୪୬ ବର୍ଷ ପରେ ମିଳିଲା ପେନସନ। ୯୧ ବର୍ଷରେ ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା। କେନ୍ଦ୍ରାପଡା ଡେରାବିଶ ବ୍ଲକ୍ କନ୍ଦରପୁର ଗାଁର ବେଣୁଧର ସାହୁ ଦୁହୁରିଆ ସ୍କୁଲରେ ସହକାରୀ ଶିକ୍ଷକ ଭାବେ ଶିକ୍ଷକତା କରୁଥିବା ବେଳେ ୧୯୭୭ରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ପରିବାର ପେନସନ୍ ପାଇଁ ବାରମ୍ବାର ଆବେଦନ କରିଥିଲେ ବି ନିରାଶ ହୋଇଥିଲେ।
Also Read
#୪୬ବର୍ଷ_ପରେ_ମହିଳାଙ୍କୁ_ମିଳିଲା_ପେନସନ୍
— ଓଟିଭି (@otvkhabar) November 20, 2023
୯୧ ବର୍ଷରେ ବୃଦ୍ଧା ପାଇବେ ମୃତ ଶିକ୍ଷକ ସ୍ୱାମୀଙ୍କ ଭତ୍ତା । ସ୍ୱାମୀଙ୍କ ମୃତ୍ୟୁ ପରେ ପେନସନ୍ ନମିଳିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସମସ୍ତ କାଗଜପତ୍ର ଯାଞ୍ଚ କରି ପେନସନ୍ ପାଇବାକୁ ହକଦାର ବୋଲି ରାୟ ଶୁଣାଇଛନ୍ତି କୋର୍ଟ । #Pension #CourtOrder #Kendrapada #OTV pic.twitter.com/wPKGwq0B6a
ଏକମାତ୍ର ପୁଅକୁ ଧରି ପତ୍ନୀ ହାରା ସାହୁ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ। ହେଲେ ସବୁଆଡୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ପରେ ସେ କୋର୍ଟରେ ଆବେଦନ କରିଥିଲେ। ଅଭାବ ଭିତରେ ଦୀର୍ଘଦିନର ଆଇନଗତ ଲଢେଇ ପରେ ଉଚ୍ଚ ନ୍ୟାୟାଳୟ, ହାରା ସାହୁଙ୍କ ସମସ୍ତ କାଗଜପତ୍ର ଯାଂଚ୍ କରି ସେ ପେନସନ୍ ପାଇବାକୁ ହକଦାର ବୋଲି ରାୟ ଶୁଣାଇଛନ୍ତି।
ଏପରିକି ସ୍ୱାମୀଙ୍କ ମୃତ୍ୟୁ ଦିନଠାରୁ ଆଜି ପର୍ଯ୍ୟନ୍ତ ବକେୟା ବାବଦରେ ସମସ୍ତ ପେନସନ୍ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।