• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

କିସ୍‌ ଗୁମର ଖୋଲିଦେଲେ
KISS Issue: କିସ୍‌ ପ୍ରସଙ୍ଗ: ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଲେ NHRC ଟିମ୍

ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍‌କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।

CM Mohan Majhi
CM Mohan Majhi: ‘କହିଥିଲି ପାତାଳରୁ ଖୋଜି ବାହାର କର, ପୋଲିସ୍ ସ୍ପାଇଡର ଲୁଟେରାକୁ ଧରି ଆଣିଲା’

ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

STA Joint Commissioner Arrested
Vigilance Arrest: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।

KIIT University Row
KIIT Suicide Row: ଆଜି ବି କିଟ୍‌ରେ ତନାଘନା କରିପାରେ NHRC ଟିମ୍

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ସହପାଠୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ମାମଲା । କାଲି ୫ ଘଣ୍ଟା ଝାଳବୁହା ଜେରା ପରେ ଆଜି ବି ଦ୍ୱିତୀୟ ଦିନରେ କିଟ୍‌ରେ ତନାଘନା କରିପାରେ NHRC ଟିମ୍ ।

Odisha Police exam
Odisha Police Exam: ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ

ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ୱନ୍ଦ ।

Odisha Assembly Budget Session
Budget Session: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ; ବିଜୁବାବୁ, ଧାନମଣ୍ଡି ହେବ ପ୍ରସଙ୍ଗ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ଏଥର ମୁଖ୍ୟ ପ୍ରସଙ୍ଗ ହୋଇପାରନ୍ତି ବିଜୁ ବାବୁ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ତୟାର ଶାସକ ଦଳ ।

Amar Satapathy On Biju Legacy
Biju Legacy: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ।

CM Mohan targets Naveen
Biju Jayanti Programme: ଡାକିଲେ ମୋହନ; ଗଲେନି ନବୀନ, ରାଗିକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନଙ୍କ ନିମନ୍ତ୍ରଣ ସତ୍ତ୍ୱେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲେନି ନବୀନ ପଟ୍ଟନାୟକ । ନବୀନଙ୍କ ଅନୁପସ୍ଥିତି ନେଇ କଡ଼ା ସମାଲୋଚନା କଲେ ମୋହନ । କହିଲେ କାର୍ଯ୍ୟକ୍ରମକୁ ନ ଆସି ନବୀନ ପାପ କରିଛନ୍ତି ।

Jatra
Jatra Artist Piyush Tripathy: ଯାତ୍ରା ସିଂହବାହିନୀ ମାଲିକଙ୍କୁ ପୀୟୂଷ ତ୍ରିପାଠୀଙ୍କ ରୋକଠୋକ୍ ଜବାବ

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ।

KIIT
KIIT Student Death: କମିଶନ କରିବ କିଟ୍‌ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ

ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ।

Biju
Panchayati Raj Day: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ରାଜ୍ୟରେ ୨୪ ବର୍ଷ ପରେ ସତ୍ତା ପରିବର୍ତ୍ତନ ହୋଇଛି। ତେବେ ପ୍ରଥମ ଦିନରୁ ହିଁ ବିଜୁଙ୍କୁ ନେଇ ବିବାଦ ଦେଖାଦେଇଛି। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ପରିବର୍ତ୍ତନ ନେଇ କ୍ରୀଡ଼ା ବିଭାଗ ବିଜ୍ଞପ୍ତି ପ୍ରକାଶ କଲା। ଏହାପରେ ବିରୋଧ ହେବାରୁ ନିଷ୍ପତ୍ତିରୁ ଓହରିଥିଲେ ସରକାର।

piyush
Jollywood Actor Piyush Tripathy: ମହାପ୍ରଭୁଙ୍କୁ ଧରି କହିଲେ ପୀୟୂଷ, ମିଛ କହୁଥିଲେ କୁଷ୍ଠ ରୋଗ ହୋଇଯିବ

ସେ ସାଙ୍ଗରେ ଆଣିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି କହିଲେ, ଯଦି ମିଛ କହୁଥିବି କୁଷ୍ଠରୋଗ ହୋଇଯିବ । ଜଗନ୍ନାଥଙ୍କୁ ଧରି ସେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ଟଙ୍କା ଦେବା ଠିକ୍, ଗାଡ଼ି ଦେବା ଠିକ୍ କିନ୍ତୁ ପରିମାଣ ଭୁଲ୍ । ୫ ଦେଇକି ୨୫ କହୁଛନ୍ତି ।

Jollywood Actor Piyush Tripathy
Jollywood Actor Piyush Tripathy: ମୁଦ୍ରାରାକ୍ଷସ କଳଙ୍କରୁ ମୁକ୍ତି ପାଇଁ ଛାଡ଼ିଦେବି ଯାତ୍ରା ପେଣ୍ଡାଲ୍, କହିଲେ ଅଭିନେତା ପୀୟୂଷ ତ୍ରିପାଠୀ

ସତ କଥା ହେଉଛି, ମୁଁ ଯିବି ବୋଲି ତାଙ୍କୁ କହିଥିଲି । କିନ୍ତୁ ସୂର୍ଯ୍ୟମନ୍ଦିରର ଇମୋସନ ଛାଡିକି ଯାଇପାରିଲି ନାହିଁ । ମୁଁ ଏଠି ବର୍ଷେ ହେଲା କାମ କରୁଛି । ଯେହେତୁ ତାଙ୍କ ସହ ସମନ୍ୱୟ ଠିକଠାକ୍ ରହିଲାନି, ମୁଁ ଗଲିନାହିଁ । ସେ କିନ୍ତୁ ମୋତେ ବହୁତ କଥା କହିଥିଲେ, ମୋ ମୋବାଇଲରେ ସବୁ ରେକର୍ଡ ହୋଇ ରହିଛି । ସେ କହିଥିଲେ, ମିଡିଆ ଆଗରେ ଗାଡ଼ି କଥା କହିବେନି । କିନ୍ତୁ ମିଡିଆକୁ ଆସି ଗାଡ଼ି କଥା କହିଲେ । ସେ କଣ କହିଥିଲେ ତାହାର ମଧ୍ୟ ପ୍ରମାଣ ମୁଁ ରଖିଛି ।

KIIT
KIIT Suicide Row: ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା, କିଟ ସାମ୍ନାରେ ପୋଲିସର ଲାଠିମାଡ଼

କିଟ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକ୍ରିତି ଲାମସାଲ ହତ୍ୟା ମାମଲାରେ ମଙ୍ଗଳବାର ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ଚାଳନା କରିଛି ପୋଲିସ। ଆତ୍ମହତ୍ୟା ଘଟଣାକୁ ୧୫ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉ ନଥିଲା। ମାମଲା ଶିଥିଳ ପଡି ଯାଇଥିବା ବେଳେ ମଙ୍ଗଳବାର କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ କିଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

Jungle
IUCN Red List: ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ; ହଜିଗଲେଣି ଶାଗୁଣା, ବଣି ଓ ଚମ୍ପେଇ ନେଉଳ

ଏକଦା ସୁନାବେଡ଼ାର ଶୋଭା ବଢ଼ାଉଥିଲେ ବାରାସିଂଘା ଆଉ ଅରଣା ମଇଁଷି। ହେଲେ ରାଜ୍ୟରେ ଏବେ ଏ ଦୁଇ ଜୀବଙ୍କୁ ଦେଖିବା ଦୁଃସ୍ୱପ୍ନ। ଡାଇନୋସର୍‌ ଭଳି ଏମାନଙ୍କ ବଂଶ ମଧ୍ୟ ବୁଡ଼ି ଗଲାଣି।

RKL
Organ Donation: ଆଖିରୁ ଅନବରତ ବୋହି ଚାଲୁଛି ଲୁହ... ଛାତିକୁ କୋରି ପକାଉଛି କୋହ...

ରାଉରକେଲାର ଜନ୍ମେଶ ଭୁବନେଶ୍ୱର AIIMSରେ ହଷ୍ଟେଲ୍‌ ୱାର୍ଡେନ୍‌ ଭାବେ ଚାକିରି କରୁଥିବା ବାପା ଅଶୋକ ଲେଙ୍କାଙ୍କ ସହ ରହିଆସୁଥିଲା। ସେଦିନ ଥିଲା ଫେବୃୟାରୀ ୧୧ ତାରିଖ। ଅଶୋକଙ୍କ କହିବା କଥା, ମା’ସହ ଶିବ ମନ୍ଦିରରୁ ଫେରିବା ପରେ ଜନ୍ମେଶକୁ ଗାଧୁଆ ପାଧୁଆ

Jatra
Fraud Case: ଟଙ୍କା ଓ ଦାମୀ ଗାଡ଼ି ନେଇ ବିବାଦରେ ଜଲିଉଡ୍‌ର ବ୍ୟାଡ୍‌ବୟ!

ପୀୟୂଷଙ୍କଠାରୁ ଗ୍ରୀନ୍‌ ସିଗ୍‌ନାଲ ପାଇବା ପରେ ଶିବରାତ୍ରୀ ରାତିରେ ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢୀ ଆଗାମୀ ଯାତ୍ରା ଋତୁ ପାଇଁ ଷ୍ଟାରକାଷ୍ଟ ଲିଷ୍ଟ୍‌ ସୋଶାଲ୍‌ ମିଡ଼ିଆରେ ପ୍ରକାଶ କରିଥିଲେ। ସେଥିରେ ବ୍ୟାଡ୍‌ବୟ ପୀୟୂଷଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଏହା ପରେ ଆରମ୍ଭ ହୋଇଥିଲା ବିବାଦ।

New OSD
New OSD To CM: ମୁଖ୍ୟମନ୍ତ୍ରୀଙ୍କ OSD ହେଲେ କୌଶିକ ପଟ୍ଟନାୟକ

କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିବା କୌଶିକ ପଟ୍ଟନାୟକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD । ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।

Organ Donation
Organ Donation: ବର୍ଷକର ପିଲା ଜନ୍ମେଶ, ଅନ୍ୟର ଜୀବନ ବଞ୍ଚାଇ ଅମର ହୋଇଗଲେ

ଜନ୍ମେଶଙ୍କ ମାଆ କହିଛନ୍ତି, ମୋ ପୁଅ ଆଉ ଫେରିବନି । ମୋ ପୁଅର ଅଙ୍ଗରେ ଆଉ କେଉଁ ମାଆ ନିଶ୍ଚୟ ଖୁସି ହେବ । ତା ମନରେ ମୋ ପୁଅ ଖୁସି ଆଣିବ । ସେଇଥିପାଇଁ ଅଙ୍ଗଦାନ ନିଷ୍ପତ୍ତି ନେଲୁ । ମୋ ପୁଅ ପାଇଁ ଆଉ କେଉଁ ପିଲା ଜୀବନ ଦାନ ପାଇବ । ସେଥିରେ ଆମେ ଖୁସି । ଏହି ନିଷ୍ପତ୍ତି କଷ୍ଟକର ଥିଲେ ବି ଆମେ ଘରେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛୁ ।

Subhadra Yojana
Subhadra Yojana: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା।

Capital
Car Accident In Capital: ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ; କେଉଁଠି ନିଆଁ ଲଗାଇ ଦେଉଛନ୍ତି, କେଉଁଠି କାର୍‌ ଘରେ ପଶାଇ ଦେଉଛନ୍ତି

ନିଶାରେ ଚୁର୍ କାର ଡ୍ରାଇଭର ଭିଆଇଛି ଉନ୍ମତ କାଣ୍ଡ। କାନ୍ଥ ଭାଙ୍ଗି ଘରେ ପଶିଯାଇଛି କାର୍। ବରମୁଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଆଜି ଭୋର ସାଢ଼େ ୪ଟା ବେଳେ ଏକ ଆପାର୍ଟମେଣ୍ଟ ନିକଟରେ ଘଟିଛି ଏଭଳି ଘଟଣା। କାନ୍ଥ ଭାଙ୍ଗିବା ପରେ ନିଶାଶକ୍ତ ଯୁବକମାନେ ଯୁକ୍ତି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି

Heat Wave
Heat Wave: ମାର୍ଚ୍ଚ ଆରମ୍ଭରୁ ନିଆଁ ବର୍ଷା! ରାଜଧାନୀର ତାତି ୩୫ ଡିଗ୍ରୀ ପାର୍‌ କଲା

ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ’ଏକ୍ସ’ରେ ଲେଖିଛନ୍ତି, ଶନିବାର ଭୁବନେଶ୍ୱରର ତାପମାତ୍ର ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ କରାଯାଇଛି।

Subhadra Yojana
Subhadra Yojana: ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ମାର୍ଚ୍ଚ ୬ରେ ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ପଞ୍ଚମ କିସ୍ତିରେ ଉପକୃତ ହେବେ ରାଜ୍ୟର ୧ ଲକ୍ଷ ୭୦ ହଜାର ମହିଳା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ।

egg rate hike
Egg Rate Hike: ଅଙ୍ଗନବାଡ଼ି ଅଣ୍ଡା ଦାମ୍ ବଢାଇଲେ ମୋହନ ସରକାର, ଏଣିକି ଏତିକି ଟଙ୍କା

ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍‌ ବଢିଲା । ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ନେଇ ମୋହନ ସରକାରଙ୍କ ନିଷ୍ପତ୍ତି । ଏଥିପାଇଁ ଅଧିକ ୧୭୫.୧୪ କୋଟି ଖର୍ଚ୍ଚ କରିବେ ରାଜ୍ୟ ସରକାର ।

BJP
BJP Targets Pandian: ନାଁ ନନେଇ ପାଣ୍ଡିଆନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଟାର୍ଗେଟ୍

ପ୍ରଭାତି ପରିଡ଼ା କହିଛନ୍ତି, ବିଜେଡି ସରକାର ଅମଳରେ ବ୍ୟକ୍ତିକୈନ୍ଦ୍ରିକ ଭାବେ ପର୍ଯ୍ୟଟନ କ୍ଷେତ୍ରରେ ପାଣି ପରି ଟଙ୍କା ଖର୍ଚ୍ଚ କରାଯାଉଥିଲା। କେବଳ ଜଣଙ୍କ ପ୍ରଚାର ଓ ପ୍ରସାର ପାଇଁ ପର୍ଯ୍ୟଟନର ସବୁ ଟଙ୍କା ବଣ୍ଟା ଚାଲିଥିଲା।