/odishatv-khabar/media/media_files/2025/12/16/tata-power-2025-12-16-20-24-21.jpg)
Tata Power Photograph: (OTV)
ବିଦ୍ୟୁତ ଉପଭୋକ୍ତାଙ୍କ ମନରେ ନିଆଁ, ତେଜିଲାଣି ଅସନ୍ତୋଷ। TPCODLର ଅତିରିକ୍ତ ସୁରକ୍ଷା ଜମା ଦାଖଲ ପାଇଁ ଡିମାଣ୍ଡ ନୋଟିସ ପରେ ବଢିଲାଣି ବିରୋଧ। ଆଜି OERCଙ୍କ ନିକଟରେ ଫେରାଦ ହୋଇ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଦାବି ରଖିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ। ଖାଲି ସେତିକି ନୁହେଁ ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ହେବ ବୋଲି ବି ଦେଇଛନ୍ତି ଚେତାବନୀ।
ଅନ୍ୟପଟେ ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ପାଇଁ ନୋଟିସ ଦେଉଥିବା ବେଳେ ବଳକା ସୁରକ୍ଷା ଜମା ଫେରାଉଛନ୍ତି ନା ନାହିଁ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସମୀକ୍ଷକ।....
ଓଇଆରସିର ଦ୍ବାରସ୍ଥ ଉପଭୋକ୍ତା ମହାସଂଘ
ଅତିରିକ୍ତ ସୁରକ୍ଷା ଜମା ନାଁରେ ଟାଟାର ଶୋଷଣ ନୀତି । ଡିମାଣ୍ଡ ନୋଟିସ୍ ଦେଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଜୋରଦାର ଝଟ୍କା ଦେଇଛି ଟାଟା ପାୱାର । ଯାହାକୁ ନେଇ ଟାଟା ବିରୋଧରେ ବଢିବାରେ ଲାଗିଛି ଅସନ୍ତୋଷ। ଓଇଆରସିର ଦ୍ୱାରସ୍ଥ ହୋଇଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ। ସ୍ମାରକପତ୍ର ଦେଇ ତୁରନ୍ତ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ମହାସଂଘ ଦାବି କରିବା ସହ ରାଜ୍ୟ ସରକାରଙ୍କ ଉପରେ ବି ବର୍ଷିଛନ୍ତି।
ମହାସଂଘ ଅଭିଯୋଗ କରିଛି ଟାଟା ପାୱାରର ଏଭଳି ନିଷ୍ପତ୍ତି ପାଇଁ ଶକ୍ତି ବିଭାଗ ଦାୟୀ। ତେଣୁ ତୁରନ୍ତ ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ। ଅନ୍ୟପଟେ ପାଦେ ଆଗକୁ ଯାଇ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସାଲେପୁର ଉପଭୋକ୍ତା ସଂଘ।
ଅନ୍ୟପଟେ ଟାଟା ପାୱାରର ସୁରକ୍ଷା ଜମା ସମୀକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶକ୍ତି ବିଶେଷଜ୍ଞ ରମେଶ ଶତପଥୀ। ଜମା ସମୀକ୍ଷା କରି ଟିପିସିଓଡିଏଲ ଅତିରିକ୍ତ ଡିମାଣ୍ଡ ନୋଟିସ ଦେଉଛି, ହେଲେ ବଳକା ହେଲେ କେଉଁଠି ହିତାଧିକାରୀ ତାଲିକାରେ ଆଡଜଷ୍ଟ ହେଉଛି। ସେ ତଥ୍ୟ ବି ଟାଟା ଦେବା ଦରକାର ବୋଲି କହିଛନ୍ତି। ଏହାସହ ଉପଭୋକ୍ତା ବିଦ୍ୟୁତ ସଂଯୋଗ ସମୟରେ ଦେଉଥିବା ସିକ୍ୟୁରିଟି ଡିମାଣ୍ଡ ବ୍ୟାଙ୍କରେ ରଖି ସୁଧ ବାବଦ ଆୟ ରାଶିକୁ ବିଦ୍ୟୁତ ବିଲରୁ କାଟିବାକୁ ମଧ୍ୟ ନିୟମ ରହିଛି।
କିନ୍ତୁ ବିଦ୍ୟୁତ ବିତରଣ କଂପାନୀ ଏ ନିୟମକୁ କେତେ ଦୂର କାର୍ଯ୍ୟକାରୀ କରିଛି ? ଏହି ନିୟମ ଅନୁସାରେ ଜଣେ ହିତାଧିକାରୀ ସିକ୍ୟୁରିଟି ଡିପୋଜିଟ ବାବଦ ଅର୍ଥ ଅନୁସାରେ କେତେ ସୁଧ ପାଉଛି ? ଆଉ ତାହା ତାଙ୍କ ବିଲରେ ଆଡଜଷ୍ଟ ହେଉଛି ନା ନାହିଁ କିପରି ଜାଣିବ ସେ ନେଇ ବି କୌଣସି ସଚେତନ କରାଯାଉନି କାହିଁକି ବୋଲି ପ୍ରଶ୍ନ ଉଠିଛି।
ତେବେ ଗତକାଲି ଟାଟା ପାୱାର ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଉପଭୋକ୍ତାମାନେ ଟିପିସିଓଡିଏଲ ପାଖରେ ଥିବା ସିକ୍ୟୁରିଟି ଡିପୋଜିଟ ଉପରେ ବାର୍ଷିକ ୬.୫ ପ୍ରତିଶତ ହାରରେ ସୁଧ ପାଉଛନ୍ତି। ଯାହା ବାର୍ଷିକ ଭାବେ ସେମାନଙ୍କ ଆକାଉଣ୍ଟରେ ଜମା କରାଯାଉଛି।...
ଟିପିସିଓଡିଏଲର ଏଭଳି ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବଢୁଥିଲା ବେଳେ ରାଜ୍ୟ ସରକାର କିମ୍ବା ଶକ୍ତି ବିଭାଗ କିନ୍ତୁ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ଏଭଳି ସ୍ଥିତିରେ ନିଷ୍ପତ୍ତି ପ୍ରତ୍ୟାହାର ହେଉଛି ନା ନାହିଁ, ତା ଉପରେ ନଜର।...
Political Flashpoint: ସଂସଦରେ ଆଗତ ହେଲା MGNREGA ସ୍କିମ୍ ନାଁ ପରିବର୍ତ୍ତନ ବିଲ୍, ଗାନ୍ଧୀଙ୍କ ନାଁ ବାଦ୍ କୁ ନେଇ କଂଗ୍ରେସର ହଙ୍ଗାମା

Night-Long Party Sparks Chaos: ପୋଲିସକୁ ଡରି ଭାଙ୍ଗିଲା ମହିଳାଙ୍କ ଅଣ୍ଟା, ସାରା ରାତି ଚାଲୁଥିଲା ପାର୍ଟି

Big Anti-Drug Drive: ନିଶା ବେପାରୀଙ୍କ ଘର ଭାଙ୍ଗୁଛି ପୋଲିସ୍, ସବୁ ସାବାଡ୍ ହେବେ

Hope Fades with Time: ୨ ମାସ ହେଲା ନିଖୋଜ ଝିଅର ମିଳୁନି ପତ୍ତା , ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି

Shocking Crime: ପୁରୁଷ ବନ୍ଧୁ ଆଖି ସାମ୍ନାରେ ଗଣଦୁଷ୍କର୍ମ, ସୀମା ଟପିଲେ ଯୌନରାକ୍ଷସ

Chasing Glory: ୱାର୍ଲ୍ଡ ରେକର୍ଡ କରିବେ ଓଡିଆ ପୁଅ ସୁମିତ ସିଂହ, ଚାଲିଲେ ୪୮ ଘଣ୍ଟା

Nation Mourns: ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ଡକ୍ଟର ରାମ ବିଳାସ ଦାସ ବେଦାନ୍ତୀଙ୍କ ପରଲୋକ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)