Advertisment

Rickshaw The Villain: ଗୋଟିଏ ରିକ୍ସା ପାଇଁ ସଧବା ସାଜିଲେ ବିଧବା, ବିନା ଶବରେ ଜଳିଲା ଜୁଇ

ରିକ୍ସାକୁ ଜବତ ପାଇଁ ଆସିଥିବା ସରକାରୀ ଅଧିକାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ତାଙ୍କୁ ପୋଲିସ ଆସି ହଇରାଣ କରିଥିଲା। ଫଳରେ ସେ ସେବେଠୁ ଘର ଛାଡ଼ି ଯାଇଥିଲେ ଯେ ଆଜିଯାଏ ଫେରିନାହାନ୍ତି।

author-image
Tapan Swain
Funeral

Funeral Photograph: (OTV)

ବିନା ମୃତଦେହରେ ଜଳିଛି ଜୁଇ। ପଡିଛି ରାମ ନାମ ସତ୍ୟ ହେ। ଆଉ ଗୋଟିଏ ରିକ୍ସା ପାଇଁ ଜଣେ ସଧବା ସାଜିଛନ୍ତି ବିଧବା। ଏ ଦୁଃଖ କାହାଣୀ ନୀଳଗିରି ବ୍ଲକ କଳାକାଦ ଗ୍ରାମର ହରେକୃଷ୍ଣ ପ୍ରଧାନଙ୍କ ପରିବାରର। ପଚାଶ ବର୍ଷ ହେଲା ଘର ଛାଡ଼ି କୁଆଡେ ଚାଲିଯାଇଛନ୍ତି ହରେକୃଷ୍ପ। ଆଉ ସ୍ୱାମୀଙ୍କୁ ଅନାଇ ଅନାଇ ଶଯ୍ୟାଶାୟୀ ହୋଇଛନ୍ତି ସ୍ତ୍ରୀ ନର୍ମଦା, ପୁଅ ମୁଣ୍ଡରୁ ହଟିଯାଇଛି ବାପାର ହାତ। ଆଉ ଏସବୁ ପଛରେ ମୁଖ୍ୟ ଖଳନାୟକ ହେଉଛି ଗୋଟିଏ ରିକ୍ସା।

Advertisment

ଦିନେ ଦାନା ଯୋଗାଉଥିବା ରିକ୍ସାଟି ଆଜି ଏହି ଅସହାୟ ପରିବାର ପାଇଁ ସାଜିଛି ଦାନବ। ୫୦ ବର୍ଷ ପୂର୍ବେ ଏହି ରିକ୍ସା ପାଇଁ ଘର ଛାଡ଼ି ପଳାଇଥିଲେ ହରେକୃଷ୍ପ। ହେଲେ ସେବେଠୁ ଯାଇଛନ୍ତି ଯେ ଯାଇଛନ୍ତି। ତାଙ୍କ ନାଁରେ ଚିଠି ଖଣ୍ଡିଏ ମଧ୍ୟ ଚିଠି ଆସିନାହିଁ। ଶେଷରେ ବାପାର କୁଶପୁତ୍ତଳିକାକୁ କୋକେଇରେ ବୋହି ମୁଖାଗ୍ନି ଦେଇ ପରିବାରକୁ ପିତୃଦୋଷରୁ ମୁକ୍ତି ପାଇଁ ଚାଲିଥିଲା ପ୍ରସ୍ତୁତି। 

ଆଜିକୁ ଠିକ ୫୦ ବର୍ଷ ତଳେ ହରେକୃଷ୍ଣ ପ୍ରଧାନ ପରିବାର ପୋଷିବା ପାଇଁ ଏକ ଟ୍ରଲି ରିକ୍ସା ଋଣରେ କିଣିଥିଲେ। ହେଲେ ଋଣ ପରିଶୋଧ କରିବା ସମ୍ଭବ ହୋଇନଥିଲା। ତେଣୁ ରିକ୍ସାକୁ ଜବତ ପାଇଁ ଆସିଥିବା ସରକାରୀ ଅଧିକାରୀଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ ତାଙ୍କୁ ପୋଲିସ ଆସି ହଇରାଣ କରିଥିଲା। ଫଳରେ ସେ ସେବେଠୁ ଘର ଛାଡ଼ି ଯାଇଥିଲେ ଯେ ଆଜିଯାଏ ଫେରିନାହାନ୍ତି। ତାଙ୍କୁ ଝୁରି ଝୁରି ସ୍ତ୍ରୀ ରୋଗଗ୍ରସ୍ତ ହେବାରୁ ପଣ୍ଡିତଙ୍କ ପରାମର୍ଶ କ୍ରମେ ବାପା ହରେକୃଷ୍ଣଙ୍କ ଶବ ଶତ୍କାର କରିଛନ୍ତି ତାଙ୍କ ପୁଅ। ଏକ କୁଶପୁତ୍ତଳିକା କରି ଗ୍ରାମବାସୀଙ୍କ ସହ ମିଶି ଯଥା ରୀତି ନୀତିରେ ମଶାଣିରେ ନେଇ ଦାହ କରିଛନ୍ତି। ଆଉ ଘରେ ଶୁଦ୍ଧି କ୍ରିୟା କର୍ମ କରିଛନ୍ତି । 

Advertisment

୫୦ ବର୍ଷ ପୂର୍ବେ ଗୋଟିଏ ରିକ୍ସା ପାଇଁ ଛାରଖାର ହୋଇଯାଇଛି ଏହି ପରିବାର। ଏବେବି ହରେକୃଷ୍ଣଙ୍କ ସାଙ୍ଗ ତାଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଆଉ ସରକାରୀ ଅଧିକାରୀଙ୍କ ପାଇଁ ଅସହାୟ ହୋଇପଡ଼ିଥିବା ପରିବାର ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।  

Funeral Pyre Funeral Rituals
Advertisment
Related Articles
Advertisment