/odishatv-khabar/media/media_files/2025/12/09/mla-salary-2025-12-09-17-51-35.jpg)
MLA Salary Photograph: (OTV)
ବଢ଼ିବ ବିଧାୟକଙ୍କ ଦରମା ! ମୋଟା ସାଲାରୀ ନେବେ ମିନିଷ୍ଟର-ଏମଏଲଏ ! ଅଣ୍ଟୁନି ଲକ୍ଷେ ଟଙ୍କା, ଆହୁରି ବଢ଼ାଅ ପାରିଶ୍ରମିକ । ଏପଟେ ଲୋୟର ପିଏମଜିରେ ସରକାରୀ କର୍ମଚାରୀଙ୍କ ହରତାଳ । ଆଉ ସେପଟେ ବିଧାନସଭାରେ ଉଠୁଛି ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ।
ମୋଟା ଅଙ୍କର ଦରମା ନେବାକୁ ସବୁ ଦଳର ବିଧାୟକ ଦାବି କରୁଛନ୍ତି । ରାଜରାସ୍ତାରେ ପାଚିକା ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଶିକ୍ଷକ ଓ ଆହୁରି କିଛି ସରକାରୀ କର୍ମଚାରୀ ନିଜର ହକ୍ ପାଇଁ ଲଢ଼େଇ କରୁଛନ୍ତି । ଦରମା ବୃଦ୍ଧି ଦାବି ସହ ପୁରୁଣା ପେନସନ୍ କଥା ଉଠାଉଛନ୍ତି । ହେଲେ ଏପରି ସମୟରେ ବିଧାୟକ ଓ ସାଂସଦ ମାନଙ୍କ ଦରମା ବୃଦ୍ଧି ପ୍ରସ୍ତାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଖାଲି ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ନୁହେଁ, ପୂର୍ବତନ ବିଧାୟକଙ୍କ ପେନସନ ମଧ୍ୟ ବଢ଼ାଯିବାକୁ କୁହାଯାଇଛି । ଏନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ବିଲରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପବାଚସ୍ପତି ଓ ପୂର୍ବତନ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ ବଢିବାର ବ୍ୟବସ୍ଥା ରହିଛି ।
କେଉଁ ରାଜ୍ୟରେ କେତେ ?
ପୂର୍ବରୁ ଓଡ଼ିଶାର ବିଧାୟକମାନେ ଲକ୍ଷେ ଟଙ୍କା ଦରମା ପାଉଥିଲେ । ଆଉ ଏବେ ପୁଣି ସେମାନଙ୍କ ଦରମା ବୃଦ୍ଧି ପାଇପାରେ । ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟକୁ ଦେଖିଲେ ପଡ଼ୋଶୀ ପଶ୍ଚିମବଙ୍ଗରେ ୭୫ ହଜାର ଟଙ୍କା ରହିଛି ବିଧାୟକଙ୍କ ମାସିକ ଦରମା । ସେହିପରି ଆସାମରେ ଲକ୍ଷେ ଟଙ୍କା, ଛତିଶଗଡ଼ରେ ଲକ୍ଷେ ୬୦ ହଜାର ଓ ଆନ୍ଧ୍ରରେ ମଧ୍ୟ ଲକ୍ଷେ ୨୫ ହଜାର ଟଙ୍କା ପାଉଛନ୍ତି ବିଧାୟକ ।
ପ୍ରତି ବର୍ଷ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ସବୁ ଦଳର ବିଧାୟକମାନେ ବାରମ୍ବାର ଦାବି କରିଆସିଛନ୍ତି । ବିଜେଡି ସରକାର ସମୟରେ ମଧ୍ୟ ଏହି ଦାବି ହେଉଥିଲା । ହେଲେ ଏହି ବର୍ଷ ବିଧାୟକଙ୍କ ଦରମା ସରକାର ବଢ଼ାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
Goa Club Fire Case Twist: ନାଇଟ୍ କ୍ଲବ ଫାୟାର ଟ୍ରାଜେଡି ଅଭିଯୁକ୍ତ ବିଦେଶ ପାର୍, ଦିଲ୍ଲୀ ବାଟେ ଥାଇଲାଣ୍ଡ ପଳାଇଥିବା କହିଲା ଗୋଆ ପୋଲିସ୍

No Salary Increase for Cooks: ପାଚିକାଙ୍କ ବଢ଼ିବନି ଦରମା, ସିଧାସିଧା ମନା କରିଦେଲେ ମନ୍ତ୍ରୀ

Salary Boost for MLAs in Odisha: ରାଜ୍ୟରେ ବିଧାୟକଙ୍କ ଦରମା ଓ ଭତ୍ତା ବଢ଼ିବ, ଜାଣନ୍ତୁ ଥିଲା କେତେ ହେବେ କେତେ ?

Govt Slashes IndiGo’s Winter Flight Slots: ଇଣ୍ଡିଗୋ ବିରୋଧରେ ଆକ୍ସନ; ବିମାନ ଉଡାଣ ଉପରେ ରୋକ, କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)