/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700480404.jpg)
Bhubaneswar metro project,
ଭୁବନେଶ୍ୱର ମେଟ୍ରୋ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ MOU ସ୍ୱାକ୍ଷରିତ ହୋଇଛି । ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOU ସ୍ୱାକ୍ଷର ହୋଇଥିବା ସୂଚନା ମିଳିଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ୪ ବର୍ଷରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିପାଇଁ ବ୍ୟୟ ହେବାକୁ ଥିବା ୬ ହଜାର ୨ ଶହ ୫୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ । ରାଜ୍ୟରେ କୌଣସି ଗୋଟିଏ ପ୍ରୋଜେକ୍ଟ ପାଇଁ ଏହା ହେଉଛି ସର୍ବାଧିକ ବ୍ୟୟ ଅଟକଳ ।
ପୂର୍ବରୁ ନୂଆ ବର୍ଷରୁ ଭୁବନେଶ୍ୱର-କଟକ ମେଟ୍ରୋ ରେଲ୍ କାମ ଆରମ୍ଭ ହେବାନେଇ ସୂଚନା ଦିଆଯାଇଥିଲା । ଆସନ୍ତା ଜାନୁଆରି ପହିଲାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗତ ଅକ୍ଟୋବର ମାସ ୨୯ ତାରିଖରେ ଫାଇଭ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ । ୪ ବର୍ଷ ଭିତରେ ପ୍ରକଳ୍ପର କାମ ଶେଷ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଭୁବେନଶ୍ୱର-କଟକ ମେଟ୍ରୋ ରେଲ୍ ପ୍ରକଳ୍ପ କଟକ ଭୁବନେଶ୍ୱରକୁ ଯୋଡ଼ିବ । ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର ଏୟାରପୋର୍ଟକୁ ତ୍ରିଶୁଳିଆ ସହିତ ସଂଯୋଗ କରିବେ । ଏହା ମଧ୍ୟରେ ରହିବ ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁର । ୨୦୨୩ ଏପ୍ରିଲ ପହିଲା ଉତ୍କଳ ଦିବସ ଅବସରରେ ଭୁବନେଶ୍ୱର-କଟକ ମେଟ୍ରୋ ରେଲ୍ ପ୍ରକଳ୍ପ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ । ପରେ ଏହା କଟକ ଟାଉନ, ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)