Advertisment

Faith, Fear and Sindoor: ଜଗା ରଖିଦେଲା ମଥା ସିନ୍ଦୂର ! ଆଶା ଓ ଆଶଙ୍କା ଭିତରେ ପାଇଲେ ସ୍ୱାମୀଙ୍କୁ

ଟଏଲେଟରେ ଲୁଚିଥିଲେ ସ୍ବାମୀ, ମନ୍ଦିରରେ ମଥା ପିଟୁଥିଲେ ପତ୍ନୀ । ସ୍ବାମୀଙ୍କୁ ହେଉଥିଲା ବୁଟ୍ ମାଡ଼, ଘରେ ଚମକି ପଡୁଥିଲେ ସ୍ତ୍ରୀ । ଜଗନ୍ନାଥଙ୍କୁ ଭରସା କରି ମୁଣ୍ଡିଆ ମାରୁଥିଲେ । ଶେଷରେ ଘରକୁ ଫେରିଲେ ଆଦର୍ଶ ।

author-image
Tapan Swain
Sindoor

Sindoor Photograph: (OTV)

ଟଏଲେଟରେ ଲୁଚିଥିଲେ ସ୍ବାମୀ, ମନ୍ଦିରରେ ମଥା ପିଟୁଥିଲେ ପତ୍ନୀ । ସ୍ବାମୀଙ୍କୁ ହେଉଥିଲା ବୁଟ୍ ମାଡ଼, ଘରେ ଚମକି ପଡୁଥିଲେ ସ୍ତ୍ରୀ । ଜଗନ୍ନାଥଙ୍କୁ ଭରସା କରି ମୁଣ୍ଡିଆ ମାରୁଥିଲେ । ଶେଷରେ ଘରକୁ ଫେରିଲେ ଆଦର୍ଶ ।

Advertisment

ଅପେକ୍ଷା କରିଥିଲା ସିନ୍ଦୂର । ମାସେ ଦୁଇମାସ ନୁହେଁ ଦୀର୍ଘ ତିନି ବର୍ଷ ପରେ ଏ ମଥାର ସିନ୍ଦୂର ସତେଜ ହୋଇଛି। ସ୍ବାମୀଙ୍କୁ ପାଇବା ପରେ ଯେମିତି ମଥାର ସିନ୍ଦୂରଟା ଚକଚକ କରୁଛି । ହେବନି ବା କେମିତି। ସିନ୍ଦୂରକୁ ବଞ୍ଚାଇ ରଖିବା ପାଇଁ କମ୍ ପରିଶ୍ରମ କରିବାକୁ ପଡିନି ଏ ମାଆଙ୍କୁ। ଭାଗ୍ୟକୁ ଆଦରି ଧୈର୍ଯ୍ୟର ପାହାଡକୁ ମୁଣ୍ଡାଇ ଚାଲିଥିବା ସସ୍ମିତା ଶେଷରେ ଲମ୍ବା ସମୟ ପରେ ହାତପାଆନ୍ତାରେ ସ୍ବାମୀଙ୍କୁ ପାଇଛନ୍ତି। ଆଉ ଖୁସିରେ ଜାବୁଡି ଧରିଛନ୍ତି। ସୁଦାନ ଗୃହଯୁଦ୍ଧର ଘମାଘୋଟ ଲଢେଇ ଭିତରେ ଜୀବନ ମୃତ୍ୟୁକୁ ଅତି ପାଖରୁ ଦେଖିଥିଲେ ସ୍ବାମୀ। ଏପରିକି ସ୍ବାମୀ ଘରକୁ ଫେରିବେ କି ନାହିଁ ତାକୁ ନେଇ ଯଦିଓ ମନରେ ବିଶ୍ବାସ ଥିଲା ତେବେ ବେଳେବେଳେ ପତ୍ନୀ ସସ୍ମିତାଙ୍କ ମନ ପାପ ଛୁଉଁଥିଲା।

ଜେଲରେ ଥିବା ସ୍ବାମୀ ସହ ମାତ୍ର କିଛି ମିନିଟ କଥା ହେଉଥିଲେ ଆଉ କେଇ ପଦ କଥାରେ ଦମ୍ଭ ଧରି ଆଗକୁ ବଢୁଥିଲେ। ସୁଦାନ ଗୃହବନ୍ଦୀରୁ ମୁକୁଳିଥିବା ଜଗତସିଂହପୁରର ଆଦର୍ଶ ବେହେରାଙ୍କୁ ନେଇ ପତ୍ନୀ କହିଛନ୍ତି, ଆଉ ସ୍ବାମୀଙ୍କୁ ବାହାରକୁ ଛାଡିବି ନାହିଁ। 

Advertisment

ବାପାକୁ ଦେଖିଲା ପୁଅ

ମୋବାଇଲରେ ବାପାଙ୍କ ଫଟୋ ଦେଖାଇ ଏ କୁନି ପୁଅକୁ ପରିଚୟ ଦେଇଥିଲେ। ଫଟୋ ଦେଖି ବାପା ଡାକ ଶିଖିଥିବା କୁନି ପୁଅ ଏବେ ନିଜ ବାପାକୁ ପାଖରୁ ଦେଖୁଛି। ଆଉ ମାତ୍ର ଜନ୍ମ ହେବାର ୧୨ ଦିନର ଛୁଆକୁ ଛାଡି ସୁଦାନ ଯାଇଥିବା ବାପା ବି ତିନି ବର୍ଷ ପରେ ପୁଅକୁ ଦେଖି କାନ୍ଦି ପକାଉଛି। ଏମିତି ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଥିଲା । ପୂରା ପରିବେଶ ଥିଲା ଅଲଗା । ଏବେ ପରିବାର ଏକାଠି । ଆନନ୍ଦ ଯେତିକି ଦୁଃଖ ବି ସେତିକି । ପରିବାର ପାଇଁ ଥିଲା ଏକ ଭିନ୍ନ ମୁହୂର୍ତ୍ତ। 

ପରିବାର ଚଳାଇବାକୁ କାମ ପାଇଟି ପାଇଁ ଯେତେବେଳେ ସ୍ତ୍ରୀ ଓ ପିଲାକୁ ଛାଡି ସ୍ବାମୀ ଯାଏ ଆଉ ବିଦେଶରେ କିଛି ବଡ ଅଘଟଣ ଘଟେ ସେ ସମୟର ସ୍ଥିତି ଯିଏ ଭୋଗିଛି ସେ ଜାଣିଛି। ତେବେ ସାହସ, ଧୈର୍ଯ୍ୟ ସାଙ୍ଗକୁ ସଂଘର୍ଷ କରି ସ୍ବାମୀଙ୍କୁ ଫେରାଇ ଆଣିଥିବା ଏ ମାଆଙ୍କୁ ଶତ ସଲାମ। ଏମିତି କହୁଛନ୍ତି ପାଖ ପଡୋଶୀ । 

Jay Jagannath adarsh behera sudan
Advertisment
Related Articles
Advertisment