/odishatv-khabar/media/post_attachments/uploadimage/library/16_9/16_9_0/s_1663900623.jpg)
Odia Actor Babusan Mohanty Hospitalised
ଓଲିଉଡ୍ର ଚକୋଲେଟ୍ ହିରୋ ବାବୁସାନ୍ ମହାନ୍ତି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଶରୀରରେ ଅକ୍ସିଜେନ ସ୍ତର କମି ଯିବାରୁ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗତ ୬ ଦିନ ହେବ ବାବୁସାନ୍ଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି: ଅଭିନେତା ବାବୁସାନଙ୍କୁ ଅଟକାଇ ପତ୍ନୀ କଲେ ଝଗଡ଼ା
ସୂଚନା ଅନୁସାରେ, ଫିଲ୍ମ ‘ଦମନ୍’ର ପ୍ରମୋସନ୍ ପାଇଁ ଲେହେରୁ ପାଙ୍ଗଙ୍ଗ୍ ଯାଇଥିବା ବେଳେ ସେଠାରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବା ପରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ହସ୍ପିଟାଲ୍ରେ ବାବୁସାନ୍ଙ୍କ ପାଖରେ ସ୍ତ୍ରୀ ତୃପ୍ତି ଥିବା ଜଣାପଡ଼ିଛି।
ତେବେ ବର୍ତ୍ତମାନ ବାବୁସାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)