Advertisment

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଲେ ବାରିପଦା

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

author-image
Prangyan Parimita
ଅଦ୍ୟତନ ହୋଇଛି
President Droupadi Murmu Odisha Baripada Visit

President , Draupadi Murmu

ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଛନ୍ତି ।  ସେଠାରେ ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ପ୍ରମୁଖ ତାଙ୍କୁ ପାଛୋଟି ନେଇଥିଲେ ।  ବାରିପଦା ପୋଲିସ୍ ପଡ଼ିଆ ହେଲିପ୍ୟାଡରୁ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ନିଆଯାଇଛି । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ । ବାରିପଦାରେ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ, କୁଲିଆଣାରେ ଏକଲ୍ୟବ ମଡେଲ୍ ସ୍କୁଲର ଉଦଘାଟନ କରିବେ।

Advertisment

ଆସନ୍ତାକାଲି ରାଇରଙ୍ଗପୁରରୁ ୩ଟି ନୂଆ ଟ୍ରେନର ସେ ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୂ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।..ଏବେ ସିଧା ଯିବେ ସହିଦ ସ୍ମୃତି ଭବନ ଯିବେ ରାଷ୍ଟ୍ରପତି । ସେଠି ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ।

କିଛି ସମୟ ବାରିପଦା ସର୍କିଟ୍ ହାଉସରେ ବିଶ୍ରାମ ନେବା ପରେ ଅପରାହ୍ନ ୨ଟା୩୫ରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ। ସେଠୁ ରାଇରଙ୍ଗପୁର ଯିବେ। ଆସନ୍ତାକାଲି ରାଇରଙ୍ଗପୁରରୁ ରାଷ୍ଟ୍ରପତି ୩ଟି ନୂଆ ଟ୍ରେନର ଲୋକାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

Advertisment
Baripada President Draupadi Murmu
Advertisment
Advertisment