Advertisment

ବାଲେଶ୍ୱର ମ୍ୟୁନିସିପାଲିଟିରେ ବାବୁ ଛୁଟିରେ, ଭତ୍ତା ପାଇଁ ଦହଗଞ୍ଜ ହିତାଧିକାରୀ

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି।

author-image
Kausik Mohapatra
undefined

Pension

ସରକାରୀ ଭତ୍ତା ଗଣ୍ଡାକ ପାଇଁ ପୌରପାଳିକା କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହିତାଧିକାରୀ। ହେଲେ ମିଳିପାରୁନି ଭତ୍ତା ଟଙ୍କା। କାରଣ ଛୁଟିରେ ଭତ୍ତା ଦାୟିତ୍ୱରେ ଥିବା ସରକାରୀ ବାବୁ। ବାଲେଶ୍ୱର ମ୍ୟୁନିସିପାଲିଟିର ଏ ବିଚିତ୍ର ସ୍ଥିତିକୁ ନେଇ ହିତାଧିକାରୀଙ୍କ କ୍ଷୋଭ। ଶେଷରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଆରମ୍ଭ ହୋଇଛି ଭତ୍ତା ବଣ୍ଟନ।

Advertisment

ଅଫିସର ଛୁଟିରେ ଥିବାରୁ ହିତାଧିକାରୀ ହିନସ୍ତା ହେଉଛନ୍ତି। ସରକାରୀ ଭତ୍ତା ପାଇବାରୁ ବଞ୍ଚିତ। ଏମିତି ଚାଲିଛି ସରକାରୀ ଶାସନ ବ୍ୟବସ୍ଥା। କିଏ ଦିବ୍ୟାଙ୍ଗ ଭତ୍ତା ପାଇଁ ତ ଆଉ କିଏ ବାର୍ଦ୍ଧକ୍ୟ ଅଥବା ବିଧବା ଭତ୍ତା ପାଇଁ ସକାଳ ୭ଟାରୁ ପୌରପାଳିକା ଅଫିସ ସାମ୍ନାରେ ଲାଇନରେ ଛିଡ଼ା ହେବାକୁ ପଡୁଛି। ହେଲେ ଦିନ ଗୋଟାଏ ପରେ ବି ମିଳିପାରୁନି ଭତ୍ତା। ମାସର ୧୫ ତାରିଖରୁ ଭତ୍ତା ଟଙ୍କା ଗଣ୍ଡାକ ପାଇବା ପାଇଁ ମ୍ୟୁନିସିପାଲିଟି ଅଫିସକୁ ନିଇତି ଦୌଡ଼ୁଛନ୍ତି ଶହ ଶହ ହିତାଧିକାରୀ। ସନ୍ଧ୍ୟା ଯାଏଁ ଅପେକ୍ଷା କରିବା ପରେ ନିରାଶ ହୋଇ ଖାଲି ହାତର ଘରକୁ ଫେରୁଛନ୍ତି। କାହିଁକି ସେମାନଙ୍କ ଭତ୍ତା ମିଳିବାରେ ବିଳମ୍ବ ହେଉଛି, ତା’ କାରଣ ବି ପାଉନାହାନ୍ତି ? ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ହିତାଧିକାରୀ। ଅନ୍ୟପଟେ ମ୍ୟୁନିସିପାଲିଟି କାଉନସିଲର କହିଛନ୍ତି, ପ୍ରତି ମାସ ୧୫ ତାରିଖରେ ହିତାଧିକାରୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ହୋଇଛି । ହେଲେ, ଅନେକ ସମୟରେ ଅଫିସରମାନେ ଭତ୍ତା ଦେବା ସମୟ ପୂର୍ବରୁ ଛୁଟିରେ ପଳେଇ ଯାଉଥିବାରୁ ହିତାଧିକାରୀଙ୍କୁ ଏଭଳି ସମସ୍ୟା ଭୋଗିବାକୁ ପଡ଼ିଛି।

ହିତାଧିକାରୀଙ୍କ ଭତ୍ତା ସମସ୍ୟା ଘଟଣାକୁ ସ୍ୱୀକାର କରିଛନ୍ତି ଜିଲ୍ଲାପାଳ । କହିଛନ୍ତି, ନିର୍ବାହୀ ଅଧିକାରୀଙ୍କୁ ମେଡିକାଲ ଜରୁରୀ ସ୍ଥିତି ପାଇଁ ଘରକୁ ଯିବାକୁ ପଡ଼ିଥିଲା। ଫଳରେ ହିତାଧିକାରୀଙ୍କ ଲାଗି ଭତ୍ତା ଟଙ୍କା ମଞ୍ଜୁର ହୋଇପାରି ନଥିଲା । ତେଣୁ ଭତ୍ତା ପ୍ରଦାନ ବିଳମ୍ବ ହୋଇଛି। ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ସବୁ ହିତାଧିକାରୀଙ୍କୁ ଭତ୍ତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଗାମୀ ଦିନରେ ଯେଭଳି ଭତ୍ତା ବଣ୍ଟନରେ କୌଣସି ସମସ୍ୟା ଦେଖା ନ ଯିବ, ସେଥିପାଇଁ ନଗଦର ବଫର ଷ୍ଟକ ରଖିବାର ବ୍ୟବସ୍ଥା କରାଯିବ।

Advertisment

ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଗତକାଲି (ଶନିବାର) ଅପରାହ୍ନରେ ବାଲେଶ୍ୱର ପୌରପାଳିକାରେ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଆରମ୍ଭ ହୋଇଛି।

Old Age Pension
Advertisment
Advertisment