• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ -BARFI ପ୍ରକଳ୍ପକୁ NGT ଝଟକା । ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି ଉପରେ ହୋଇପାରିବ ନାହିଁ କୌଣସି ପ୍ରକାର କଂକ୍ରିଟ କାମ । ଏପରିକି ପ୍ଲଡ୍ ପ୍ଲେନ ଜୋନ୍‌ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି ।

କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ ବୋଲି କୁହାଯାଇଛି । ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ । ବଳକା ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ । ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ । ଏଥିଲାଗି ଏହି ଅଞ୍ଚଳକୁ ଚିହ୍ନଟ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ଲାଗି NGT ନିର୍ଦ୍ଦେଶ ଦେଇଛନ୍ତି ।

ବଳକା ଏକ ତୃତୀୟାଂଶ ଅଞ୍ଚଳରେ ବିନା ସ୍ଥାୟୀ କିମ୍ବା ଅସ୍ଥାୟୀ ର୍ନିମାଣରେ ପାର୍କ ଓ ଖେଳପଡ଼ିଆ ତିଆରି ହୋଇପାରିବ । କିନ୍ତୁ ସେହି ଅଞ୍ଚଳରେ କୌଣସି ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଶୟ ଦିଆଯିବନି । ସେହିପରି ବାଲି ଭର୍ତ୍ତି ଯୋଗୁ ବନ୍ୟା ଆଶଙ୍କା ଥିବା କଟକ ଆଖପାଖ ଅଞ୍ଚଳର ୩୮ ଗାଁର ନିରାପତ୍ତା ନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି NGT ରାୟ ରେ ନିର୍ଦ୍ଦେଶ ଦେଇଛନ୍ତି ।  ଏନ୍‌ଜିଟି ମାମଲାର ଶୁଣାଣି କରି ଏକ ୭ଜଣିଆ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ମହାନଦୀ ପଠା ଓ ବାଲିଯାତ୍ରା ପଡ଼ିଆ ପରିଦର୍ଶନ କରି ଏନ୍‌ଜିଟିରେ ରିପୋର୍ଟ ଦାଖଲ କରିଥିଲା।