/odishatv-khabar/media/media_files/2025/12/16/gang-rape-2025-12-16-17-28-33.jpg)
Gang-Rape Photograph: (OTV)
ଟଙ୍କା ମାଗିଲେ, ନିସ୍ତୁକ ମାଡ଼ ମାରିଲେ । ଆଉ ପୁରୁଷ ବନ୍ଧୁ ସାମ୍ନାରେ ନାବାଳିକାଙ୍କୁ ଟେକି ନେଇ ଗଣଦୁଷ୍କର୍ମ କଲେ । ଭୟଙ୍କର, ଛାତି ଥରାଇଦେବା ଭଳି ଘଟଣା । ରାଜଧାନୀରେ ଗୋପାଳପୁର ବିଚ୍ ଗଣଦୁଷ୍କର୍ମ କାଣ୍ଡର ପୁନରାବୃତ୍ତି ।
ଧଉଳି ବୁଲିବାକୁ ଯାଇଥିବାବେଳେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୟାନଦୀ ପଠାର ଏହି ସ୍ଥାନରେ ଗଣଦୁଷ୍କର୍ମ କରାଯାଇଛି । କେମିତି ଘଟିଲା ଏ ଜଘନ୍ୟ ଘଟଣା ? କ୍ୟାମେରା ଆଗରେ ସେଇ ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ପୀଡ଼ିତାଙ୍କ ପୁରୁଷ ବନ୍ଧୁ...
ଗତ ୧୦ ତାରିଖ ଦିନ ଘଟିଥିଲା ଏହି ଗଣଦୁଷ୍କର୍ମ । ସେଦିନ ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଯାଇଥିଲେ ନାବାଳିକା । ବୁଲାବୁଲି ସାରି ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଦୁହେଁ ବାଇକ୍ରେ ଫେରୁଥିଲେ । ହଠାତ୍ ଏକ ନିଛାଟିଆ ସ୍ଥାନରେ ଦୁହିଁଙ୍କୁ ଘେରି ଯାଇଥିଲେ ୨ ଜଣ ଯୁବକ । ଟଙ୍କା ମାଗିବା ସହ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାରପିଟ୍ କରିଥିଲେ । ତାଙ୍କଠାରୁ ସୁନା ଚେନ୍ ଓ ଟଙ୍କା ଛଡାଇ ନେଇଥିଲେ ।
ସୀମା ଟପିଗଲା ବର୍ବରତା
ପୁରୁଷ ବନ୍ଧୁଙ୍କୁ ମାଡ ମାରି ଦରମରା କରି ଫିଙ୍ଗି ଦେଇଥିଲେ । ଏତିକିରେ ମନ ବୁଝିଲାନି ଯେ, ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ପୁରୁଷ ବନ୍ଧୁଙ୍କ ଆଖି ସାମ୍ନାରେ ଗଣଦୁଷ୍କର୍ମ କଲେ । ଏହାର ଭିଡିଓ ମଧ୍ୟ ଉତ୍ତୋଳନ କଲେ । କାହା ଆଗରେ ମୁହଁ ଖୋଲିଲେ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ ।
ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବାଙ୍କୀର ବିଭୁ ପ୍ରସାଦ ମିଶ୍ର ଓ ଓଲଟପୁରର କାଳନ୍ଦୀ ପାତ୍ର । ଧଉଳି ଥାନାରେ ପୀଡିତାଙ୍କ ବୟାନ ରେକର୍ଡ ହୋଇଛି । ଏହି ଘଟଣାକୁ ଅତି ସମ୍ବେଦନଶୀଳ ଭାବେ ନେଇଛନ୍ତି ମହିଳା କମିଶନ ।
ତଦନ୍ତ ପାଇଁ ମହିଳା କମିଶନଙ୍କ ଟିମ୍ ଆଜି ଘଟଣାସ୍ଥଳକୁ ଯିବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି । ସେପଟେ ଆଇନ ମନ୍ତ୍ରୀ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ସରକାର ଉଚିତ ପଦକ୍ଷେପ ନେବେ କହିଛନ୍ତି । ରାଜଧାନୀ ଉପକଣ୍ଠରେ ଘଟିଥିବା ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।
Chasing Glory: ୱାର୍ଲ୍ଡ ରେକର୍ଡ କରିବେ ଓଡିଆ ପୁଅ ସୁମିତ ସିଂହ, ଚାଲିଲେ ୪୮ ଘଣ୍ଟା

Nation Mourns: ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ସୂତ୍ରଧର ଡକ୍ଟର ରାମ ବିଳାସ ଦାସ ବେଦାନ୍ତୀଙ୍କ ପରଲୋକ

Shocking Violence: ବାପପୁଅ ବୁହାଇଦେଲେ ରକ୍ତର ନଈ, ପ୍ରଧାନମନ୍ତ୍ରୀ କଲେ ଘୋର ନିନ୍ଦା

Meet Nitin Nabin: ଜାଣନ୍ତୁ କିଏ ନୀତିନ ନବୀନ ? କଣ ତାଙ୍କର ସାଂଗଠନିକ ଦକ୍ଷତା

Dhauli Incident: Wome's Commission Response: ରାତିରେ ନିଛାଟିଆ ସ୍ଥାନକୁ ଝିଅମାନେ ଯିବା ଉଚିତ ନୁହେଁ: ମହିଳା କମିଶନ ସଦସ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)