Advertisment

Subarnarekha Floods: ବନ୍ୟାରେ ବୁଡ଼ିଲା ଘରଦ୍ୱାର, ବସଷ୍ଟାଣ୍ଡରେ ଆଶ୍ରୟ ନେଉଛନ୍ତି ଲୋକେ

ଟେନ୍‌ସନ୍‌ ବଢାଇଛି ଝାଡଖଣ୍ଡ ପାଣି । ଝାଡ଼ଖଣ୍ଡ ଛାଡ଼ିଥିବା ପାଣି ଯୋଗୁ ସୁବର୍ଣ୍ଣରେଖାରେ ବନ୍ୟା । ବୁଡ଼ିଛି ଘର ଦ୍ୱାର । ଉଚ୍ଚ ରାସ୍ତାକଡ଼ ନଚେତ୍ ବସଷ୍ଟାଣ୍ଡରେ ରାତି କାଟୁଛନ୍ତି ଲୋକେ । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ଜିଲ୍ଲାପାଳ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Flood in Balasore

Flood in Balasore

ବଢୁଛି ସୁବର୍ଣ୍ଣରେଖା ନଦୀର ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା। ଘରଦ୍ୱାର ବୁଡ଼ିଯାଉଥିବାରୁ ଲୋକେ ଗୃହପାଳିତ ପଶୁଙ୍କ ସହ ପିଲାଛୁଆଙ୍କୁ ଧରି ଖୋଲାମେଲାରେ ଆଶ୍ରୟ ନେଇଛନ୍ତି । କିଏ ଉଚ୍ଚ ରାସ୍ତାକଡ଼ରେ ତ ଆଉ କିଏ ବସଷ୍ଟାଣ୍ଡକୁ ଯାଇ ରାତି କାଟୁଛନ୍ତି । ଝାଡ଼ଖଣ୍ଡ ଛାଡ଼ିଥିବା ପାଣି ଯୋଗୁ ଫୁଲି ଉଠିଥିବା ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲିଆପାଳ ବ୍ଲକର ୫ଟି ପଞ୍ଚାୟତର ୩୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଲୋକଙ୍କ ଅଭିଯୋଗ, ପ୍ରଶାସନିକ ବ୍ୟବସ୍ଥା ସଠିକ ଭାବରେ ପହଞ୍ଚି ପାରିନାହିଁ।

Advertisment

ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତର କିଛି ଗାଁରେ ପାଣି ପଶିବା ପରେ ଶତାଧିକ ବିପନ୍ନ ଜମକୁଣ୍ଡା ଲକ୍ ରାସ୍ତା ଏବଂ ବସଷ୍ଟାଣ୍ଡରେ ଆଶ୍ରୟ ନେଇଛନ୍ତି । ବନ୍ୟା ପାଣି ସାମାନ୍ୟ ହ୍ରାସ ପାଉଛି ସତ, କିନ୍ତୁ ଭୟଭୀତ ଅବସ୍ଥାରେ ଲୋକେ ରହିଛନ୍ତି । ସରୀସୃପ ଭୟ ଥିଲେ ବି ଭାଗ୍ୟକୁ ଆଦରି ଘରଦ୍ୱାର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି । ଏସବୁ ଭିତରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯିବା ସହ ବିପନ୍ନଙ୍କୁ ଭେଟିଛନ୍ତି । ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକ ପଢନ୍ତୁ: ସୁବର୍ଣ୍ଣରେଖାରେ ବନ୍ୟା, କୁଲାଚଡ଼ରେ ଭାସିଗଲେ ଯୁବକ

Flood Control Subarnarekha River
Advertisment
Related Articles
Advertisment