Advertisment

IPL Auction: ବଦଳିପାରେ ୧୦୦ରୁ ଅଧିକ ଖେଳାଳିଙ୍କ ଭାଗ୍ୟ, ୧୦ ଟିମ୍‌ ପାଖରେ ରହିଛି ୧୭୩ କୋଟି

ଦ୍ୱିତୀୟ ଦିନରେ ୧୩୨ ଖେଳାଳିଙ୍କୁ ନେବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ବିଡ୍‌ ଲଗାଇବେ । ତେବେ ଏହି ୧୩୨ ଖେଳାଳିଙ୍କୁ କିଣିବା ପାଇଁ ୧୦ ଫ୍ରାଞ୍ଚାଇଜ୍‌ ପାଖରେ ମୋଟ୍‌ ୧୭୩.୫୫ କୋଟି ଟଙ୍କା ବାକି ଅଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
IPL ମେଗା ନିଲାମ: ଆଜି କିଏ ହେବେ କୋଟିପତି

IPL ମେଗା ନିଲାମ: ଆଜି କିଏ ହେବେ କୋଟିପତି

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ ସିଜିନ୍‌ ପାଇଁ ଚାଲିଛି ମେଗା ଅକ୍ସନ । ସାଉଦି ଆରବର ଜେଦ୍ଦା ସହରରେ ଦୁଇ ଦିନ ପାଇଁ ଜାରି ରହିବ ନିଲାମୀ । ମେଗା ଅକ୍ସନର ପ୍ରଥମ ଦିନ ଅର୍ଥାତ ନଭେମ୍ବର ୨୪ରେ ୧୦ ଫ୍ରାଞ୍ଚାଇଜ୍‌ ୪୬୭.୯୫ କୋଟି ଟଙ୍କା ଖର୍ଚ୍ଚ କରି ୭୨ ଖେଳାଳିଙ୍କୁ କିଣିଛନ୍ତି । ତେବେ ଆଜି ମଧ୍ୟ ଏହି ନିଲାମ ପ୍ରକ୍ରିୟା ଜାରି ରହିବ ।

Advertisment

ଦ୍ୱିତୀୟ ଦିନରେ ୧୩୨ ଖେଳାଳିଙ୍କୁ ନେବା ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ବିଡ୍‌ ଲଗାଇବେ । ତେବେ ଏହି ୧୩୨ ଖେଳାଳିଙ୍କୁ କିଣିବା ପାଇଁ ୧୦ ଫ୍ରାଞ୍ଚାଇଜ୍‌ ପାଖରେ ମୋଟ୍‌ ୧୭୩.୫୫ କୋଟି ଟଙ୍କା ବାକି ଅଛି । ଦ୍ୱିତୀୟ ଦିନରେ ଫାଫ୍ ଡୁ ପ୍ଲେସିସ୍, ଗ୍ଲେନ୍ ଫିଲିପ୍ସ, ସାମ କୁରାନ୍, କେନ୍ ୱିଲିୟମସନ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଲକି ଫର୍ଗୁସନ୍, ଟିମ୍ ଡେଭିଡ, ୱିଲ ଜ୍ୟାକ୍‌, ନବୀନ ଉଲ ହକ୍‌, ଷ୍ଟିଭ ସ୍ମିଥ୍‌, ନୀତୀଶ ରାଣା ଏବଂ ଅଜିଙ୍କ୍ୟ ରାହାଣେଙ୍କ ଭଳି ଖେଳାଳି ରହିଛନ୍ତି ।

ଅଧିକ ପଢ଼ନ୍ତୁ: IPL ମେଗା ଅକ୍ସନ ପାଇଁ କାହା ପାଖରେ ଅଛି କେତେ ଟଙ୍କା ?

ପ୍ରଥମ ଦିନରେ ୩ ଖେଳାଳି ଆଇପିଏଲ୍ ଇତିହାସର ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ । ଏହି ତିନି ଖେଳାଳି ହେଉଛନ୍ତି ୱିକେଟ୍ କିପର ଋଷଭ ପନ୍ତ, ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟର । ପନ୍ତଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ (LSG) ୨୭ କୋଟି ଟଙ୍କାରେ କିଣିଛନ୍ତି । ଏଥି ସହ ସେ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳି ହୋଇଛନ୍ତି ।

Advertisment

ପନ୍ତଙ୍କ ବ୍ୟତୀତ ଶ୍ରେୟସ୍ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସ କିଣିଛି । ଯାହାଫଳରେ ଶ୍ରେୟସ୍ ବର୍ତ୍ତମାନ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି । ସେହିପରି ଆଇପିଏଲ ନିଲାମର ପ୍ରଥମ ଦିନରେ ଭେଙ୍କଟେଶ ଆୟରଙ୍କୁ ୨୩.୭୫ କୋଟିରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ । ଭେଙ୍କଟେଶ ଗତ ସିଜିନ୍‌ ପର୍ଯ୍ୟନ୍ତ କୋଲକାତା ପାଇଁ ଖେଳୁଥିଲେ । କିନ୍ତୁ କେକେଆର ତାଙ୍କୁ ରିଟେନ୍‌ କରିନଥିଲା । ଏଭଳି ସ୍ଥିତିରେ ଆଇପିଏଲ ନିଲାମରେ ଭେଙ୍କଟେଶଙ୍କୁ କିଣିବା ପାଇଁ କେକେଆର ପୂରା ଶକ୍ତି ଲଗାଇ ଦେଇଥିଲା ।

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗିଲେ ରିଷଭ; IPL ଇତିହାସରେ ପାଲଟିଲେ ସବୁଠୁ ଦାମୀ ଖେଳାଳି 

ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି

ଋଷଭ ପନ୍ତ – ୨୭ କୋଟି (LSG,2025)

ଶ୍ରେୟସ ଆୟର – ୨୬.୭୫ (PBKS, 2025)

ମିଚେଲ୍‌ ଷ୍ଟାର୍କ – ୨୪.୭୫ କୋଟି (KKR, 2024)

ଭେଙ୍କଟେଶ ଆୟର – ୨୩.୭୫ କୋଟି (KKR, 2025)

ପ୍ୟାଟ୍‌ କମିନ୍ସ – ୨୦.୫୦ କୋଟି (SRH, 2024)

ସ୍ୟାମ୍‌ କରନ – ୧୮.୫୦ କୋଟି (PBKS, 2023)

କାହା ପାଖରେ ବାକି ଅଛି କେତେ ଟଙ୍କା

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ – ୩୦.୬୫ କୋଟି

ମୁମ୍ବାଇ ଇଣ୍ଡିଆନ୍ସ – ୨୬.୧୦ କୋଟି

ପଞ୍ଜାବ କିଙ୍ଗସ – ୨୨.୫୦ କୋଟି

ଗୁଜରାଟ ଟାଇଟନ୍ସ – ୧୭.୫୦ କୋଟି

ରାଜସ୍ଥାନ ରୟାଲ୍ସ – ୧୭.୩୫ କୋଟି

ଚେନ୍ନାଇ ସୁପର କିଙ୍ଗ୍ସ – ୧୫.୬୦ କୋଟି

ଲକ୍ଷ୍ନୌ ସୁପର ଜିଆଣ୍ଟସ- ୧୪.୮୫ କୋଟି

ଦିଲ୍ଲୀ କ୍ୟାପିଟାଲ୍ସ -୧୩.୮୦ କୋଟି

କୋଲକାତା ନାଇଟ୍‌ ରାଇଡର୍ସ – ୧୦.୦୫ କୋଟି

ସନ୍‌ ରାଇଜର୍ସ ହାଇଦ୍ରାବାଦ – ୫.୧୫ କୋଟି

IPL IPL Mega Auction
Advertisment
Advertisment