• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 20 November 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Tanmay Kumar Mahalik
  • 1 year ago

କାଲିଠୁ ବିଧାନସଭାର ଶୀତ ଅଧିବେଶନ; ସୁରକ୍ଷାରେ ନିୟୋଜିତ ହେବେ ୨୮ ପ୍ଲାଟୁନ ପୋଲିସ

ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି । More
  • Satyendu Shekher Mishra
  • 1 year ago

ରାଜ୍ୟରେ ସାଂଘାତିକ ଶିକ୍ଷକ ମରୁଡ଼ି ! ହାଇସ୍କୁଲରେ ଅଷ୍ଟମରୁ ଦଶମ ଯାଏଁ ଜଣେ ସାର୍

ଅତିଥି ଶିକ୍ଷକଙ୍କ ଭରସାରେ ବ୍ରହ୍ମପୁର କେ.ସି. ଟାଉନ୍ ହାଇସ୍କୁଲ । ରାଜ୍ୟରେ ଖାଲି ପଡ଼ିଛି ୨୪ ହଜାର ଶିକ୍ଷକ ପଦବୀ । More
  • Satyendu Shekher Mishra
  • 1 year ago

ପଦ୍ମକେଶରୀପୁର ମହାଭାରତ ପଛରେ ମହାଜନୀ କାରବାର ! ୨୪୦ % ସୁଧରେ ଦିଆଯାଉଥିଲା ୠଣ

ନୂଆ ଥିଓରୀ ଆଣି ବିଜେଡିକୁ ଘେରିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଲୋକେ ବଖାଣିଲେ ଦୁର୍ଦ୍ଦଶା, କିଛି ଜାଣିନି କହି ଏଡ଼ାଇଗଲେ ବିଧାୟକ ସୁଶାନ୍ତ । More
  • Tanmay Kumar Mahalik
  • 1 year ago

ଉପବାଚସ୍ପତି ନିର୍ବାଚନରେ ଆଦିବାସୀ କାର୍ଡ; ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ

ବିଜେଡି ଖେଳିଲା ଆଦିବାସୀ କାର୍ଡ । ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି ପ୍ରାର୍ଥୀ । ନାମାଙ୍କନ ଦାଖଲ କଲେ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ । ସବୁ ଚର୍ଚ୍ଚା ଆଲୋଚନାର ଅବସାନ ଘଟାଇ ବିଜେଡି, ଉପବାଚସ୍ପତି ପ୍ରାର୍ଥୀ ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନାଁ ଘୋଷଣା କରିଛି । More
  • Tanmay Kumar Mahalik
  • 1 year ago

ରାଜ୍ୟ ସରକାରଙ୍କୁ ବିଶ୍ୱଭୂଷଣଙ୍କ ନିଶାନା; ଶୀଘ୍ର ଖୋଲାଯାଉ ଶ୍ରୀମନ୍ଦିରର ୪ ଦ୍ୱାର

ଶ୍ରୀମନ୍ଦିରର ୩ ଦ୍ୱାର ଖୋଲନ୍ତୁ ସରକାର । କାହିଁକି ନା ଖରା ବର୍ଷାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଖବରକାଗଜରେ ସ୍ତମ୍ଭ ଲେଖି ପ୍ରଶାସନ ଏବଂ ସରକାରଙ୍କୁ କରିଛନ୍ତି ଟାର୍ଗେଟ । More
  • Tanmay Kumar Mahalik
  • 1 year ago

ଭୁବନେଶ୍ୱର ମେଟ୍ରୋ ରେଲ୍‌ ପ୍ରୋଜେକ୍ଟ ପାଇଁ MOU ସ୍ୱାକ୍ଷର

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । More
  • Rajalaxmi Sahoo
  • 1 year ago

‘ପଦ୍ମକେଶରୀପୁରରେ ବ୍ୟାପକ ଭାବେ ବେଆଇନ ସୁଧ କାରବାର ଚାଲିଛି’

‘ବେଆଇନ ମନି ଲଣ୍ଡରିଂ ଆଇନ ଉଲ୍ଲଂଘନ କରାଯାଇ ପଦ୍ମକେଶରୀପୁରରେ ଟଙ୍କା ଆଦାୟ କରାଯାଉଛି । ଆଉ ଏସବୁ ପଛରେ ରହିଛି ବିଜେଡି ।’ More
  • Pramod Behera
  • 1 year ago

OFDC Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ପାଇବେ ୩୫ ହଜାରରୁ ଅଧିକ

ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଦେବନ କରାଯିବ। More
  • Rajalaxmi Sahoo
  • 1 year ago

ସାପ ଉଦ୍ଧାର: ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରି ନୂଆ ଗାଇଡଲାଇନ ଜାରି ପାଇଁ ଦାବି

ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା କିମ୍ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା-୧୧ର ପ୍ରୟୋଗ କରାଯାଇଥାଏ । ତେଣୁ, ଏହି ଅସିଦ୍ଧ ଗାଇଡଲାଇନକୁ  ପ୍ରତ୍ୟାହାର କରି, ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ଦାବି ହୋଇଛି । More
  • Rajalaxmi Sahoo
  • 1 year ago

କାଳ ହେଲା ପିକ୍‌ନିକ୍‌ ! ମିଳିଲା ନିଖୋଜ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍‌ଙ୍କ ମୃତଦେହ...

ପିକ୍‌ନିକ୍‌ କରିବାକୁ ଯାଇ ଯୁବ ମେଡ଼ିସିନ ରିପ୍ରେଜେଣ୍ଟେଟିଭ୍ ରାକେଶ ପୁରୋହିତ ନିଖୋଜ ଥିଲେ । ସାଙ୍ଗଙ୍କ ସହ ସେ ପିକ୍‌ନିକ୍‌ କରିବାକୁ ଯାଇଥିଲେ । More
  • Rajalaxmi Sahoo
  • 1 year ago

ମହାପ୍ରଭୁଙ୍କ ଦର୍ଶନ ଲାଗି ପ୍ରବଳ ଭିଡ଼, ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଅଚେତ୍‌...

ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଆଜି ଏତେ ଭିଡ଼ ଯେ, ନା ପାଣି ଅଛି ନା ଗରମରୁ ରକ୍ଷା ପାଇବା ପାଇଁ କୌଣସି ବ୍ୟବସ୍ଥା ହୋଇଛି । More
  • Prangyan Parimita
  • 1 year ago

ଆଦିବାସୀ କାର୍ଡ ଖେଳିପାରେ ବିଜେଡି! ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ..

ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ବିଜେଡି ପ୍ରାର୍ଥୀ କରିବା ଚର୍ଚ୍ଚା ... କନ୍ଧମାଳ ଜିଲ୍ଲାର ଆଦିବାସୀ ଚେହେରା ସାଲୁଗା ପ୍ରଧାନ ... ସେପଟେ କାଲିର ବିଧାନସଭା ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ... More
  • Prangyan Parimita
  • 1 year ago

ବାରିପଦାରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ More
  • Prangyan Parimita
  • 1 year ago

ଟନେଲରେ ଶ୍ରମିକ, ବଢୁଛି ଟେନସନ୍: ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

ଉତ୍ତରକାଶୀରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ୯ ଦିନରେ ପହଞ୍ଚିଲା ରେସ୍କ୍ୟୁ ଅପରେସନ ... ଲାଗିଛନ୍ତି ୫ଟି ଏଜେନ୍ସି, ୩ ପାଖରୁ ଉଦ୍ଧାର ପାଇଁ କରାଯାଉଛି ଡ୍ରିଲ ... ଲାଗିପାରେ ଆହୁରି ସମୟ ... More
  • Manoranjan Behera
  • 1 year ago

Panchang Today 20th Nov 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ  କାର୍ତ୍ତିିକ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ  ସୋମବାର । ଚନ୍ଦ୍ର- ମକର ଦିବା ୧୦.୦୭ ଗତେ କୁମ୍ଭ, ତିଥି- ୮ମୀ ରାତ୍ରି ୦୩.୧୬ ଗତେ ୯ମୀ, ଘାତଚନ୍ଦ୍ର-  ସିଂହ ରାଶିର, ଦିବା ୧୦.୦୭ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ-  ନାସ୍ତି More
  • Prangyan Parimita
  • 1 year ago

୪୬ବର୍ଷ ପରେ ମିଳିଲା ପେନସନ୍,୯୧ ବର୍ଷର ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା

ମହିଳାଙ୍କୁ ପେନସନ୍ ଓ ବକେୟା ଅର୍ଥଦ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ More
  • Tanmay Kumar Mahalik
  • 1 year ago

ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ଦେହାନ୍ତ

ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ସ୍ୱର୍ଗତ ଲୋକପ୍ରିୟ ଡାକ୍ତର ପ୍ରଫେସର ଯଦୁନାଥ ପ୍ରସାଦ ଦାସ । More
  • Tanmay Kumar Mahalik
  • 1 year ago

ଆସନ୍ତାକାଲି ନାମାଙ୍କନ; କିଏ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି ?

ଆଗକୁ ସାଧାରଣ ନିର୍ବାଚନ । ସରକାରୀ ଦଳର ଫୋକସ ଏବେ ସଂଗଠନ ଉପରେ । କାରଣ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଅନୁଗୁଳରେ ସଂଗଠନ ଦୁର୍ବଳ ହେବା କାରଣରୁ ସେ ଇସ୍ତଫା ଦେଇ ସଂଗଠନ ସଜାଡିବା କାମରେ ଲାଗିଛନ୍ତି । More
  • Tanmay Kumar Mahalik
  • 1 year ago

ଉତ୍କଣ୍ଠାରେ ମୟୂରଭଞ୍ଜବାସୀ; କାଲି ବାରିପଦାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତି ହେବା ପରେ ନିଜ ଜିଲ୍ଲା ମୟୂରଭଂଜକୁ ଆସୁଛନ୍ତି ଆସନ୍ତାକାଲି ଦ୍ୱିତୀୟ ଥର ପାଇଁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣେ ମାଟିର ଝିଅକୁ ସ୍ୱାଗତ ପାଇଁ ସାଧବ ବୋହୁ ପରି ସଜେଇ ହେଲାଣି ବାରିପଦା ଓ ରାଇରଙ୍ଗପୁର । More
  • Kausik Mohapatra
  • 1 year ago

ବାଲେଶ୍ୱର ମ୍ୟୁନିସିପାଲିଟିରେ ବାବୁ ଛୁଟିରେ, ଭତ୍ତା ପାଇଁ ଦହଗଞ୍ଜ ହିତାଧିକାରୀ

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି। More
  • Tanmay Kumar Mahalik
  • 1 year ago

ରାଜ୍ୟରେ ଲାଗୁ ହେଲା ପିଏମ୍‌ଶ୍ରୀ ଯୋଜନା; ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର କେଉଁ ସ୍କୁଲରେ ଏ ଯୋଜନା ଲାଗୁ କରାଯିବ, ତାହା ମୁଖ୍ୟମନ୍ତ୍ରୀ ଠିକ୍ କରନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଏ ଯୋଜନା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିବେଦନ କରିଛନ୍ତି । More