Advertisment

Bhubaneswar Shock: ଭୁବନେଶ୍ବରରେ ଗୋଆ ସିନ୍ ରିପିଟ୍, ଡ୍ୟାନସ ବାର୍ ଚାଲୁଥିବା ଭିଡିଓ ଭାଇରାଲ୍

ଗୋଆ ନାଇଟ କ୍ଲବ ଫାୟାର ଟ୍ରାଜେଡିକୁ ସପ୍ତାହେ ପୂରିନି, ଏଣେ ଭୁବନେଶ୍ବରରେ ହୁତୁ ହୁତୁ ହୋଇ ଜଳିଗଲା ହୁକ୍କା ବାର୍। ନିଆଁ ଲିଭାଇବାକୁ ନାକେଦମ୍ ୫ ଦମକଳ ଗାଡ଼ି। ଯଦିଓ ଏଥିରେ କାହାରି ଜୀବନ ହାନି ଘଟିନି କିନ୍ତୁ ପ୍ରାୟ ଦେଢ଼ କୋଟି ଟଙ୍କାର ସଂପତ୍ତି ପାଉଁଶ ହୋଇଥିବା କୁହାଯାଉଛି।

author-image
Tapan Swain
Fire

Fire Photograph: (OTV)

ଗୋଆ ନାଇଟ କ୍ଲବ ଫାୟାର ଟ୍ରାଜେଡିକୁ ସପ୍ତାହେ ପୂରିନି, ଏଣେ ଭୁବନେଶ୍ବରରେ ହୁତୁ ହୁତୁ ହୋଇ ଜଳିଗଲା ହୁକ୍କା ବାର୍। ନିଆଁ ଲିଭାଇବାକୁ ନାକେଦମ୍ ୫ ଦମକଳ ଗାଡ଼ି। ଯଦିଓ ଏଥିରେ କାହାରି ଜୀବନ ହାନି ଘଟିନି କିନ୍ତୁ ପ୍ରାୟ ଦେଢ଼ କୋଟି ଟଙ୍କାର ସଂପତ୍ତି ପାଉଁଶ ହୋଇଥିବା କୁହାଯାଉଛି। ତେବେ କେମିତି ଲାଗିଲା ନିଆଁ ? ତାକୁ ନେଇ ସନ୍ଦେହର କୁହେଳିକା ବଢ଼ିଥିବାବେଳେ ହୁକ୍କା ବାର ନାଁରେ ବେଆଇନ୍ ଡ୍ୟାନସ ବାର୍ ଚାଲୁଥିବାର ବି ମିଳିଲାଣି ପ୍ରମାଣ। ଯାହାକୁ ତନ୍ନ ତନ୍ନ କରି ଘାଣ୍ଟିବା ଆରମ୍ଭ କରିଛି ଅବକାରୀ ବିଭାଗ।...

Advertisment

ଠିକ୍ ଗୋଆ ଭଳି ହୁତୁ ହୁତୁ ନିଆଁ ।  ସବୁ ଜଳିପୋଡ଼ି ପାଉଁଶ, ଛାରଖାର ।ସେଠି ଥିଲା ନାଇଟ୍ କ୍ଲବ୍, ଆଉ ଏଠି ହୁକ୍କା ବାର୍ ।
ସମୟ ସକାଳ ପ୍ରାୟ ୮ଟା। ରାଜଧାନୀର ପଳାଶୁଣୀ ଛକ ନିକଟ ସତ୍ୟବିହାରସ୍ଥିତ ନୋ ଲିମିଟ୍ ଏୟାର ହୁକ୍କା ବାର୍ ରେ ଲାଗିଥିଲା ନିଆଁ। ଏକ ତିନି ମହଲା ବିଶିଷ୍ଟ ବିଲଡିଂର ସବା ଉପରେ ଥିବା ହୁକା ବାର୍ ଓ ରେଷ୍ଟୁରାଣ୍ଟରେ ଜଳନ୍ତା ନିଆଁ ଦେଖି ଛାନିଆ ହୋଇଥିଲେ ପଥଚାରୀ ଓ ତଳ ଦୋକାନ କର୍ମଚାରୀ। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେବାରେ ପଛକୁ ପଛ ପାଞ୍ଚଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।

ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନାକେଦମ୍ ହେବା ପରେ ନିଆଁ କାବୁ ହୋଇଥିଲା, ହେଲେ ସେତେବେଳକୁ ହୁକା ବାର୍ ଟି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ବାର୍ ନିଆଁ ଓ କଳା ଧୂଆଁ ରସୁଲଗଡ଼ ଛକ ଓ ହଂସପାଳ ଛକ ପର୍ଯ୍ୟନ୍ତ ଦିଶୁଥିଲା। ଫଳରେ ବାର୍ ସାମ୍ନା ଏନଏଚ୍ ର ଗୋଟିଏ ପଟ୍ ରାସ୍ତା ଜାମ୍ ହୋଇଯାଇଥିଲା, ଶହ ଶହ ଗାଡ଼ି ବହୁ ସମୟ ଧରି ଫସି ରହିଥିଲା।...

Advertisment

ତେବେ ଏଠି ପ୍ରଶ୍ନ- କେବେଠୁ ଚାଲୁଥିଲା ଏ ହୁକ୍କା ବାର୍ ? ନିଆଁ ଲାଗିଲା କେମିତି ? ସର୍ଟ ସର୍କିଟ୍ ନା ଅନ୍ୟ କାରଣ ? ତା ଭିତରେ ଚାଲୁଥିଲା କ’ଣ ? ଗ୍ରାହକ ଖାଲି ବସି ହୁକା ଟାଣୁଥିଲେ ନା ଜମୁଥିଲା ମଦ ଓ ନାଚର ଆସର ? ପୋଡ଼ି ଯାଇଥିବା ପୁଳା ପୁଳା ମଦ ବୋତଲ ଓ ହୁକ୍କା ଷ୍ଟାଣ୍ଡକୁ ଦେଖିବା ପରେ ଏଭଳି ମାଳ ମାଳ ପ୍ରଶ୍ନ ଉଙ୍କି ମାରୁଥିବାବେଳେ ସାମ୍ନାକୁ ଆସିଛି ବାର୍ ଭିତରେ ବାର ଗାର୍ଲଙ୍କ ଡ୍ୟାନସ ସମୟର ଭାଇରାଲ୍ ଭିଡ଼ିଓ। ତେଣୁ ଏ ବାରରେ ବେଆଇନ୍ ମଦ ବିକ୍ରି ହେଉଥିବାର ସନ୍ଦେହ ଘନୀଭୂତ ହୋଇଛି। ଏମିତିକି ଲାଇସେନସ୍ ନଥାଇ ଡ୍ୟାନସ ବାର ଚାଲୁଥିବାର ପ୍ରମାଣ ବି ଉକ୍ତ ଭିଡିଓରୁ ମିଳୁଛି।..

ସିସିଟିଭି ହାର୍ଡଡିସ୍କ ଯାଞ୍ଚ ହେବ

ହେଲେ ସଂପୃକ୍ତ ବାରର ବିଜନେସ୍ ପାର୍ଟନର କିନ୍ତୁ ମଦ ବିକ୍ରିକୁ ସିଧାସଳଖ ଖଣ୍ଡନ କରିଛନ୍ତି। ତାଙ୍କର ଏଠି କେବଳ ହୁକ୍କା ବାର ଚାଲୁଥିଲା ଓ ଫାୟାର ସେଫଟି ଲାଇସନସ ଥିବା ସେ ଦାବି କରିଛନ୍ତି। ତେବେ ବାରର ଅନ୍ୟଜଣେ କର୍ମଚାରୀ କିନ୍ତୁ ଇଲେକ୍ଟ୍ରି ପ୍ୟାନେଲ ବକ୍ସ ଠିକ୍ ଥିବାରୁ ସର୍ଟସର୍କିଟ୍ ନିଆଁକୁ ଗ୍ରହଣ କରିପାରୁ ନାହାନ୍ତି। ତାସହ ରୁଫ ଟପ୍ ରେ ୱାଟର ସ୍ପ୍ରିଙ୍କଲର କାହିଁକି ଲାଗିଥାନ୍ତା ବୋଲି ପାଲଟା ପ୍ରଶ୍ନ କରିଛନ୍ତି। ଏଣେ ଅବକାରୀ ଅଧୀକ୍ଷକ କହିଛନ୍ତି- ସଂପୃକ୍ତ ବାର୍ ର ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିବୁ। ନିୟମ ଉଲ୍ଲଙ୍ଘନ କରିଥିଲେ ନିଶ୍ଚୟ ଆକ୍ସନ ହେବ। ମଦ ବିକ୍ରି ନକରିବାକୁ ମାସେ ତଳେ ଉକ୍ତ ବାରକୁ ତାଗିଦ୍ କରାଯାଇଥିବା ବି ସେ ସୂଚନା ଦେଇଛନ୍ତି।...

ରାତି ଅଧିଆ ନିଆଁରେ ହୁତୁ ହୁତୁ ହୋଇ ବାର୍ ସିନା ଜଳିଗଲା, କିନ୍ତୁ ଚକିତ କରୁଛି ତା’ଭିତରେ ଥିବା ବଟି ଖାତା। ଅଗ୍ନିଶମ ବିଭାଗର ନିଆଁ ଲିଭା ଅଭିଯାନ ଭିତରେ ମିଳିଥିଲା ଏକ ହାତଲେଖା ରେଜିଷ୍ଟର। ଯେଉଁଥିରେ କିଏ କେତେ ମାସିକ ଏବଂ ବାର୍ଷିକ ବଟି ନିଅନ୍ତି, ତାହାର ତଥ୍ୟ ଲେଖାଯାଇଛି ହାତରେ। ତାଲିକାରେ ରହିଛି ପୋଲିସର ପିସିଆର୍ ସହ BMC ବାବୁ ମାନଙ୍କ ନାଁ। ଯାହା ସମସ୍ତଙ୍କୁ ଚକିତ କରିଛି। ଅର୍ଥାତ ବେଆଇନ ଭାବେ ଚାଲୁଥିବା ଏହି ହୁକ୍କା ବାର୍ ପଛରେ ରହିଛି କିଛି ବଡ଼ ବଡ଼ିଆ ତଥା ପ୍ରଭାବଶାଳୀ ସରକାରୀ ବାବୁଙ୍କ ହାତ। ନଚେତ ସେମାନଙ୍କୁ କାହିଁକି ଦିଆଯାଉଥାନ୍ତା ବଟି ? ଏବେ ପାଉଁଶ ତଳର ନିଆଁ କହୁଛି, ହୁକ୍କା ବାର୍ ର ଗୁପ୍ତ ପଞ୍ଜିକା। ତେବେ ଏନେଇ ପୋଲିସ କିମ୍ବା BMC ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।... 

ମାତ୍ର ୬ଦିନ ତଳେ ଗୋଆର ଏକ ଜଣାଶୁଣା ନାଇଟ କ୍ଲବ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୨୫ଜଣଙ୍କ ପ୍ରାଣହାନି ଘଟଣା ସାରା ଦେଶକୁ ହୋଦଲାଇ ଦେଇଥିଲା। ଉକ୍ତ ଘଟଣାରେ ନାଇଟ୍ କ୍ଲବର ଦୁଇ ମାଲିକ ଭାଇ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡ଼ି ଥାଇଲାଣ୍ଡରେ ଲୁଚିଥିବାବେଳେ ସେମାନଙ୍କୁ ଗିରଫ କରାଯାଇଛି। ଏବେ ଭାରତ ଆଣିବାକୁ ସିବିଆଇ ଓ ଇଣ୍ଟରପୋଲର ସହାୟତା ନେଇଛି ଗୋଆ ପୋଲିସ୍।...



Fire Bar
Advertisment
Related Articles
Advertisment