Advertisment

ତାତିରେ ସଡନ୍ ବ୍ରେକ୍: ୨୨ ଓ ୨୩ରେ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲାକୁ ସତର୍କ ସୂଚନା...

ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।

ଅଦ୍ୟତନ ହୋଇଛି
Rainfall Alert In Odisha

Rainfall Alert For Various Districts Of Odisha

Advertisment

ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଭୁବନେଶ୍ୱର ତାପମାତ୍ରା ଗତକାଲି ଠାରୁ ପ୍ରାୟ ୮ ଡିଗ୍ରୀ କମିଛି। ଆଜି ଦିନ ସାଢ଼େ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

Advertisment

ସେହିପରି ବାଲେଶ୍ବରରେ ୩୬, ପୁରୀ ୩୩.୪, ପାରାଦୀପ ୩୨.୬ ଡିଗ୍ରୀ, ଚାନ୍ଦବାଲି ୩୨, ଝାରସୁଗୁଡ଼ା ୩୨.୬, ଗୋପାଳପୁର ୩୧, ସମ୍ୱଲପୁର ୩୦, କେନ୍ଦୁଝର ୨୮ ଓ ହୀରାକୁଦରେ ୨୯.୨ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରେକର୍ଡ ହୋଇଛି।

ଅଧିକ ପଢ଼ନ୍ତୁ: ତାତିରୁ ସାମାନ୍ୟ ଆଶ୍ୱସ୍ତି, ବଦଳିଛି ପାଗ ! ବିଭିନ୍ନ ସ୍ଥାନରେ ବର୍ଷା

Advertisment

ସେପଟେ ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

Advertisment

୨୨ ତାରିଖ ସକାଳ ସାଢ଼େ ୮ଟାରୁ ୨୩ ତାରିଖ ସକାଳ ସାଢ଼େ ୮ଟା ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-  କୋରାପୁଟ, ନବରଙ୍ଗପୁର, ରାୟଗଡ଼ା,  କଳାହାଣ୍ଡି,  କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼,  ଖୋର୍ଦ୍ଧାପୁରୀକଟକ, କେନ୍ଦୁଝର,  ମୟୂରଭଂଜ  ସୁନ୍ଦରଗଡ। ଏସବୁ ଜିଲ୍ଲାରେ ବର୍ଷା ହୋଇପାରେ। ୨୩ ତାରିଖରେ ମଧ୍ୟ ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Weather Update Rainfall Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ