/odishatv-khabar/media/media_files/2025/12/12/public-on-mla-salary-hike-2025-12-12-18-57-56.jpg)
Public-On-MLA-Salary-Hike Photograph: (OTV)
କିଏ କହୁଛି ୩ ଗୁଣା ନକରି ୧୦ ଗୁଣା କରନ୍ତୁ ତ ଆଉ କିଏ କଡ଼ା ଭାଷାରେ ନିନ୍ଦା କରୁଛି । ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା, ସବୁଠି ଅସନ୍ତୋଷ । ବୁଦ୍ଧିଜୀବୀ ମହଲ ହେଉକି ସାଧାରଣା ଜନତା, ସମସ୍ତେ ଖପ୍ପା । 'ଏମାନଙ୍କୁ ଯେତେ ମିଳିଲେ ସେତେ ନିଅଣ୍ଟ । ଦିବ୍ୟାଙ୍ଗ, ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ପାଇଁ ଟଙ୍କା ନାହିଁ, ହେଲେ ନିଜ ଦରମା ବଢାଇବାକୁ ଟଙ୍କା ଅଛି । ଗରିବ ଅବହେଳିତମାନଙ୍କ ପ୍ରତି ଏହା ଉପହାସ' ବୋଲି କହୁଛନ୍ତି ଲୋକେ ।
ବୋଝ ରାଜକୋଷ ଉପରେ
ଛକ ବଜାରରୁ ନେଇ ଚା' ଖଟି ସବୁଠି ଚର୍ଚ୍ଚାର ପ୍ରମୁଖ ମୁବ୍ଦା ସାଜିଛି ବିଧାୟକଙ୍କ ଦରମା ବୃଦ୍ଧି । ୮ ବର୍ଷ ହେଲାଣି ବଢିନଥିଲା, ହେଲେ ଏମିତି ବଢିଲା ଯେ ସାରା ଦେଶରେ ନମ୍ବର ୧ । ପଛରେ ପଡିଲା ୟୁପି, ମହାରାଷ୍ଟ୍ର । ୩ ଗୁଣା ଦରମା ବୃଦ୍ଧି ପରେ ଓଡ଼ିଶା ବିଧାୟକଙ୍କ ଦରମା ବର୍ତ୍ତମାନ ସବୁ ରାଜ୍ୟଠୁ ଅଧିକ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଓଡ଼ିଶାବାସୀ । ଏହାର ବୋଝ ରାଜକୋଷ ଉପରେ ପଡିବ । ଏହା ଏକ ଜନପ୍ରିୟ ସରକାରଙ୍କ ପାଇଁ ଉଚିତ୍ ପଦକ୍ଷେପ ନୁହେଁ ବୋଲି କହୁଛନ୍ତି ।
ଏତେ ଟେଲିଫୋନ ଭତ୍ତା କାହିଁକି ?
ସେହିପରି ବଢିଥିବା ଦରମାକୁ ନେଇ ଯେତେ ଆଲୋଚନା ହେଉଛି, ତା ଠାରୁ ଅଧିକ ଚର୍ଚ୍ଚା ଭତ୍ତାକୁ ନେଇ। ବର୍ଦ୍ଧିତ ଦରମା ସହ ବିଧାୟକଙ୍କୁ ମିଳିବ ୨୦ ହଜାରର ବିଜୁଳି, ୧୫ ହଜାରର ଟେଲିଫୋନ, ୧୦ ହଜାରର ବହି, ୩୫ ହଜାରର ମେଡିକାଲ ଓ ୫୦ ହଜାରର ଗସ୍ତ ଖର୍ଚ୍ଚ । ବର୍ଷକୁ ୪ରୁ ୬ ହଜାର ଟଙ୍କାରେ ରିଚାର୍ଜ କଲେ ମିଳୁଛି ଅନଲିମିଟେଡ କଲ୍ ସହ ଅନଲିମିଟେଡ ଡାଟା । ହେଲେ ଟେଲିଫୋନ ଭତ୍ତା ୫ ହଜାରରୁ ବଢାଇ କାହିଁକି ୧୫ ହଜାର କରାଗଲା ବୋଲି ପ୍ରଶ୍ନ କରୁଛନ୍ତି ରାଜ୍ୟବାସୀ ।
ପ୍ରାଥମିକ ଶିକ୍ଷକ ସଂଘ, ପାଚିକା ସଂଘ ରାଜଧାନୀରେ ଆନ୍ଦୋଳନ କରୁଥିବାବେଳେ ବିଧାୟକଙ୍କ ୩ ଗୁଣା ଦରମା ବଢିବାକୁ ନେଇ ସାରା ରାଜ୍ୟରେ ନାପସନ୍ଦ କରାଯାଉଛି । ବିଜୁଳି, ଟେଲିଫୋନ ଆଉ ବହି କିଣା ବାବଦ ଭତ୍ତା ତିନିରୁ ପାଞ୍ଚଗୁଣା ବଢିବା, କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠୁଛି । ଏନେଇ ଆପଣଙ୍କ ମତାମତ କ’ଣ ଜଣାଇପାରିବେ... ।
Hefty Price Tag: 'AI ସେ ଫ୍ରି ମେ ବନୱା ଲେଙ୍ଗେ': ଭାରତରେ ମେସିଙ୍କ ସହ ଗୋଟିଏ ଫଟୋର ମୂଲ୍ୟ ୧୦ ଲକ୍ଷ

Vinesh’s Comeback Call: ଭିନେଶ ଘୋଷଣା କଲେ କମବ୍ୟାକ୍, କହିଲେ ଏଥର ମୁଁ ଅଲିମ୍ପିକ୍ସରେ ଏକା ନୁହେଁ

Trail of Hidden Truths: ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ପରେ..., ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର

Violence at Romeo Lane: ରୋମିଓ ଲେନ୍ କ୍ଲବ୍: ମହିଳା ପର୍ଯ୍ୟଟକଙ୍କୁ ମାଡ଼ ମାରିଥିଲେ ମ୍ୟାନେଜର ଏବଂ ବାଉନ୍ସର

Migrant Workers Tragic End: କି ଦୁଃଖ ! ମିଳିଲାନି ସ୍ବାମୀର ଶବ ...ପାଳ ପୋଡ଼ି ବିଧବା ହେଲେ

Sets Powerful Example: ଦଶାହରେ ତୁଠ କାର୍ଯ୍ୟ କରି ଲଣ୍ଡା ହେଲା ଝିଅ ... ଯିଏ ଶୁଣୁଛି ସିଏ କହୁଛି ସାବାସ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)