/odishatv-khabar/media/media_files/2025/10/26/innovation-2025-10-26-14-18-42.jpg)
Innovation Photograph: (OTV)
ଭାରି ଉପକାରୀ ଚିଙ୍ଗୁଡ଼ି ଖୋଳ ! କମାଲ କଲେ ଯୁବ ବୈଜ୍ଞାନିକ । ଚିଙ୍ଗୁଡ଼ି (Shrimp) ଖୋଳପାରୁ ତିଆରି ହେଉଛି ଔଷଧ ! ଚିଙ୍ଗୁଡ଼ିର ଖୋଳପାକୁ ପରିବେଶ ପାଇଁ କ୍ଷତିକାରକ ବୋଲି କୁହାଯାଏ । ମାତ୍ର ଏହା ଯେ, କେତେ ଉପକାରୀ ତା’କୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵରର ଯୁବ ବୈଜ୍ଞାନିକ ସିଦ୍ଧାର୍ଥ ପତି ଓ ତାଙ୍କ ଟିମ ।
ବାୟୋ-ଟେକ୍ନୋଲୋଜି ଏବଂ ଏହାର ସ୍ଥିରତା ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି । ଇକୋ ଫ୍ରେଣ୍ଡଲି ଚିଟୋସେନ ଗବେଷଣାକୁ ଭାରତୀୟ ‘ପେଟେଣ୍ଟ’ କାର୍ଯ୍ୟାଳୟ ସ୍ବୀକୃତି ବି ପ୍ରଦାନ କରିଛି । ଆଉ ଚିଙ୍ଗୁଡ଼ି ଖୋଳପା ଔଷଧ ଶିଳ୍ପରେ କ୍ୟାପ୍ସୁଲ୍ ଆବରଣ ପାଇଁ ବ୍ୟବହୃତ ହୋଇପାରିବ ବୋଲି କୁହାଯାଉଛି ।
୪ ବର୍ଷର ଗବେଷଣା
୨୦୨୧ରୁ ଚିଙ୍ଗୁଡ଼ି ଖୋଳପାକୁ ନେଇ ଗବେଷଣା ଆରମ୍ଭ ହୋଇଥିଲା । ସାଧାରଣତଃ ଚିଙ୍ଗୁଡ଼ି ଖୋଳପା, କଙ୍କଡା ଖୋଳପା ଓ ମାଛ କାତିରୁ ବିଶ୍ବ ବାୟୋମେଡିକାଲ୍, ଫାର୍ମାସ୍ୟୁଟିକାଲ୍, କୃଷି ଏବଂ ଶିଳ୍ପ କ୍ଷେତ୍ର ପାଇଁ କଞ୍ଚାମାଲରେ ରୂପାନ୍ତରିତ ହୋଇପାରିଛି ।
ବିଭିନ୍ନ ଚିଙ୍ଗୁଡ଼ି ପ୍ରିସେସିଂ ପ୍ଲାଣ୍ଟରୁ କଞ୍ଚାମାଲ ସଂଗ୍ରହ କରି ଏକ ପ୍ରୋସେସିଂ ଫେକ୍ଟ୍ରିରେ ଏହାକୁ କାଇଟୋସେନ ପ୍ରସ୍ତୁତ କରାଯାଉଛି । ଯାହାକୁ ଭାରତ ବାହାର ବିଭିନ୍ନ ଦେଶର ଫର୍ମା କମ୍ପାନୀ ଓ କୃଷି ଫାର୍ଟିଲାଜର କମ୍ପାନୀକୁ ରପ୍ତାନି କରାଯାଉଛି । ତେବେ ଯୁବ ବୈଜ୍ଞାନିକ ସିଦ୍ଧାର୍ଥଙ୍କ ଏପରି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ବାଲେଶ୍ୱର ବାସୀ । ଷ୍ଟାର୍ଟ ଅପ ମାଧ୍ୟମରେ ପ୍ରିସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରି ୫୦ଜଣ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି ଡକ୍ଟର ସିଦ୍ଧାର୍ଥ ପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)