Advertisment

New Year, New Party? ନୂଆବର୍ଷରେ ନୂଆ ଦଳ ଗଢ଼ିବେ ମୋକିମ୍ , କଂଗ୍ରେସ ନାଁକୁ ଯୋଡ଼ି ନୂଆ ପାର୍ଟି ଗଢୁଥିବା ଚର୍ଚ୍ଚା

ନୂଆ ବର୍ଷରେ ନୂଆ ଦଳ ଗଢ଼ିବେ କି ମହମ୍ମଦ ମୋକିମ୍ ? ରାଜ୍ୟରେ କଂଗ୍ରେସ ବିରୋଧରେ ଚଳାଇବେ କି ସମାନ୍ତରାଳ ସଂଗଠନ ? ଯଦି ନୂଆ ପାର୍ଟି ଗଢିବେ ତେବେ କାହାକୁ ପ୍ରାଥମିକତା ଦେବେ ଏହି ୬୦ ବର୍ଷୀୟ କଟକିଆ ନେତା ?

author-image
Tapan Swain
Moquim

Moquim Photograph: (OTV)

ନୂଆବର୍ଷରେ ନୂଆ ଦଳ ଗଢ଼ିବେ ମୋକିମ। କଂଗ୍ରେସରୁ ବିଦା ହେବା ପରେ ଧିରେ ଧିରେ ସ୍ପଷ୍ଟ ହୋଇ ଆସୁଛି ମହମ୍ମଦ ମୋକିମଙ୍କ ରାଜନୈତିକ ଭବିଷ୍ୟତ। କୁହାଯାଉଛି କଂଗ୍ରେସ ନାଁକୁ ଯୋଡ଼ି ନୂଆ ପାର୍ଟି ଗଢ଼ିବାକୁ ଯାଉଛନ୍ତି ମୋକିମ୍। ଏମିତିକି ନେତା ଯୋଗାଡ଼ ଓ ଅଙ୍କକଷା ବି ଆରମ୍ଭ ହୋଇଯାଇଛି।

Advertisment

ରାଜନୈତିକ ସମୀକ୍ଷକ ମଧ୍ୟ ଠିକ୍ ଏଇଭଳି ସମ୍ଭାବନା ଉପରେ ଜୋର ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ ସୃଷ୍ଟି ହୋଇଥିଲା ବେଳେ ଆଜି ମୋକିମ୍ କିଏ ବୋଲି କହି ଛିଗୁଲେଇଛନ୍ତି ସଭାପତି ଭକ୍ତ ଦାସ।...

ନୂଆ ବର୍ଷରେ ନୂଆ ଦଳ ଗଢ଼ିବେ କି ମହମ୍ମଦ ମୋକିମ୍ ? ରାଜ୍ୟରେ କଂଗ୍ରେସ ବିରୋଧରେ ଚଳାଇବେ କି ସମାନ୍ତରାଳ ସଂଗଠନ ? ଯଦି ନୂଆ ପାର୍ଟି ଗଢିବେ ତେବେ କାହାକୁ ପ୍ରାଥମିକତା ଦେବେ ଏହି ୬୦ ବର୍ଷୀୟ କଟକିଆ ନେତା ? ପଶ୍ଚିମ ଓଡିଶାର ଟାଣୁଆ ନେତା କୁହାଯାଉଥିବା ତଥା ପିସିସି ସଭାପତିଙ୍କୁ ବିରୋଧ କରୁଥିବାରୁ ଉପକୂଳିଆଙ୍କୁ ଧରି ନୂଆ ଦଳ ଚଳାଇବେ କି ମୋକିମ୍ ?

Advertisment

 ନିଜ ଦଳରେ ଯୁବକଙ୍କୁ ପ୍ରାଧାନ୍ୟ ଦେଇ ଆଗକୁ ଜାରି ରଖିବେ କି ନିଜର ପଲିଟିକାଲ୍ ଯାତ୍ରା ? ନା ନିଜର ଭୋଟ୍ ବ୍ୟାଙ୍କକୁ ଧରି କୌଣସି ଦଳରେ ପାଦ ଥାପିବେ ? ଏଭଳି ନାନା ପ୍ରଶ୍ନ ସହ କଳ୍ପନା ଜଳ୍ପନା ଜାରି ରହିଛି ପଲିଟିକାଲ ମୈଦାନରେ। ଏସବୁ ଭିତରେ କିଛି ବରିଷ୍ଠ ନେତା ନିଜ ବୟାନରେ ସେଭଳି କିଛି ଇସାରା ଦେଇ ମୋକିମ ନୂଆ ଦଳ ଗଢ଼ିବାର ସମ୍ଭାବନା କଥା କହିଛନ୍ତି।

ତେବେ ମୋକିମ୍ ଯଦି ନୂଆ ଦଳ ଗଢନ୍ତି କ’ଣ ରହିବ ରଣନୀତି ? କଂଗ୍ରେସର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇ ଦଳରୁ ବିଦା ହେବାପରେ କାହା ବିରୋଧରେ ରାଜନୈତିକ ଗୋଟି ଚଳାଇବେ ମୋକିମ୍ ? କାରଣ ଗୋଟିଏ ପଟେ କଂଗ୍ରେସରୁ ଷ୍ଟାଣ୍ଡିଂ ବିଧାୟିକା ଅଛନ୍ତି ଝିଅ ସୋଫିଆ ଫିର୍ଦ୍ଦୋସ, ଆରପଟେ ନିଜର ବ୍ୟକ୍ତିଗତ ରାଜନୈତିକ ଭବିଷ୍ୟତ।

ଯଦି କଂଗ୍ରେସ ବିରୋଧରେ ଯିବେ, ତେବେ ଝିଅ ସୋଫିଆ ବି ସାଥ୍ ଦେବେ କି ବାପା ମୋକିମଙ୍କୁ ? ଏକଥା ସତ ଯେ କିଛି ବରିଷ୍ଠ କଂଗ୍ରେସ ନେତା ମୋକିମଙ୍କ ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି, ମୋକିମଙ୍କ ସପକ୍ଷରେ ବୟାନ ରଖିଛନ୍ତି। ଏହି ଧାରାରେ ଯୋଡି ହୋଇଛନ୍ତି ଆଉ ଜଣେ ପୁରୁଖା ନେତା ଜୟଦେବ ଜେନା। ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢି ଥିବା ନିରଞ୍ଜନ ପଟ୍ଟନାୟକଙ୍କ ମନ୍ତବ୍ୟକୁ ସମର୍ଥନ କରି ଜୟଦେବ କହିଛନ୍ତି, ମୋକିମଙ୍କ ସହ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇଥିଲେ ଏତେ କଥା ହୋଇନଥାନ୍ତା। ସେହିପରି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ବି ମାପିଚୁପି ବୟାନ ଦେଇଛନ୍ତି। 

ମୋକିମ୍ କିଏ ବୋଲି ପଚାରି ଛିଗୁଲେଇଲେ ଭକ୍ତ

କଂଗ୍ରେସ ନେତୃତ୍ବ ବିରୋଧରେ ଖୋଲାଖୋଲି ମନ୍ତବ୍ୟ, କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଚିଠି ଏବଂ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବହିଷ୍କାର ପରେ ବି ମୋକିମଙ୍କ ବିରୋଧରେ ଖଡ଼ଗହସ୍ତ ଭକ୍ତ। ଜାତୀୟ ମିଡ଼ିଆରେ ମୋକିମଙ୍କୁ ଆଜି ଟାର୍ଗେଟ୍ କରିବା ସହ ମୋକିମ୍ କିଏ ମୁଁ ଜାଣିନି ବୋଲି ଭକ୍ତ ଦାସ କହିଛନ୍ତି। ଆହୁରି କହିଛନ୍ତି, ମୋକିମ୍ ମାତ୍ର ଥରଟିଏର ବିଧାୟକ। ୨୦୧୪ରେ ହାଉସିଂ କର୍ପୋରେସନ ଦୁର୍ନୀତିର କଥା ଉଠାଇ ମୋକିମଙ୍କୁ ଭର୍ତ୍ସନା କରିଛନ୍ତି ଭକ୍ତ। ଏ ନେଇ କିନ୍ତୁ ମୋକିମ୍ ଆଜି ମୁହଁ ଖୋଲିନାହାଁନ୍ତି। ତେବେ ମୋକିମଙ୍କ ପରବର୍ତ୍ତୀ ପଲିଟିକାଲ୍ ଷ୍ଟ୍ରାଟେଜୀ ସଂପର୍କରେ ରାଜନୀତି ସମୀକ୍ଷକଙ୍କ ମତ, ରାଜ୍ୟରେ ବିକଳ୍ପ ରାଜନୈତିକ ସମ୍ଭାବନା ତିଆରି ପାଇଁ ମୋକିମ୍ ଚେଷ୍ଟା କରିପାରନ୍ତି। 

ଏସବୁ ବାଦ ବିବାଦ ଭିତରେ ଅପେକ୍ଷା ନୂଆବର୍ଷକୁ ଯେତେବେଳେ କଂଗ୍ରେସ ନାଁକୁ ଯୋଡ଼ି ନୂଆ ଦଳର ଘୋଷଣା କରିବେ ମହମ୍ମଦ ମୋକିମ।...

Congress Md Moquim
Advertisment
Related Articles
Advertisment