/odishatv-khabar/media/post_attachments/uploadimage/library/16_9/16_9_0/farmer_1663919514.jpg)
farmer
ଦିନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଥିଲେ, ଆଜି କ୍ଷେତରେ ବାଇଗଣ ଭେଣ୍ଡି ଚାଷ କରି ରୋଜଗାର କରୁଛନ୍ତି ଲକ୍ଷଲକ୍ଷ ଟଙ୍କା । ନିଜର ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି ସୁନ୍ଦରଗଡ ସାନପତ୍ରାପାଲିର ମନୋଜ ଓରାମ୍ ।
ବିଲରେ ଫଳାଇଛନ୍ତି ଛନଛନିଆ ବାଇଗଣ, ଭେଣ୍ଡି ସହ କେତେ କଣ ପରିବା । ଆଉ ସେହି ଛନଛନିଆ ପରିବା ଦେଖି ସମସ୍ତେ ଆବାକାବା ହେବା ସହିତ କେମିତି ଜଣେ ଦାଦନରୁ ସଫଳ ଚାଷୀ ହେଲେ ସେନେଇ ବିଜୟଙ୍କୁ ପଚାରି ବୁଝୁଛନ୍ତି ପୂରା କାହାଣୀ । ଦିନଥିଲା ବିଜୟ ବାହାର ରାଜ୍ୟରେ ଯାଇ ଦାଦନ ଖଟିବା ପରେ ଯେତିକି ରୋଜଗାର ହେଉଥିଲା ସେତିକିରେ ନିଜେ ଚଳିବା ସହ ପରିବାର ଚଳାଉଥିଲେ । ହେଲେ ଟଙ୍କାର ଘୋର ଅଭାବ ରହୁଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଭଉଣୀ ବାହାଘର ପାଇଁ ନିଜ ଜମିକୁ ବନ୍ଧା ପକାଇଥିଲେ ମନୋଜ ।
ସମୟ ଗଡିଥିଲା, ମନୋଜଙ୍କ ମନରେ ନୂଆ ବୁଦ୍ଧି ପଶିଥିଲା । ନିଜସ୍ୱ ଇଚ୍ଛା ଓ ପରିଶ୍ରମ ବଳରେ ଆରମ୍ଭ କରିଥିଲେ ଚାଷ କାମ । ଆଉ ଫଳାଇଥିଲେ ସୁନାର ଫସଲ । ପ୍ରଥମେ ପ୍ରଥମେ ୫ ରୁ ୧୦ ହଜାର ଟଙ୍କା ରୋଜଗାର ହେଉଥିବା ବେଳେ ଏବେ ମାସକୁ ରୋଜଗାର ହେଉଛି ୫ ରୁ ୬ ଲକ୍ଷ ଟଙ୍କା । ଆଉ ଭଲ ଦୁଇ ପଇସା ରୋଜଗାର କରିବା ପରେ ପରିବାର ବି ବେଶ୍ ଖୁସିରେ ଚାଲୁଛି ।
ତେବେ ମନୋଜଙ୍କୁ ଏହି ସଫଳତା ପାଇବାରେ ବେଶ ସହଯୋଗ କରିଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ । ଦ୍ୱିତୀୟ ପର୍ଯ୍ୟାୟରେ ମନୋଜଙ୍କୁ ପରିବା ଚାଷ ପାଇଁ ତାଲିମ ଦେବା ସହ କୃଷି ଯନ୍ତ୍ରାଂଶ ଯୋଗାଇ ଦିଆଯାଇଥିଲା । ପରେ ଉପଯୁକ୍ତ ତାଲିମ୍ ଓ ଯନ୍ତ୍ରାଂଶ ପାଇବା ପରେ ଚାଷରେ ସଫଳତା ସାଉଁଟିଛନ୍ତି ମନୋଜ ।
ନିଜେ ଚାଷ କରିବା ସହିତ ଅନ୍ୟ ଯୁବକଙ୍କୁ ଯୋଗାଉଛନ୍ତି ପ୍ରେରଣା । ସତରେ ଜଣେ ଦାଦନରୁ ଆଜି ସଫଳ ଚାଷୀ ହେବାର ବିଜୟ ଯାତ୍ରାରେ ଅନେକ ପ୍ରତିବନ୍ଧକ ତ ଆସିଛି ହେଲେ ହାର ନମାନି ଆଗକୁ ବଢିଚାଲିଛନ୍ତି ମନୋଜ ।
(ରିପୋର୍ଟ- ବିଜୟ ବରୁଆ, ସୁନ୍ଦରଗଡ଼)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)