• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Bhubaneswar (ଭୁବନେଶ୍ୱର)

Weather Update
Weather Update: ୧୭ ଯାଏ ତାତିରୁ ନାହିଁ ନିସ୍ତାର, ଆଜି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଉପାନ୍ତରୁ ଉପକୂଳ, ପୁଣି ପଶ୍ଚିମରୁ ଦକ୍ଷିଣ ସବୁଠି କଲବଲ କଲାଣି ତାତି । ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାପମାତ୍ରା । ଆସନ୍ତା ୧୭ ତାରିଖ ଯାଏ ତାତିରୁ ନିସ୍ତାର ମିଳିବନି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 Illicit Country Liquor Den
Excise Dept Raid: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

ଭୁବନେଶ୍ୱର ସାଲିଆସାହିରେ ଚାଲୁଥିଲା ଦେଶୀ ମଦ ଭାଟି । ଗ୍ରାହକ ବେଶରେ ଆସି ଚଢାଉ କଲା ଅବକାରୀ ବିଭାଗ । ଘଟଣାସ୍ଥଳରୁ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ ହୋଇଥିବାବେଳେ ୯ ଜଣ ଗିରଫ ହୋଇଛନ୍ତି ।

 Raja Chakra arrest
Raja Chakra: ଆଜି କୋର୍ଟରେ ହାଜର ହେବେ ରାଜା ଚକ୍ର, ରିମାଣ୍ଡରେ ଆଣିବ EOW

ଆଜି ବାଲେଶ୍ୱରେ କୋର୍ଟରେ ହାଜର ହେବେ ବିଜେଡି ନେତା ରାଜା ଚକ୍ର । ହାଜର ପରେ ରିମାଣ୍ଡରେ ଆଣି ଆଉ କେଉଁମାନେ ଏ ବଡ଼ କେଳେଙ୍କାରୀରେ ସଂପୃକ୍ତ ସେନେଇ ଖୋଳତାଡ କରିବ ଇଓଡବ୍ଲୁ ।

bhubaneswar
Heat Wave: ରାଜଧାନୀରେ ୩୭ ଟପିଲା ପାରଦ

ମାର୍ଚ୍ଚ ଅଧା ନ ହେଉଣୁ ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଗତକାଲି ପାରଦ ୪୦ ପାର ହୋଇଥିବା ବେଳେ ଆଜି ମଧ୍ୟ ସମଗ୍ର ରାଜ୍ୟରେ ନିଆଁ ବର୍ଷୁଛି। ସେହିପରି ଚଳିତ ବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ପାର କରିଛି।

ବିଧାନସଭାର ନୂଆ ଦୃଶ୍ୟ, ହାତାହାତି ବିଧାୟକ
Odisha Assembly: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା ।

Mo Bus accident
Mo Bus: ୮ ମାସରେ ୬ ଜୀବନ ନେଲାଣି ମୋ ବସ୍, ୧୮ ଆହତ

ଗତ ୮ ମାସରେ ମୋ ବସ୍ ଦ୍ୱାରା ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୧୮ ଜଣ ଆହତ ହୋଇଛନ୍ତି । ବିଧାନସଭାରେ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ।

Pandian With BJD
VK Pandian: ମାନିଲେ ବିଜେଡି ବିଧାୟକ, ପାଣ୍ଡିଆନ ଏବେ ବି ବିଜେଡି ସହ ଅଛନ୍ତି

ପାଣ୍ଡିଆନ ବାବୁ ନିଶ୍ଚିତ ଭାବେ ବିଜେଡି ଦଳ ସାଙ୍ଗରେ ଅଛନ୍ତି । ଆମ ସରକାରରେ ମଧ୍ୟ ଥିଲେ। ସରକାରରେ ପଦପଦବୀରେ ଥିଲେ। ଦଳ ପାଇଁ ବହୁତ କାମ କରିଛନ୍ତି । ପାଣ୍ଡିଆନଙ୍କର ଏବେ ବି କ୍ରେଜ ଅଛି । ଯେଉଁ କ୍ରେଜ ପାଇଁ ସମସ୍ତେ ତାଙ୍କ ସହ ଫଟୋ ଉଠେଇବାକୁ ଆଗ୍ରହ ଦେଖାଉଛନ୍ତି ।

Sand mafia
Sand Mafia: ତ୍ରାହି ପାଇବେନି ବାଲି ମାଫିଆ, ଡିଜିପିଙ୍କ କଡ଼ା ନିର୍ଦ୍ଦେଶ ପରେ ଘନ ଘନ ରେଡ୍

ବାଲି ମାଫିଆ ସାବଧାନ ! ରାଜ୍ୟରେ ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଡିଜିପି । ସବୁ ଜିଲ୍ଲାରେ ଚାଲିଛି ଘନ ଘନ ଚଢ଼ାଉ । ଏଯାବତ୍ ୧୩୬ଟି ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯିବା ସହ ୧୨୩ ଜଣ ଗିରଫ ।

 Odisha Assembly
Budget Session: ଗୃହ ଆରମ୍ଭରୁ ହୁଲସ୍ତୁଲ; ହାତାହାତି ହେଲେ ଜୟନାରାୟଣ-ତାରା, ଏମିତି କେବେ ହୋଇନଥିଲା କହିଲା ବିଜେଡି

ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ଆଜି ବି ହୁଲସ୍ତୁଲ ବିଧାନସଭା । ହାତାହାତି ହେଲେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି । ଓଡ଼ିଶା ଇତିହାସରେ ଏମିତି କେବେ ହୋଇନଥିଲା କହିଲେ ବିଜେଡି ବିଧାୟକ ଅରୁଣ ସାହୁ ।

Babu Singh Lambasts Naveen Patnaik
Biju Babu: ନବୀନଙ୍କ ପୋଲ୍ ଖୋଲିଦେଲେ ବାବୁ, ବିଜେଡି କହିଲା ମନଗଢ଼ା କାହାଣୀ

ବିଜୁ ବାବୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ରହି ଚିକିତ୍ସିତ ହେଉଥିଲା ବେଳେ ନବୀନ ବାବୁ ତାଙ୍କୁ ଗୋଟିଏ ଦିନ ବି ଦେଖା କରିବାକୁ କି ଆଶ୍ୱାସନା ଦେବାକୁ ଯାଇନାହାନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ । ହସ୍ପିଟାଲର ବିଲ୍ ସେତେବେଳେ ୨୨ ଲକ୍ଷ ଟଙ୍କା ହୋଇଥିଲା । ଏହା ଯେତେବେଳେ ନବୀନ ବାବୁଙ୍କୁ କୁହାଯାଇଥିଲା, ସେ ଘରେ ଲୁଚିଥିଲେ ବୋଲି କହିଛନ୍ତି ବାବୁ ।

Bangla Infiltrators
Bangladeshi: ଚିନ୍ତା ବଢ଼ାଉଛନ୍ତି ବାଂଲା ଅନୁପ୍ରବେଶକାରୀ, ଅପରାଧ ବି ଘଟାଉଛନ୍ତି

ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।

Administration On Action Mode
Bali Mafia: ଛାନିଆ କଲାଣି ରେଡ୍, ବନ୍ଧା ହେଉଛନ୍ତି ଲଘୁ ଖଣିଜ ଲୁଟେରା, ସିଜ୍ ହେଉଛି ଗାଡ଼ି

ରାଜ୍ୟରେ ୮୧ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଟି ଗାଡି ଜବତ କରି ୮୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ବାଲି ମାଫିଆଙ୍କ ଛାତି ଧଡ଼ଧଡ଼ ହେଲାଣି । ସାଲେପୁରରେ ବାଲିଘାଟରେ ଚଢାଉବେଳେ ପୋଲିସକୁ ଦେଖି ନଦୀକୁ ଡେଇଁପଡ଼ିଥିଲା ଜଣେ ଚାଲାଣକାରୀ ।

BJP Says, Remark Personal
Jaynarayan Remark Row: ବିଜେପି କହିଲା ଜୟନାରାୟଣଙ୍କ ମନ୍ତବ୍ୟ ବ୍ୟକ୍ତିଗତ, କଟାକ୍ଷ କଲେ ବିଜେଡି ଓ କଂଗ୍ରେସ

ଏହା ବିଜେପିର ମତ ନୁହେଁ, ଜୟନାରାୟଣଙ୍କ ବ୍ୟକ୍ତିଗତ ମତ । ଦଳର କୌଣସି ଫୋରମରେ ଏ ସଂପର୍କରେ ଆଲୋଚନା ହୋଇନାହିଁ । ଆମେ ସମଗ୍ର ଓଡ଼ିଶାକୁ ଏକ କରୁଛୁ । ଉତ୍କଳ ଓ କୋଶଳ ଦୁଇଟିଯାକ ଆମପାଇଁ ସମାନ ଗୁରୁତ୍ୱ ବହନ କରୁଛି । ଉତ୍କଳ ଭିତରେ କୋଶଳ ଅଛି ।

Encounter in Bhubaneswar
Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍‌ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।

Ananta Das passes away
Ananta Das Passes Away: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ । ଭୋର୍ ସାଢେ ୩ଟାରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ।

Raja Chakra
Raja Chakra: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

ବବି ଦାସ ଓ ପାଣ୍ଡିଆନଙ୍କ ଯୋଗୁଁ ରାଜା ଚକ୍ର ହୋଇଥିଲେ ପାୱାରଫୁଲ୍ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲା ତନାଘନା ମଧ୍ୟରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ସାଂସଦ ମମତା ମହାନ୍ତ । ପଢନ୍ତୁ ପୂରା ଖବର

cm mohan majhi criticizes opposition saying they should be provided indigestion tablets
CM Mohan Majhi:‘ପ୍ରଦୀପ ଭାଇ ! ବିରୋଧୀଙ୍କର ବଦହଜମୀ ଧରିଲାଣି, ହଜମ ଗୁଲିର ବ୍ୟବସ୍ଥା କର’

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ନେତାଙ୍କୁ କଟାକ୍ଷ କରି ନାନା କଥା କହିଛନ୍ତି। କହିଛନ୍ତି, ଗତ ସରକାର ଗୋଟେ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ସେମାନେ ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ଆମ ବିକାଶ ଦେଖି ବିରୋଧୀ ହଜମ କରିପାରୁ ନାହାଁନ୍ତି, ତେଣୁ ତାଙ୍କ ପାଇଁ ବଟିକା ବ୍ୟବସ୍ଥା କରାଯାଉ।

KIIT University Row
KIIT University Row: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା

୩ ଦିନ ହେଲା କିଟ୍ କାଣ୍ଡକୁ ନେଇ ତନାଘନା ଚଳାଇଛି ଜାତୀୟ ମାନବାଧିକାର କମିଶନ ଟିମ । କିଟ୍ ସହ କିସ୍‌ରେ ମଧ୍ୟ ଛାନଭିନ୍ କରୁଛି । ଆଜି ତୃତୀୟ ଦିନରେ ଏକାଧିକ ଲୋକଙ୍କୁ ପଚରା ଉଚରା କରାଯାଇଛି ।

କିସ୍‌ ଗୁମର ଖୋଲିଦେଲେ
KISS Issue: କିସ୍‌ ପ୍ରସଙ୍ଗ: ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଲେ NHRC ଟିମ୍

ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍‌କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।

CM Mohan Majhi
CM Mohan Majhi: ‘କହିଥିଲି ପାତାଳରୁ ଖୋଜି ବାହାର କର, ପୋଲିସ୍ ସ୍ପାଇଡର ଲୁଟେରାକୁ ଧରି ଆଣିଲା’

ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

STA Joint Commissioner Arrested
Vigilance Arrest: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

୧୭ ଲକ୍ଷ ୫୫ ହଜାରର ନଗଦ ଟଙ୍କା ସହ ୭ ଶହ ଗ୍ରାମର ୩ଟି ସୁନା ବିସ୍କୁଟ ଦେଖି ଜଳକା ହୋଇଯାଇଥିଲା ଭିଜିଲାନ୍ସ ଟିମ୍ । ଭୁବନେଶ୍ବର ମୈତ୍ରୀ ବିହାର ଘରେ ରେଡ୍ ବେଳେ ମିଳିଛି ଏହି ବିପୁଳ ସଂପତ୍ତି । ତେବେ ବାବୁଙ୍କ ସମ୍ପତ୍ତିର ତାଲିକା ଏଇଠି ସରିଯାଇନି । ରେଡ୍‌ରୁ ଜଣାପଡିଛି ପ୍ରଦୀପଙ୍କର ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୩ଟି ବହୁତଳ କୋଠା । ସେ କିଣିଛନ୍ତି ୧୧ଟି ପ୍ଲଟ ।

KIIT University Row
KIIT Suicide Row: ଆଜି ବି କିଟ୍‌ରେ ତନାଘନା କରିପାରେ NHRC ଟିମ୍

କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁ ଓ ସହପାଠୀ ଛାତ୍ରଛାତ୍ରୀଙ୍କୁ ମାରପିଟ୍ ମାମଲା । କାଲି ୫ ଘଣ୍ଟା ଝାଳବୁହା ଜେରା ପରେ ଆଜି ବି ଦ୍ୱିତୀୟ ଦିନରେ କିଟ୍‌ରେ ତନାଘନା କରିପାରେ NHRC ଟିମ୍ ।

Odisha Police exam
Odisha Police Exam: ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ

ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ । ଏକା ଦିନରେ ଦୁଇଟି ପରୀକ୍ଷାକୁ ନେଇ ଆଶାୟୀଙ୍କ ମଧ୍ୟରେ ଦେଖାଦେଇଥିଲା ଦ୍ୱନ୍ଦ ।

Odisha Assembly Budget Session
Budget Session: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ; ବିଜୁବାବୁ, ଧାନମଣ୍ଡି ହେବ ପ୍ରସଙ୍ଗ, ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆଜିଠୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ଏଥର ମୁଖ୍ୟ ପ୍ରସଙ୍ଗ ହୋଇପାରନ୍ତି ବିଜୁ ବାବୁ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ତୟାର ଶାସକ ଦଳ ।

Amar Satapathy On Biju Legacy
Biju Legacy: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ବିଜେଡ଼ି ଗଠନ ହୋଇଥିଲା ବିଜୁ ବାବୁଙ୍କ ନାଁରେ। ଉଦ୍ଦେଶ୍ୟ ଥିଲା ବିଜୁ ବାବୁଙ୍କ ସ୍ଵପ୍ନ, ବିଚାର ଓ ଆଦର୍ଶ କାର୍ଯ୍ୟକାରୀ କରିବା। କିନ୍ତୁ ସେଥିରେ ଅନେକ ତ୍ରୁଟି ବିଚ୍ୟୁତି ହେଲା। ଯେଉଁଥିପାଇଁ ଓଡିଶା ଲୋକ ମୁହଁ ମୋଡି ଦେଲେ ବୋଲି କହିଛନ୍ତି ଅମର । ଏବେ ପରବର୍ତ୍ତୀ ମୁହୂର୍ତ୍ତରେ ସେକଥା ଖୋଜିଲେ ତାର କୌଣସି ପ୍ରାସଙ୍ଗିକତା ନାହିଁ।