ସଂକ୍ଷେପରେ ଆଜିର ତାଜା ଖବର - Friday, 23 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ: ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାର

ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଥିବାବେଳେ ବିପର୍ଯ୍ୟସ୍ତ ପରିବେଶକୁ ନେଇ ବର୍ଷିଛନ୍ତି ଭୁବନେଶ୍ୱର ବାସିନ୍ଦା। More

ଏଣିକି ସରକାରୀ କାର୍ଯ୍ୟକ୍ରମରେ ଅତିଥିଙ୍କ ପ୍ଲେଟ୍‌ରେ ପରଶାଯିବ ମାଣ୍ଡିଆ ସ୍ନାକ୍ସ

ଏଣିକି ସରକାରୀ କାର୍ଯ୍ୟକ୍ରମରେ ମାଣ୍ଡିଆ ଟିଫିନ୍ ଓ ସ୍ନାକ୍ସ। ସବୁ ବିଭାଗକୁ କୃଷି ପ୍ରମୁଖ ସଚିବଙ୍କ ଚିଠି। ଏନେଇ ଓଡ଼ିଶା ମିଲେଟ୍ ମିଶନର ପ୍ରଚାର ପ୍ରସାର ଉଦ୍ୟମ। ଚାଷୀଙ୍କ ସହ ଭଲ ବେପାର ଆଶାରେ ବ୍ୟବସାୟୀ ବି ଖୁସ୍। More

ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।  More

ଦୁର୍ଗାପୂଜାରେ ବ୍ୟାଣ୍ଡ୍‌, ଡିଜେ ପାଇଁ କଟକଣା

ଜାତୀୟ ରାଜପଥ ଉପରେ ମ୍ୟୁଜିକ ପାର୍ଟିଙ୍କୁ ପରିବେଷଣରେ ବାରଣ କରାଯାଇଛି। More

୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା, ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ

୫ଟି ଗାଁକୁ କାଳ ସାଜିଛି ୭ କିଲୋମିଟର ରାସ୍ତା । ସବୁଦିନିଆ ରାସ୍ତା ନଥିବାରୁ ଶହ ଶହ ଲୋକେ ହଇରାଣ । ରାସ୍ତା ନଥିବାରୁ ଆନ୍ଧ୍ରରେ ମିଶିବାକୁ ଲୋକଙ୍କ ଚେତାବନୀ । More

ଓଡ଼ିଆ ପୁଅ ହକି ଇଣ୍ଡିଆର ନୂଆ ମୁଖିଆ

ପ୍ରଥମ ଓଡ଼ିଆ ଭାବେ ହକି ଇଣ୍ଡିଆ ସଭାପତି ହେଲେ ଦିଲୀପ। More

ନିଆରା ପ୍ରତିବାଦ,ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଫିସ୍‌ରେ ଶିକ୍ଷକଙ୍କ ଝାଡ଼ୁ

DEO କାର୍ଯ୍ୟାଳୟରେ ଶିକ୍ଷକଙ୍କ ନିଆରା ପ୍ରତିବାଦ । ଝାଡ଼ୁ ମାରି ବିରୋଧ ପ୍ରଦର୍ଶନ କଲେ ଶିକ୍ଷକ ସଂଘ ।ଭେଣ୍ଡିଆ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଝାଡ଼ୁ ମରାଇଥିଲେ ADEO । ପ୍ରଧାନଶିକ୍ଷକ ଝାଡ଼ୁ ମାରୁଥିବା ଫଟୋ ହୋଇଥିଲା ଭାଇରାଲ୍ । More

ଧରାପଡ଼ିଲେ ‘ମୋ ବସ୍‌’ରେ ଚୋରି କରୁଥିବା ଲୁଟେରା

ଧରାପଡ଼ିଲେ ‘ମୋ ବସ୍‌’ରେ ଚୋରି କରୁଥିବା ଗ୍ୟାଙ୍ଗ। ୨ ଲୁଟେରାଙ୍କୁ କମିଶନରେଟ୍ ପୋଲିସ୍‌ ଗିରଫ କରିଛି। More

୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ

ସମସ୍ତ ୩୦ ଜିଲ୍ଲା ପାଇଁ ମନ୍ତ୍ରୀ ଓ ବିଧାୟକଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଅନୁଗୁଳ ଓ ରୋହିତ ପୂଜାରୀଙ୍କୁ ବଲାଙ୍ଗିର ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କୁ ମଧ୍ୟ ଅନ୍ୟ ସବୁ ଜିଲ୍ଲାର ଦାୟିତ୍ୱ ମିଳିଛି।  More

ଆପାର୍ଟମେଣ୍ଟ ଓ ଫ୍ଲାଟ୍‌ ଦେବାକୁ କହି ୨୦ କୋଟିର ଚୂନା; ଲୁକ୍‌ଆଉଟ୍‌ ସର୍କୁଲାର୍‌ ଜାରି

ଭୁବନେଶ୍ୱର ସାଂପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ ଯୋଗାଇଦେବାକୁ କହି ମନୋଜ ଲୋକଙ୍କ ଠାରୁ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଥିଲା । More

ପ୍ରଥମେ ନିଜେ ଦାଦନ ଖଟୁଥିଲେ, ଏବେ ଚାଷ କରି ଲକ୍ଷ ଲକ୍ଷ ରୋଜଗାର ଦେଉଛନ୍ତି

ଦିନ ଥିଲା ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ । More

କି ଦୁଃଖ ! ବୁଢ଼ା ହେଲା ବୋଲି ପର ହୋଇଗଲା ବାପା, ରାସ୍ତାରେ ଫିଙ୍ଗିଦେଲା ପୁଅ

ପୁଅ ବୋହୁଙ୍କ କାରଣରୁ ଆଜି ମେଡିକାଲ ବେଡ୍‌ରେ ଅନାଥ ଭଳି ଶୋଇଛି ବୁଢା ବାପା । More

ବାଃରେ ବାଃରେ ବ୍ୟବସ୍ଥା; ଡାକ୍ତର ନଥିବାରୁ ମେଡିକାଲ ବନ୍ଦ..!

ଡାକ୍ତର ଛୁଟିରେ ଥିବାରୁ ୧୩ ସେପ୍ଟେମ୍ବର ଠାରୁ ୬ ନଭେମ୍ବର ପର୍ଯ୍ୟନ୍ତ ଏହି ବିଭାଗ ବନ୍ଦ ରହିବ ।  More

ଗଡିବ ବିଜୟା ରଥ, ପାପର ବିନାଶ ପୁଣ୍ୟର ପ୍ରତିଷ୍ଠା ଲାଗି ଗର୍ଭ ଗୃହରୁ ରଥଦାଣ୍ଡକୁ ଆସିବେ ମାଆ ବିରଜା

ମାଆଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଯାଜପୁର ସହର । ମାଆଙ୍କ ଆଗମନ ପାଇଁ ଚଳଚଂଚଳ ହେଲାଣି ରଥଦାଣ୍ଡ । More

ସରପଞ୍ଚ ପଢ଼ୁଛନ୍ତି ବିକାଶର ପାଠ, ଏଣିକି ପଞ୍ଚାୟତ ପାଲଟିବ ସୁନା

ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଆମେ ତାଲିମ୍‌ ନେବା, ଆଉ ନିଜ ପଂଚାୟତକୁ ଜିଲ୍ଲା ତଥା ରାଜ୍ୟରେ ଶ୍ରେଷ୍ଠ କରିବା । More

ବାପା-ମାଆ ଆଉ ନାହାନ୍ତି, ଏବେ ଚିନ୍ତା କିଏ ସାହାରା ଦେବ ଏଇ ଦୁଇ ଝିଅଙ୍କୁ..

ଯିଏ ଏଇ ଦୁଇ ଭଉଣୀଙ୍କୁ ସଂସାରକୁ ଆଣିଥିଲେ ସିଏ ଆଜି ଅଫେରା ରାଇଜରେ.. ବାପା-ମାଆଙ୍କୁ ଯେତେ ମନେ ପକାଇଲେ ବି ସେମାନେ ଆସିବେନି ତଥାପି ମନ ବୁଝୁନି । More

ସରିଆସୁଛି ଡେଡ୍‌ଲାଇନ୍ ବଢ଼ୁଛି ଟେନସନ୍‌; ମାସେ ପରେ ମିଳୁଛି ବୁକିଂ ଡେଟ୍‌

ବଡ଼ ଗଡ଼ବଡ଼ ନମ୍ବର ପ୍ଲେଟ୍ ଅଙ୍କ । ବିଗିଡ଼ିଯାଇଛି ଗଣିତ । ଆବେଦନର ସପ୍ତାହକ ମଧ୍ୟରେ ମିଳୁନି ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ । ସେପଟେ ସମୟ ଯେତେ ଗଡ଼ୁଛି, ଗାଡ଼ି ମାଲିକଙ୍କ ଚିନ୍ତା ସେତେ ବଢ଼ୁଛି । More

ବାଲିଯାତ୍ରାକୁ NGT ର ଛାଟ; ୩୪ ଏକର ଜମିରେ ହେବ ଆୟୋଜନ

କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ। ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ। More

ସାବଧାନ! ଏଥର ଦଶହରା ଖଟି ମନା, ପୋଲିସ ଚାହିଁ ରହିଛି

ପୂଜା ପୂର୍ବରୁ ସାବାଡ ହେବେ କ୍ରିମିନାଲ। ଆରମ୍ଭ ହୋଇଛି କମିଶନରେଟ୍ ପୋଲିସର ସ୍ପେଶାଲ ଡ୍ରାଇଭ୍। ଦଶହରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଡ୍ରାଇଭ୍ କରାଯାଇଛି। More

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପତ୍ତି ୬୪ କୋଟି ୯୭ ଲକ୍ଷ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପତ୍ନୀଙ୍କ ନାଁରେ ରହିଛି ୬୫ଟି ଗାଡ଼ି

ସିଏମ୍ଓ ୱେବ୍‌ସାଇଟ୍‌ରେ ସମସ୍ତ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଉପଲବ୍ଧ ହୋଇଛି। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୋଟ୍‌ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା ବୋଲି ତାଲିକାରେ ଦର୍ଶାଯାଇଛି। More

୮୯ ବର୍ଷୀୟ ବୃଦ୍ଧାଙ୍କୁ ମିଳିଲା ୧୬ ଲକ୍ଷ ପେନ୍‌ସନ୍‌ ଟଙ୍କା

ହାଇକୋର୍ଟଙ୍କ ରାୟ ପରେ ଶେଷରେ ୮୯ ବର୍ଷୀୟ ବୃଦ୍ଧାଙ୍କୁ ଏକାବେଳକେ ୨୬ ବର୍ଷର ବକେୟା ପେନ୍‌ସନ୍‌ ଟଙ୍କା ମିଳିଛି। ପେନ୍‌ସନ୍‌ ବାବଦକୁ ଥିବା ସମସ୍ତ ୧୬ ଲକ୍ଷ ୧ ହଜାର ୮୪୬ ଟଙ୍କା ପ୍ରଦାନ କରାଯାଇଛି। More

କଟକରୁ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ନକଲି ଔଷଧ ବିକ୍ରି ଧରିବାକୁ ଗତ ୩ ଦିନ ଧରି ରେଡ୍ ଚଳାଇଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍। ସହରର ୩ଟି ଫାର୍ମରେ ଚଢ଼ାଉ କରି ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ ୨୨ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଛି।  More

ଅଭିନେତା ବାବୁସାନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଫିଲ୍ମ ‘ଦମନ୍‌’ର ପ୍ରମୋସନ୍‌ ପାଇଁ ଲେହେରୁ ପାଙ୍ଗଙ୍ଗ୍‌ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍‌ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। More

ଦିନଟେ ହେଲେ ସ୍କୁଲ୍‌ ମାଟି ମାଡ଼ିନାହାନ୍ତି; ହେଲେ ରେଜିଷ୍ଟର୍‌ରେ ନାଁ ଗଡ଼ୁଛି

ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ । More

ଗାଡ଼ିରେ ଲାଗିବ ପ୍ୟାନିକ୍ ବଟନ୍: ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ

କୌଣସି ପ୍ରକାର ଅସୁବିଧା କିମ୍ବା ଅସମୟରେ ଏହି ବଟନ୍ ଚିପିଲେ ତୁରନ୍ତ ଗାଡ଼ି ମାଲିକ, ନିକଟସ୍ଥ ଥାନା ଏବଂ ଅନ୍ୟ ପ୍ରାଧିକୃତ ସଂସ୍ଥା ନିକଟରେ ତୁରନ୍ତ ସୂଚନା ପହଞ୍ଚି ପାରିବ। More

ସରକାରଙ୍କ ଗୁମର ଖୋଲିଦେଲେ ସୌମ୍ୟ; କହିଲେ ‘ଏଠି ମନ୍ତ୍ରୀଙ୍କ କିଛି ପାୱାର ନାହିଁ’

କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ? More

ଆଳୁ ଖୋଳୁ ଖୋଳୁ ମହାଦେବ; କାର୍‌ର ସିକ୍ରେଟ୍ ଚାମ୍ବରରୁ ମିଳିଲା କ୍ୱିଣ୍ଟାଲ ରୂପା ଇଟା

ଯାଞ୍ଚବେଳେ ମିଳିଲା ଆଖି ତରାଟିଲା ଭଳି ୧୩୯ କେଜିର ରୂପା ଇଟା, ୩୭ କେଜିର ଚାନ୍ଦି ଅଳଙ୍କାର ଓ ପାଖାପାଖି ୧୨ ଲକ୍ଷ ନଗଦ ଟଙ୍କା । More

ତିନି ବର୍ଷ ହେଲା କୋମାରେ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ

ଆଦିବାସୀଙ୍କୁ ଦରଦ ଦେଖାଇ ଭୁଲିଗଲେ କି ରାଜ୍ୟ ସରକାର? କୁଆଡେ ଗଲା ଆଦିବାସୀଙ୍କ ସ୍ୱାର୍ଥରେ ଗଠନ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ?  More