/odishatv-khabar/media/media_files/2025/12/11/si-recruitment-scam-2025-12-11-13-36-38.jpg)
SI Recruitment Scam Photograph: (OTV)
ପୋଲିସ SI ପରୀକ୍ଷା ସ୍କାମ ମାମଲାରେ ଆଜିଠୁ ୨ ଦିନିଆ ରିମାଣ୍ଡରେ ଗଲେ ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଟି. ଅଭିମନ୍ୟୁ ଦୋରା ଓ ପ୍ରିୟଦର୍ଶିନୀ ସାମଲ । ସେପଟେ ବିହାରରୁ ଗିରଫ ଅଭିଯୁକ୍ତ ନୀତୀଶ କୁମାରକୁ ଗତକାଲି ଭୁବନେଶ୍ବର କୋର୍ଟରେ ହାଜର କରିବା ପରେ ୨ ଦିନ ରିମାଣ୍ଡରେ ନେଇଛି CBI । ଏହା ସହ ମାମଲାରେ ସାମ୍ନାକୁ ଆସିଛି ଆନ୍ତଃରାଜ୍ୟ ଲିଙ୍କ ।
ରିମାଣ୍ଡରେ ନେଇ ଏହି ସମସ୍ତ ଅଭିଯୁକ୍ତଙ୍କୁ ସିବିଆଇ ମୁଁହାମୁହିଁ ଜେରା କରିବ । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ, କେତେଜଣ ବଡ଼ବଡ଼ିଆ ଏହି ସ୍କାମ ପଛରେ ଅଛନ୍ତି ସେନେଇ ଜେରା ପରେ ତଥ୍ୟ ପାଇପାରେ ସିବିଆଇ ।
ପୋଲିସ ଏସଆଇ ସ୍କାମରେ ପୁଣି ଜଣେ ଏସଏସବି ଯବାନଙ୍କ ଲିଙ୍କ ଜଣାପଡିଥିଲା । ଆଗରୁ ଏହି ମାମଲାରେ ଗିରଫ ହୋଇଥିଲେ ଏସଏସବି ଯବାନ ବିଶ୍ବରଞ୍ଜନ ବେହେରା । ଆଉ ଏବେ ସ୍ପେଶାଲ୍ ସିକ୍ୟୁରିଟି ବାଟାଲିୟନ ଯବାନ ଅର୍ଜୁନ ନାଏକଙ୍କୁ ବାନ୍ଧିଛି ସିବିଆଇ । ବିଶ୍ବରଞ୍ଜନଙ୍କ ଭଳି ଅର୍ଜୁନ ମଧ୍ୟ ଆଗରୁ ନବୀନ ନିବାସରେ ଡ୍ୟୁଟି କରୁଥିବା ଜଣାପଡିଛି ।
ପାୱାର କରିଡରରେ ରହି ସ୍କାମ
୨ ଦିନର ଜେରା ପରେ ଅର୍ଜ୍ଜୁନ ନାଏକଙ୍କ ସହ ନିମାଇଁ ଚରଣ ସାହୁଙ୍କୁ ଗିରଫ କରିଥିଲା ସିବିଆଇ । ଏହି ଦୁଇ ଜଣ ପୂର୍ବରୁ ଗିରଫ ବିରଞ୍ଚି କୁମାର ନାଏକଙ୍କ ସହଯୋଗୀ ଥିଲେ । ତେବେ ଅର୍ଜୁନ ଙ୍କ ଗିରଫଦାରୀ ପରେ ପୁଣିଥରେ ସାମ୍ନାକୁ ଆସିଛି ପାୱାର କରିଡରରେ ରହି କେମିତି ହେଉଥିଲା ସ୍କାମ । ଏସଏସବି ଯବାନ ଭାବେ ଅର୍ଜୁନ କରୁଥିଲା ନବୀନ ନିବାସରେ ଡ୍ୟୁଟି । ଆଉ ଆଶାୟୀ ପରୀକ୍ଷାର୍ଥୀଙ୍କୁ ଦେଉଥିଲା ବଡ ଭରସା ।
ଶଙ୍କର ପୃଷ୍ଟି ସିଣ୍ଡିକେଟରେ ଅର୍ଜୁନ ଓ ବିଶ୍ବରଂଜନ ଭଳି ପୋଲିସ କର୍ମଚାରୀ ଥିଲେ ସୋ କେଶ । ଏମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଘରେ ଡ୍ୟୁଟି କରୁଥିବାରୁ ଆଶାୟୀଙ୍କୁ ପ୍ରଲୋଭନ ଦେଖାଇ ଚାକିରି ବିକ୍ରି କରୁଥିବାର ସୁରାକ ପାଇଛି ସିବିଆଇ । ସେପଟେ ସିବିଆଇ କାର୍ଯ୍ୟାଳୟରେ ବିରଞ୍ଚିଙ୍କ ସହ ଏକାଧିକ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମୁହାଁମୁହିଁ ଜେରା କରାଯାଇଛି ।
ଏଣେ ପୂରା ନେଟୱର୍କର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ମୁନା ମହାନ୍ତିଙ୍କ ଚେର ବିହାର ଯାଏଁ ଲମ୍ବିଥିବା ପ୍ରମାଣ ମିଳିଛି । ଯେଉଁଥି ପାଇଁ ସିବିଆଇର ଏକ ଟେକ୍ନିକାଲ ଟିମ ବିହାରରୁ ଅଭିଯୁକ୍ତକୁ ଧରିବା ପାଇଁ ଲାଗିପଡିଥିଲେ । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଗିରଫଦାରୀ ସଂଖ୍ୟା ଶହେ ଟପିଯାଇପାରେ । ପୂର୍ବରୁ ଏହି ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀ ସମେତ ୧୨ ଦଲାଲଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
Viral Scandal: ସୋସିଆଲ ମିଡିଆରେ ପାକ୍ ଆର୍ମି ଅଫିସରଙ୍କ ଅସଭ୍ୟ ଭିଡିଓ, ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନ ଲେଫ୍ଟନାଣ୍ଟ ଜେନେରାଲ

Love Turns Deadly: ନାବାଳିକା ପ୍ରେମିକା ସାଜିଲା ରାକ୍ଷସୀ, ପାହାଡ଼ ଉପରେ ପ୍ରେମିକର ନେଲା ଜୀବନ

Shocking Negligence: ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ, ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

Horrific Ragging: ଡ୍ରଗ୍ସ ଖାଇଲେନି ବୋଲି ନିସ୍ତୁକ ପିଟିଲେ, ଛାତ୍ରଙ୍କୁ ପିଆଇଲେ ଶୌଚାଳୟ ପାଣି

Pakistan’s Possible Breakup: ଦୁଇ ଭାଗ ହେବ ପାକିସ୍ତାନ; ଅଲଗା ହୋଇ ଗଢାହେବ ‘ସିନ୍ଧୁଦେଶ’

When Digital Specs Expose History: ଅତୀତ କହୁଛି ଡିଜିଟାଲ ଚଷମା, ଜାଣିଲେ ଭୟ କରିବେ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)