Advertisment

Horrific Ragging: ଡ୍ରଗ୍ସ ଖାଇଲେନି ବୋଲି ନିସ୍ତୁକ ପିଟିଲେ, ଛାତ୍ରଙ୍କୁ ପିଆଇଲେ ଶୌଚାଳୟ ପାଣି

ନିଶା ନଖାଇଲେ କଲେଜ ମନା । ବିରୋଧ କରିବାରୁ ମାଡି ମାରିଲେ ଶୌଚାଳୟ ପାଣି ପିଆଇଲେ । ଭୁବନେଶ୍ବର ଉପକଣ୍ଠ ଏକ ଘରୋଇ ବିଶ୍ଵବିଦ୍ୟାଳୟରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଲିସ ଆରମ୍ଭ କରିଛି ତଦନ୍ତ ।

author-image
Tapan Swain
Assault

Assault Photograph: (OTV)

ନିଶା ନଖାଇଲେ କଲେଜ ମନା । ବିରୋଧ କରିବାରୁ ମାଡି ମାରିଲେ ଶୌଚାଳୟ ପାଣି ପିଆଇଲେ । ଭୁବନେଶ୍ବର ଉପକଣ୍ଠ ଏକ ଘରୋଇ ବିଶ୍ଵବିଦ୍ୟାଳୟରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ରାଗିଂର ଶିକାର ହୋଇଥିବା ଛାତ୍ର । ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । ....

Advertisment

ପାଉଡର ନଖାଇଲେ କ୍ୟାମ୍ପସ ଭିତରେ ରାଗିଂ । ପିଲାର କଷ୍ଟ ଦେଖି ଥାନାର ଦ୍ୱାରସ୍ଥ ହେଲେ ମା' ।
ଏକ ଘରୋଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଚାଲିଛି ବେଧଡ଼କ ନିଶା ସେବନ । ନିଶା ସେବନ କରୁଥିବା ଯୁବକ ଯୁବତୀ ହେଉଛନ୍ତି ଭୁବନେଶ୍ବର ଉପକଣ୍ଠରେ ଥିବା ଏକ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ଆଉ ଏହି ନିଶା ସେବନକୁ ବିରୋଧ କରିବାରୁ ଜଣେ ଦ୍ଵିତୀୟ ବର୍ଷର ଛାତ୍ରଙ୍କୁ ଦିଆଯାଇଛି ଅକଥନୀୟ ଅତ୍ୟାଚାର ।  

ନିଶା ସେବନ ନ କରିବାରୁ ଶୌଚାଳୟ ପାଣି ପିଆଇ ନିସ୍ତୁକ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ରାଗିଂ କରି ୨ ଲକ୍ଷ ଟଙ୍କା ମଗାଯାଇଛି । ପୁରା ଘଟଣାରେ ମାଷ୍ଟରମାଇଣ୍ଡ ସାଜିଛନ୍ତି ଜଣେ ଯୁବତୀ । ଶେଷରେ ରାଗିଂର ଶିକାର ହୋଇଥିବା ଛାତ୍ର ଓ ତାଙ୍କ ପରିବାର ଥାନାର ଦ୍ବାରସ୍ଥ ହୋଇଛନ୍ତି ।  

Advertisment

ଭାଇରାଲ ଭିଡିଓ ଆଧାରରେ ତଦନ୍ତ 

ଅଭିଯୋଗ ପାଇବା ପରେ ପିପିଲି ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଭାଇରାଲ ହେଉଥିବା ଭିଡିଓ ଆଧାରରେ ତଦନ୍ତ ଚଳାଇଛି । ତେବେ କ୍ୟାମ୍ପସରେ ଅବାଧ ନିଶା କାରବାର ସହ ନିଶା ସେବନ ହେଉଥିବା ନେଇ ପ୍ରାଥମିକ ଭାବେ ପୋଲିସ କିଛି ସୁରାକ ପାଇଛି ।

ସେପଟେ ରାଜ୍ୟରେ ନିଶା କାରବାର ଓ ତାହାକୁ ନେଇ କାର୍ଯ୍ୟାନୁଷ୍ଠାନ ତଥ୍ୟ ଦେଖିଲେ ରାଜ୍ୟର ସ୍ଥିତି ଉଦବେଗ ଜନକ । ବିଧାନସଭାରୁ ମିଳିଥିବା ତଥ୍ୟ ମୁତାବକ ହିରୋଇନ, ବ୍ରାଉନସୁଗାର ନିଶା କବଳରେ ପୂରା ଓଡ଼ିଶା । ୪ ବର୍ଷରେ ଜବତ ହେଲାଣି ୧୨୪ କେଜି ୯୯୨ ଗ୍ରାମ ବ୍ରାଉନ ସୁଗାର । ୪ ବର୍ଷ ମଧ୍ୟରେ ୧୪୨୬ ମାମଲା ରୁଜୁ ହୋଇଥିବା ବେଳେ ୧୫୨୨ ଜଣ ଗିରଫ ହୋଇଛନ୍ତି। 

କ୍ୟାମ୍ପସରେ ଅବାଧ ନିଶା କାରବାର ଓ ragging ସମ୍ପର୍କରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟର ପ୍ରତିକ୍ରିୟା ମିଳିପାରିନାହିଁ ।  

Ragging Drugs
Advertisment
Related Articles
Advertisment