । ହେଲେ ସ୍ତ୍ରୀର ଅନ୍ତିମ ସତ୍କାର କରିବା ତ ଦୂରରେ ଥାଉ ତାଙ୍କ ମୃତଦେହକୁ ବି ଛୁଇଁଲେ ନାହିଁ । ଦାମ୍ପତ୍ୟ କଳହ ଆଗରେ ତୁଚ୍ଛ ହୋଇଗଲା ସାତଜନ୍ମର ସମ୍ପର୍କ । ଯିଏ ଯେତେ ବୁଝାଇଲେ, ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି ଜିଦ୍ ଧରିଥିଲେ । ସ୍ତ୍ରୀର ମରଶରୀରକୁ ଅନେଇ ଦେଇ ପଳାଇ ଯାଉଥିବାବେଳେ ସୃଷ୍ଟିଧରଙ୍କୁ ଅଟକାଇଥିଲେ ଗ୍ରାମବାସୀ ।

ଛବିରାଣୀଙ୍କ ଏକମାତ୍ର ପୁଅ ସଞ୍ଜୀବ ଦେ କାନାଡାରେ ରହୁଥିବାବେଳେ ଗ୍ରାମବାସୀ ତାଙ୍କ ମା'ଙ୍କର ମୃତ୍ୟୁ ସମ୍ପର୍କରେ ଜଣାଇଥିଲେ । ଆଉ ପୁଅ ଆସିବା ପର୍ଯ୍ୟନ୍ତ ଛବିରାଣୀଙ୍କ ସ୍ବାମୀଙ୍କୁ ସେଠି ରହିବା ପାଇଁ ଗ୍ରାମବାସୀ ଦାବି କରିଥିଲେ । ମୃତଦେହ ଜଗିବା ସହ ତାଙ୍କ ସ୍ୱାମୀ ସୃଷ୍ଟିଧରଙ୍କୁ ବି ଜଗି ରହିଥିଲେ ଗ୍ରାମବାସୀ । ଶେଷରେ ସ୍ତ୍ରୀ ପିଲା ସହ ବିଦେଶରୁ ଫେରିଲା ପୁଅ । ଆଉ ମାଆକୁ କାନ୍ଧେଇ ନେଇ ମୁଖାଗ୍ନି ଦେଲା । ହେଲେ ମୁହଁରେ ନିଆଁ ଟିକିଏ ପାଇବାକୁ ୪ ଦିନ ଧରି ମରଶରୀର ଘରେ ପଡିରହିବାର ଏ ଘଟଣା ଚାରିଆଡେ ଚହଳ ପକାଇଛି । 

Mother Dead Body Son
Advertisment
Related Articles
Advertisment