/odishatv-khabar/media/media_files/2025/12/09/mla-salary-2025-12-09-20-06-49.jpg)
MLA-SALARY Photograph: (OTV)
ବିଧାୟକଙ୍କ ପାଇଁ ଖୁସି ଖବର ଦେଇ ଶେଷ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କୁ ସରକାର ଦେଇଛନ୍ତି ବଡ଼ ଉପହାର। ପାରିତ ହୋଇଛି ବିଧାୟକ, ପୂର୍ବତନ ବିଧାୟକ, ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସମ୍ପର୍କିତ ସଂଶୋଧିତ ବିଲ। ଯେଉଁଥିରେ ବିଧାୟକଙ୍କ ଦରମା ୧ ଲକ୍ଷରୁ ସାଢ଼େ ୩ ଲକ୍ଷକୁ ପହଞ୍ଚିବ।
୨୦୦୭ ବିଜେଡି ସରକାର ଅମଳରୁ ହୋଇ ଆସୁଥିବା ଏ ଦାବି ଉପରେ ମୋହର ମାରିଛନ୍ତି ମୋହନ ସରକାର। ଆଜିର ଏହି ବିଲ୍ ଉପସ୍ଥାପନ ବେଳେ ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର ଏକ ହୋଇଥିବା ଦେଖିବାକୁ ମିଳିଥିଲା।...
ଆଗରୁ ପାଉଥିଲେ ଲକ୍ଷେ, ଏବେ ପାଇବେ ସାଢ଼େ ୩ ଲକ୍ଷ। ଏକାଥରକେ ଦରମା ବଢ଼ିବ ଅଢେଇ ଗୁଣା। ବିଧାନସଭା ଶୀତ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ପାଇଁ ଆସିଲା ଖୁସି ଖବର। ଆଜି ଗୃହରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ବିଧାୟକ, ପୂର୍ବତନ ବିଧାୟକ, ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା, ଭତ୍ତା ଓ ପେନସନ ବୃଦ୍ଧି ସମ୍ପର୍କିତ ସଂଶୋଧିତ ବିଲ। ଫଳରେ ଏଣିକି ବିଧାୟକର ମୂଳ ଦରମା ୩୫ ହଜାରରୁ ବଢ଼ି ୯୦ ହଜାରକୁ ବୃଦ୍ଧି ପାଇଛି।
ଦରମା, ଭତ୍ତା ଓ ପେନସନ୍ ବୃଦ୍ଧି ସହ ସରିଲା ଶୀତ ଅଧିବେଶନ
ସେହିଭଳି ନିର୍ବାଚନ ମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ବାବଦକୁ ଭତ୍ତା ୨୦ ହଜାର ବଦଳରେ ୭୫ ହଜାରକୁ ବୃଦ୍ଧି ପାଇବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ମିଳିବ ୩୦୦୦ ଟଙ୍କା। ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ଟଙ୍କା ଏବଂ ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା। ମାସିକ ଯାନବାହାନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର।
ଏହାସହ ମାସକୁ ପୁସ୍ତକ କିଣା ପାଇଁ ୨ ହଜାର ବଦଳରେ ୧୦ ହଜାର, ବିଜୁଳି ବିଲ ପାଇଁ ୫ ହଜାର ବଦଳରେ ୨୦ ହଜାର, ଚିକିତ୍ସା ଖର୍ଚ୍ଚ ୫ ହଜାର ବଦଳରେ ୩୫ ହଜାର ଟଙ୍କା ମିଳିବ। କ୍ୱାର୍ଟର ମିଳିନଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ହଜାରେ ବଦଳରେ ୨ ହଜାର ଟଙ୍କା ମିଳିବ। ଗାଡି କିଣିବାକୁ ଅଗ୍ରୀମ ବାବଦରେ ୫ ଲକ୍ଷ ବଦଳରେ ୧୦ ଲକ୍ଷ ପାଇବେ। ଏହାସହ ବାଚସ୍ପତି ଓ ଉପ ବାଚସ୍ପତିଙ୍କର ଦରମା ଓ ଭତ୍ତା ବି ବୃଦ୍ଧି ପାଇବ। ବିଧାନସଭାରେ ଏହି ବିଲ ଆଲୋଚନା ବେଳେ ଏକ ହୋଇଥିଲା ଉଭୟ ଶାସକ ଓ ବିରୋଧୀଙ୍କ ସ୍ବର।...
ବିଧାୟକଙ୍କ ଦରମା ବୃଦ୍ଧି ନେଇ ୨୦୦୭ରୁ ଦାବି ହୋଇ ଆସୁଥିଲେ ବି ଏ ଦାବି ପୂରଣ କରିନଥିଲେ ତତ୍କାଳୀନ ବିଜେଡ଼ି ସରକାର। ସେହିଭଳି ସଂଶୋଧିତ ବିଲ ଅନୁସାରେ ଏଣିକି ଆଉ ଦରମା ବୃଦ୍ଧି ପାଇଁ ବିଧାନସଭା ଅନୁମୋଦନର ଆବଶ୍ୟକତା ପଡ଼ିବନି। ସ୍ବତନ୍ତ୍ର ବିଧେୟକ ଜରିଆରେ ଦରମା ବୃଦ୍ଧି କରିପାରିବେ ରାଜ୍ୟ ସରକାର।
ସେପଟେ ଯେଉଁମାନେ ଥରଟିଏ ବିଧାୟକ ହୋଇଥିବେ, ସେମାନଙ୍କୁ ପେନସନ ବାବଦକୁ ମାସକୁ ଆଗରୁ ୩୦ ହଜାର ମିଳୁଥିବା ବେଳେ ବର୍ତ୍ତମାନ ଏହା ୮୦ ହଜାର ଟଙ୍କାକୁ ବୃଦ୍ଧି ପାଇବ। ଯେଉଁମାନେ ଏକାଧିକ ଥର ବିଧାୟକ ହୋଇଥିବେ, ସେମାନଙ୍କୁ ଅତିରିକ୍ତ ୩ ହଜାର ଟଙ୍କା ମିଳିବ।....
ବିଧାୟକଙ୍କ ଦରମା ବୃଦ୍ଧି ସଂପର୍କୀୟ ସଂଶୋଧିତ ବିଲକୁ ପ୍ରଥମେ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠା ଯାଇଥିଲା। ପରେ ମୋସନ୍ ଆକାରରେ ସର୍ବସମ୍ମତିକ୍ରମେ ବିଲଟି ପାରିତ ହୋଇଥିଲା। ଏଥିସହ ୧୧ଟି କାର୍ଯ୍ୟ ଦିବସ ଥିବା ଗୃହରେ ମୋଟ ୭ଟି ବିଲ ପାରିତ ସହ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବଶନ।..
Cricket Craze Peaks: ସମସ୍ତଙ୍କୁ କ୍ରିକେଟ୍ ମାନିଆ, ଖଚାଖଚ ବାରବାଟୀ, କମ୍ପୁଛି କଟକ

Big Budget for CM and Ministers’ Housing: ମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରୀଙ୍କ ବାସଭବନ ପାଇଁ କୋଟି କୋଟି ଖର୍ଚ୍ଚ, ଆସିଲା ତଥ୍ୟ

Odisha’s Development Vision: କାହାକୁ ସମୃଦ୍ଧ କଲେ ଗଠନ ହେବ ସମୃଦ୍ଧ ଓଡିଶା, ସରକାରଙ୍କର କଣ ରହିଛି ଭିଜନ ?

No Luck at Barabati: ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ, ଏଇୟା କହୁଛି ଇତିହାସ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)