Advertisment

Lucknow Super Giants Sign Rishabh Pant: ରେକର୍ଡ ଭାଙ୍ଗିଲେ ରିଷଭ; IPL ଇତିହାସରେ ପାଲଟିଲେ ସବୁଠୁ ଦାମୀ ଖେଳାଳି

ରିଷଭ ପନ୍ତ IPL ଇତିହାସରେ ସବୁଠୁ ମହଙ୍ଗା ଖେଳାଳି । ୨୭ କୋଟିରେ ରିଷଭ ପନ୍ତଙ୍କୁ ନେଲା ଲକ୍ଷ୍ନୌ ଟିମ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Lucknow Super Giants sign RIshabh Pant for INR 27 crores

Lucknow Super Giants sign RIshabh Pant for INR 27 crores

ଆରମ୍ଭ ହୋଇଛି ଆଇପିଏଲ ୨୦୨୫ର ଖେଳାଳି ନିଲାମ। ଦୁଇ ଦିନ ହେବାକୁ ଥିବା ଏହି ନିଲାମ ପ୍ରକିୟାର ପ୍ରଥମ ଦିନରେ ରେକର୍ଡ ଭାଙ୍ଗିଛନ୍ତି ଋଷଭ ପନ୍ଥ। ସେ ୨୭ କୋଟିରେ ବିକ୍ରି ହୋଇଛନ୍ତି। ଲକ୍ଷ୍ନୌ ସୁପର ଜାଏଣ୍ଟସ ତାଙ୍କୁ କିଣିଛି। ପୂର୍ବରୁ ଦିଲ୍ଲୀ ଟିମ୍ ପାଇଁ ଖେଳୁଥିଲେ । ତାଙ୍କ ପଛକୁ ରହିଛନ୍ତି ଶ୍ରେୟସ ଏୟର। ପଞ୍ଜାବ ୨୬ କୋଟି ୭୫ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି। ପୂର୍ବରୁ ସେ କୋଲକାତା ଟିମ୍ ପାଇଁ ଖେଳୁଥିଲେ। 

Advertisment

ପ୍ରଥମ ଦିନରେ ବିକ୍ରି ହୋଇଛନ୍ତି ଭାରତୀୟ ବୋଲର ଅଶର୍ଦୀପ ସିଂ। ତାଙ୍କୁ ୧୮ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗସ। ତାଙ୍କର ବେସ ପ୍ରାଇସ୍ ୨ କୋଟି ଥିଲା। ସେ ପୂର୍ବରୁ ମଧ୍ୟ ପଞ୍ଜାବ ଟିମ୍ ପାଇଁ ଖେଳୁଥିଲେ। ଦକ୍ଷିଣ ଆଫ୍ରିକାର ରବାଡାଙ୍କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ଗୁଜରାଟ ଟାଇଟନସ। ତାଙ୍କର ଦୁଇ କୋଟି ଟଙ୍କା ବେସ୍ ପ୍ରାଇସ ରହିଥିଲା। ସେହିଭଳି ଜୋସ ବଟଲରଙ୍କୁ ୧୫ କୋଟି ୭୫ ଲକ୍ଷ ଟଙ୍କାରେ କିଣିଛି ଗୁଜରାଟ। 

ଅଧିକ ପଢ଼ନ୍ତୁ : ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍‌ ଯାଇପାରନ୍ତି ପନ୍ତ

Advertisment

ଜାଣନ୍ତୁ କେଉଁ ଦଳ କାହାକୁ କରିଛନ୍ତି ରିଟେନ୍‌...

ଚେନ୍ନାଇ ସୁପର କିଙ୍ଗସ୍‌: ଋତୁରାଜ ଗାଏକ୍ୱାଡ୍‌, ମଥିଶା ପତରଣା, ଶିଭମ୍‌ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି

ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଜଶପ୍ରୀତ ବୁମ୍ରାରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲ

କୋଲକାତା ନାଇଟ ରାଇଡର୍ସ: ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସଲ, ହର୍ଷିତ ରାଣା, ରମନଦୀପ ସିଂ

ଦିଲ୍ଲୀ କ୍ୟାପିଟାଲ୍ସ: କୁଲଦୀପ ଯାଦବ, ଟ୍ରିଷ୍ଟନ୍‌ ଷ୍ଟବ୍ସ୍, ଅକ୍ଷର ପଟେଲ, ଅଭିଷେକ ପୋରେଲ

ପଞ୍ଜାବ କିଙ୍ଗ୍ସ: ଶଶାଙ୍କ ସିଂ, ପ୍ରଭସିରନ୍‌ ସିଂ

ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌: ନିକୋଲାସ୍‌ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋସିନ୍‌ ଖାନ୍‌, ଆୟୁଷ ବଦାନୀ

ଗୁଜରାଟ ଟାଇଟନ୍‌: ରସିଦ ଖାନ, ଶୁଭମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାଟିଆ, ଶାହରୁଖ ଖାନ

ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍‌, ୟଶ୍ୱସୀ ଜୟସଲ, ସିମରନ୍‌ ହେଟମାୟର, ରିଆନ ପରାଗ, ଧ୍ରୁବ ଜୁରେଲ, ସନ୍ଦୀପ ଶର୍ମା

ସନ୍‌ ରାଇଜର୍ସ ହାଇଦ୍ରାବାଦ: ପ୍ୟାଟ୍‌ କମିନ୍ସ, ଅଭିଶେକ ଶର୍ମା, ନୀତିଶ ରେଡ୍ଡୀ, ହେନରିକ୍‌ କ୍ଲାସେନ୍, ଟ୍ରାଭିସ୍‌ ହେଡ୍‌

IPL Rishabh Pant IPL Auction
Advertisment
Advertisment