/odishatv-khabar/media/media_files/2025/12/19/jail-2025-12-19-11-02-22.jpg)
Jail Photograph: (OTV)
ପାରୋଲରେ ଯାଇ ଚକମା ଦେଲେ ୨ କଏଦୀ । ଦୁଇ କଏଦୀ ଛୁଟିରେ ଯାଇ ଆଉ ଫେରୁ ନାହାନ୍ତି ଭୁବନେଶ୍ବର ଝାରପଡ଼ା ଜେଲ। ହତ୍ୟାକାରୀ ଫୁଲବାଣୀର ସୁଶୀଲ ଦିଗଲ ଓ ଦୁଷ୍କର୍ମକାରୀ ଢେଙ୍କାନାଳର ରଞ୍ଜିତ ନାୟକ ଛୁଟିରେ ଯାଇ ଆଉ ଝାରପଡ଼ା ଜେଲ ଫେରି ନାହାନ୍ତି। ସୁଶୀଲ ବର୍ଷେ ହେବ ଫେରାର ଥିବାବେଳେ ରଞ୍ଜିତ ଗତ ଅକ୍ଟୋବର ମାସଠାରୁ ଫେରାର୍ ରହିଛି ।
ଜେଲ ବିଭାଗର ଦାୟିତ୍ୱହୀନତା
ସୁଶୀଲ ହତ୍ୟାକାଣ୍ଡ ମାମଲାରେ ଆଜୀବନ ସଜା କାଟୁଥିବା ବେଳେ ରଞ୍ଜିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇଛି । ଖାଲି ଏତିକି ନୁହେଁ, ସାମ୍ନାକୁ ଆସିଛି ରାଜ୍ୟ ଜେଲ ବିଭାଗର ଦାୟିତ୍ୱ ହୀନତା । କାରଣ ସାରା ରାଜ୍ୟର ବିଭିନ୍ନ ଜେଲ଼ରୁ ଏହିଭଳି ୫୦ରୁ ଅଧିକ କଏଦୀ ଛୁଟିରେ ଯିବା ପରେ ଆଉ ଜେଲ ଫେରି ନାହାନ୍ତି । ଯାହାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲ DG ବ୍ୟକ୍ତିଗତ ହାଜର ହୋଇଥିଲେ ।
୨ କଏଦୀ ଝାରପଡ଼ା ଜେଲରୁ ଛୁଟିରେ ଯାଇ ଆଉ ଫେରିନାହାନ୍ତି
ଜଣକୁ ଆଜୀବନ ସଜା ଓ ଆଉ ଜଣକୁ ୨୦ ବର୍ଷ ସଜା ମିଳିଥିଲା
ରାଜ୍ୟରେ ବିଭିନ୍ନ ଜେଲ଼ରେ ଥିବା ୫୦ରୁ ଅଧିକ କଏଦୀ ଫେରିନାହାନ୍ତି
ପଦାରେ ପଡ଼ିଲା ଜେଲ ବିଭାଗର ଦାୟିତ୍ବହୀନତା !
Gruesome Family Tragedy: କୁଳାଙ୍ଗାର ପୁଅ ଶିଳପୁଆରେ ବାପାମାଆଙ୍କ ମୁଣ୍ଡକୁ ଛେଚିଲା, କରତରେ କାଟି ଖଣ୍ଡ ଖଣ୍ଡ କଲା

Invisible Yet Deadly: ବିନାଶ ଲେଖିବ ଜୈବିକ ଅସ୍ତ୍ରଶସ୍ତ୍ର, ଜାଣନ୍ତୁ ଏହାକୁ କାହିଁକି କୁହାଯାଏ ସାଇଲେଣ୍ଟ କିଲର?

Rent Turned Deadly: ଭଡ଼ା ଟଙ୍କା ଦେବା ପାଇଁ ମାଲିକାଣୀଙ୍କୁ ଘରକୁ ଡ଼ାକିଲେ, ଲୁଗାରେ ତଣ୍ଟି ଚିପି ଜୀବନ ନେଲେ

Bangladesh on the Boil: ଜଳୁଛି ବାଂଲାଦେଶ, ଓସମାନ ହାଦୀର ମୃତ୍ୟୁ ପରେ ତାତିଛନ୍ତି ସମର୍ଥକ

A Star-Studded Moment: ମେସିଙ୍କୁ ଜୁନିୟର ଅମ୍ବାନୀଙ୍କ ଦାମୀ ଉପହାର, ପୂରା ସରପ୍ରାଇଜ୍

Today Panchang 19th December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)