/odishatv-khabar/media/media_files/2025/12/12/no-limit-air-2025-12-12-19-21-08.jpg)
NO-LIMIT-AIR Photograph: (OTV)
ରଙ୍ଗୀନ ହେଉଥିଲେ ଯୁବକ ଯୁବତୀ । ‘ନୋ ଲିମିଟ ଏୟାର୍’ ପଛରେ ସଂଘାତିକ କାହାଣୀ । ବଟି ଦେଇ ଚଲାଉଥିଲେ ବାର !
‘ନୋ ଲିମିଟ ଏୟାର୍’ ପଛରେ ଅନଲିମିଟେଡ ଷ୍ଟୋରୀ। ସଂଧ୍ୟା ହେବା ମାତ୍ରେ ରୁଫ ଟପରେ ଜମୁଥିଲା ଯୁବକ ଯୁବତୀଙ୍କ ଭିଡ। ହୁକା ଟାଣୁଥିଲେ, ନିଶାରେ ମତୁଆଲା ହେଉଥିଲେ। ସାମନାକୁ ଆସିଲା ବେଆଇନ ବାରର ଭିତିରି କଥା।
ଚାନ୍ଦା ଦିଅ, ବାର ଚଲାଅ। ଲାଇସେନ୍ସ ଦରକାର ନାହିଁ କି ଅନୁମତି ଆବଶ୍ୟକ ନାହିଁ। ଜବତ ରେଜିଷ୍ଟରରେ ଲେଖାଅଛି, କାହାକୁ କେତେ ଟଙ୍କା ଦିଆଯାଇଛି । ପ୍ରତିଦିନ ଲେଖାଯାଉଥିଲା, କାହାକୁ ଦିଆଯାଏ କେତେ ଟଙ୍କା। ରାଜଧାନୀର ଛାତି ଉପରେ ଚାଲିଥିଲା ବେଆଇନ ବାର୍ । ଭୁବନେଶ୍ବର ସତ୍ୟବିହାର ମୁଖ୍ୟ ରାସ୍ତା ଉପରେ ଥିବା ‘ନୋ ଲିମିଟ ଏୟାର୍’ ହୁତୁ ହୁତୁ ହେଇ ଜଳି ଯାଇଛି। ବହୁତଳ ବିଲ୍ଡିଂର ଉପର ଅର୍ଥାତ ଟପ୍ ଫ୍ଲୋରରେ ଥିବା ‘ନୋ ଲିମିଟ ଏୟାର୍’ ଜଳିଥିଲା।
ପଳାଶୁଣି ଛକ ପାଖରେ ଏହି କୋଠାରେ ନିଆଁ ଲାଗିଥିଲା କିନ୍ତୁ ରସୁଲଗଡ଼ ଛକ ଓ ଆରପଟ ହଂସପାଳ ଛକ ଯାଏଁ ଏହାର ଧୂଆ ବ୍ୟାପି ଯାଇଥିଲା। ପରିସ୍ଥିତି ଏମିତି ହେଇଥିଲା ଯେ ଚାରିଆଡ଼େ ଧୂଆଁମୟ ପରିବେଶ ହେଇଥିଲା। ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଅଗ୍ନିଶମ ବାହିନୀର ୫ରୁ ଅଧିକ ଗାଡ଼ି ନିଆଁ ଲିଭାଇବାକୁ ଲାଗିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି, ସଟ୍ ସର୍କିଟ୍ ରୁ ନିଆଁ ଲାଗି ବ୍ୟାପିଥିଲା। ତେବେ ଅସଲ କାରଣ କଣ, ସେ ନେଇ ଏବେ ତଦନ୍ତ ଚାଲିଛି।
ସନ୍ଦେହ ପୋଲିସ ଉପରେ
ଉପରେ ରେସ୍ତୋରାଁ କିନ୍ତୁ ଭିତରେ ଚାଲୁଥିଲା କ’ଣ? ବିକ୍ରି ହେଉଥିଲା କି ମଦ? ଲୋକେ ଟାଣୁଥିଲେ କି ହୁକା? କାରଣ ମଦ ପାଇଁ କୌଣସି ଅନୁମତି ନଥିଲା ନୋ ଲିମିଟ୍ ପାଖରେ। ପୋଲିସ କାହିଁକି ନୋ ଲିମିଟ ଏୟାର ଉପରେ ଚଢାଉ କରୁନଥିଲା ? ବାରରେ ଫାୟାର ସେଫଟି ପାଇଁ ବ୍ୟବସ୍ଥା ନଥିଲା । ଏଭଳି କରି ଲୋକଙ୍କୁ ମରଣଯନ୍ତାକୁ ଡକା ଯାଉଥିଲା। ଯଦି ଲୋକ ଥିଲାବେଳେ ଏଭଳି ଅଘଟଣ ଘଟିଥାଆନ୍ତା ତାହଲେ, ଭାବନ୍ତୁ କଣ ହୋଇଥାଆନ୍ତା ସ୍ଥିତି।
ବାର୍ ଭିତରେ ଥିବା ତେଲ ଟିଣ ନିଆଁ ବ୍ୟାପିବାରେ ସହାୟକ ହେଲା। ଏଥିସହ ଫୋମ ଷ୍ଟ୍ରକଚର ବି ଆଉ ଏକ କାରଣ ବୋଲି କୁହାଯାଉଛି। ହୁକା ବାର ପାଇଁ ଓଡିଶାରେ କୌଣସି ବ୍ୟବସ୍ଥା ନଥିଲେ ବି ଏଠାରେ କିପରି ଚାଲୁଥିଲା ? ଗୋଆ ବାରରେ ଅଗ୍ନିକାଣ୍ଡ ଘଟଣା ମନରୁ ନଲିଭୁଣୁ ଏବେ ଭୁବନେଶ୍ବରର ଏକ ବାରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି ଅନେକ ପ୍ରଶ୍ନ ଛିଡା କରିଛି।
Triple Salary for Legislators: ହଜମ ହେଉନି ବିଧାୟକଙ୍କ ଦରମା ବୃଦ୍ଧି, ଏକାଥରେ ୩ ଗୁଣା ଦରମା ଦେଖି ତାତିଲେ ଜନତା

Hefty Price Tag: 'AI ସେ ଫ୍ରି ମେ ବନୱା ଲେଙ୍ଗେ': ଭାରତରେ ମେସିଙ୍କ ସହ ଗୋଟିଏ ଫଟୋର ମୂଲ୍ୟ ୧୦ ଲକ୍ଷ

Vinesh’s Comeback Call: ଭିନେଶ ଘୋଷଣା କଲେ କମବ୍ୟାକ୍, କହିଲେ ଏଥର ମୁଁ ଅଲିମ୍ପିକ୍ସରେ ଏକା ନୁହେଁ

Trail of Hidden Truths: ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ପରେ..., ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର

Violence at Romeo Lane: ରୋମିଓ ଲେନ୍ କ୍ଲବ୍: ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲେ ମ୍ୟାନେଜର ଏବଂ ବାଉନ୍ସର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)