Advertisment

Crackdown Begins: ହୁକ୍କା ବାର୍ ହରର୍ ପରେ ଆକ୍ସନ, ନୋ ଲିମିଟରେ ବେଆଇନ ବାର ଚାଲୁଥିବା ନେଇ ତଦନ୍ତ

ନୋ ଲିମିଟରେ ବେଆଇନ ବାର ଚାଲୁଥିବା ନେଇ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି। ଆହୁରି ବାରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଜାଣିବାକୁ ପାଇବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଅଗ୍ନିଶମ ବିଭାଗ।

author-image
Tapan Swain
Bar

Bar Photograph: (OTV)


 ନୋ ଲିମିଟ ପାଇଁ ଅନଲିମିଟେଡ ଅଡୁଆରେ ରାଜଧାନୀର ବାର, କ୍ଲବ ଓ ରେଷ୍ଟୁରାଣ୍ଟ ମାଲିକ । ସବୁ ନିୟମ ପାଳନ ହେଉଛି କି ନାହିଁ ସେ ନେଇ କଡାକଡି ଯାଞ୍ଚ ପାଇଁ ସମସ୍ତ ଚଢାଉକାରୀ ଏଜେନ୍ସି ହେଲେଣି ତୟାର। ସେପଟେ ନୋ ଲିମିଟରେ ବେଆଇନ ବାର ଚାଲୁଥିବା ନେଇ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ବିଭାଗ ତଦନ୍ତ ଆରମ୍ଭ କରିଛି। ଆହୁରି ବାରରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଜାଣିବାକୁ ପାଇବା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି ଅଗ୍ନିଶମ ବିଭାଗ।...

Advertisment

ନୋ ଲିମିଟ ହୁକା ବାର ହରର ପରେ ପୂରା ରାଜଧାନୀ ଥରହର । ଏଣେ ନୋ ଲିମିଟର ଅନଲିମିଟେଡ ଫନ ଭିଡିଓ ଦେଖିବା ପରେ ତାଜୁବ ଅବକାରୀ ବିଭାଗ । ସତ୍ୟବିହାରରେ ଥିବା ନୋ ଲିମିଟ ଏୟାର ହୁକା ବାର ନାମରେ ଖୋଲାଖୋଲି ମଦ କାରବାର କରୁଥିବା ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର। ଏହାପରେ ଆରମ୍ଭ ହୋଇଛି ତଦନ୍ତ, ଯାଞ୍ଚ ହେବ ସିସିଟିଭି ଭିଜୁଆଲ । କେମିତି ରାଜଧାନୀରେ ବେଆଇନ ଭାବେ ଚାଲୁଥିଲା ଏହି ବାର୍ ? କିଏ ସୁରକ୍ଷା ଯୋଗାଉ ଥିଲା ? କେତେଦିନ ଧରି ଡ୍ୟାନ୍ସ ବାର ସହ ମଦର ଆସର ଜମୁଥିଲା ? ସବୁର ତଥ୍ୟ ବାହାର କରିବା ପାଇଁ ଅବକାରୀ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଏହାରି ଭିତରେ ଭୁବନେଶ୍ବର ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଆରମ୍ଭ କରି ଦେଇଛନ୍ତି ତନାଘନା । ଖାଲି ଏତିକି ନୁହେଁ ରାଜଧାନୀରେ ଥିବା ୧୫୫ ବାର, ପବ, କ୍ଲବ ଓ ବିୟର ପାର୍ଲର ଉପରେ ତତକ୍ଷଣାତ ଚଢାଉ କରିବା ପାଇଁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କେଉଁଠି ବେଆଇନ ଭାବେ ମଦ କାରବାର ଚାଲିଛି, ତାହାକୁ ଖୋଜି ବାହାର କରିବାକୁ ମଧ୍ୟ ବିଭାଗ ପକ୍ଷରୁ କଡା ତାଗିଦ କରାଯାଇଛି । 

Advertisment

ତେଣେ ଗୋଆ ନାଇଟ୍ କ୍ଲବ୍ ଏବଂ ଗତକାଲିର ସତ୍ୟବିହାର ବାର୍ ଅଗ୍ନିକାଣ୍ଡ ପରେ ରାଜଧାନୀର ଅନ୍ୟ ରେଷ୍ଟୁରାଣ୍ଟ, ବାର୍, ପବ୍, କ୍ଲବ ସହ ହୁକା ବାର ଉପରେ ଅଗ୍ନିଶମ ବିଭାଗ ଓ ପୋଲିସର କଡା ନଜର । ଏସବୁ ସ୍ଥାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି ନା ନାହିଁ ତାହାର ଯାଞ୍ଚ କରିବ ଅଗ୍ନିଶମ ବିଭାଗ । ଲୋକଙ୍କ ସୁରକ୍ଷା ପାଇଁ କିଏ କରି ନାହିଁ ବ୍ୟବସ୍ଥା ? କେଉଁ ବାର ଓ ରେଷ୍ଟୁରାଣ୍ଟର ନାହିଁ ଅଗ୍ନି ନିର୍ବାପକ ସାର୍ଟିଫିକେଟ ? କିଏ ଚଳାଉଛି ହୁକା ବାର ? ତାହାକୁ ନେଇ ଆରମ୍ଭ ହୋଇଯାଇଛି ଖୋଳତାଡ ।

ଅଗ୍ନିଶମ ଡିଜିଙ୍କ ନିର୍ଦ୍ଦେଶ ପରେ ଗଠନ ହୋଇଛି ସ୍ବତନ୍ତ୍ର ଟିମ । ଖୁବଶୀଘ୍ର ରାଜଧାନୀର ସମସ୍ତ ରେଷ୍ଟୁରାଣ୍ଟ, ବାର , ପବ, କ୍ଲବରେ ପଶି ଯାଞ୍ଚ କରିବା ନେଇ ହୋଇଛି ପ୍ରସ୍ତୁତି । ସେପଟେ ନୋ ଲିମିଟ ଏୟାରରେ କାହିଁକି ଲାଗିଲା ନିଆଁ ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା । ଏହାରି ଭିତରେ ଏତେ ବଡ ବାରରେ ଅଗ୍ନିନିର୍ବାପକ ପାଇଁ କୌଣସି ବ୍ୟବସ୍ଥା ନଥିବା ଦେଖିବାକୁ ପାଇଛି ଅଗ୍ନିଶମ ବିଭାଗ । ଯେଉଁଥି ପାଇଁ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ସଜବାଜ ହେଉଛି । 

ସେପଟେ ହୁକା ବାର ଖୋଲିବା ଲାଗି ଓଡିଶାରେ ନାହିଁ ନିୟମ । ଏଠାରେ ପ୍ରଶ୍ନ ଉଠୁଛି କେମିତି ବେଆଇନ ଭାବେ ଛତୁ ଫୁଟିଲା ଭଳି ରାଜଧାନୀରେ ଖୋଲିଛି ହୁକା ବାର ? କିଏ ଦେଉଛି ଲାଇସେନ୍ସ ? କାହିଁକି ହେଉନି ଚଢାଉ ? ନୂତନ ଭାବେ ଓଡିଶା ଅବକାରୀ ନିୟମ ପ୍ରଚଳନ ବେଳେ ହୁକା ବାର ପାଇଁ ରହିବ କି କୌଣସି କଟକଣା ? 


Bar Excise Dept Pub
Advertisment
Related Articles
Advertisment