/odishatv-khabar/media/media_files/2025/12/09/minister-2025-12-09-16-36-37.jpg)
Minister Photograph: (OTV)
ଆଉ ବଢିବ ନାହିଁ ପାଚିକାଙ୍କ ଦରମା। ପାଚିକାଙ୍କ ଦରମା ବୃଦ୍ଧି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦେଲେ ବଡ଼ ସୂଚନା। ପୂର୍ବରୁ ପାଚିକାଙ୍କ ଦରମା ୨ ହଜାର ଟଙ୍କା ଥିଲା, ବିଜେପି ସରକାର ୧ ହଜାର ବୃଦ୍ଧି କରି ୩ ହଜାର କଲା। ସେମାନେ ଆଉ ଆନ୍ଦୋଳନକୁ ଆସିବାର ଆବଶ୍ୟକତା ନାହିଁ, ସବୁବେଳେ ଆନ୍ଦୋଳନରେ ବସିଲେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେବ। ତେଣୁ ଦରମା ତ ବୃଦ୍ଧି ହେଲା, ପୁଣି ଆନ୍ଦୋଳନ ଠିକ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।
ବିଧାନସଭା ଆଗରେ ଆନ୍ଦୋଳନ କରୁଛନ୍ତି ପାଚିକା ସଙ୍ଘ। ୭ ଦଫା ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି ନିଖିଳ ଉତ୍କଳ ପାଚିକା ସଂଘ। ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ। ଦୈନିକ ମଜୁରୀ ୪୬୨ ଟଙ୍କା ସହ ପରିଚୟ ପତ୍ର ଏବଂ ନିୟମିତ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା। ଟଙ୍କା ନହେଲେ ନାହଁ, ପ୍ରେଷ୍ଟିଜ୍ ଦରକାର ବୋଲି କହିଥିଲେ ସଂଘର ନେତା । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନହେଲେ ଅହୋରାତ୍ର ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ।
ସରିଲା ଅଧିବେଶନ
ତେବେ ବିଧାନସଭା ଶୀତକାଳୀନ ଅଧିବେଶନ ଆଜି ସମାପ୍ତ ହୋଇଛି । ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଲା ବିଧାନସଭା । ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ଆଉ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଆଣିଥିଲେ ପ୍ରସ୍ତାବ ।
Salary Boost for MLAs in Odisha: ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ିବ, ଜାଣନ୍ତୁ ଥିଲା କେତେ ହେବେ କେତେ ?

Govt Slashes IndiGo’s Winter Flight Slots: ଇଣ୍ଡିଗୋ ବିରୋଧରେ ଆକ୍ସନ; ବିମାନ ଉଡାଣ ଉପରେ ରୋକ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

Kangana, Mahua, Supriya Dance Together: ମଞ୍ଚରେ ଏକାଠି ନାଚିଲେ ଶାସକ ଓ ବିରୋଧୀ; କଙ୍ଗନା, ମହୁଆଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ

Raja Swain Challenges Odisha Government: ତାମିଲକୁ ବାନ୍ଧିବାକୁ ରାଜାଙ୍କ ଆହ୍ବାନ, ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ

Indian Cricket Icons Visit Jagannath Temple: ଜଗା ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି, ଆଶିଷ ଭିକ୍ଷା କଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)