ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦେଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ ।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ହେଲେ ଏହା ଅନ୍ଧାରରେ ରହିଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଗମନାଗମନରେ ଅସୁବିଧା ସୃଷ୍ଟି ହୋଇଛି ।
‘ଗାରାଗା’ ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ....ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ...କାଲିମେଳା ଏମଭି ୭୫ ଗାଁର ମୋନିକା ସମାଦ୍ଦାର...
୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର, ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା
ଚମଡ଼ା ଧୁଡ଼ୁ ଧୁଡ଼ୁ ହୋଇ ଗଲାଣି । ହାତରେ ବଳ ନାହିଁ କି ପାଦରେ ଶକ୍ତି ନାହିଁ । ତଥାପି ଶରୀରର ସବୁ ବଳ ଲଗାଇ ପଥର ଭାଙ୍ଗୁଛନ୍ତି ବୃଦ୍ଧା ମହିଳା ଜଣକ । ବୟସର ଅପରାହ୍ନରେ ବଞ୍ଚିବା ପାଇଁ ସଙ୍ଘର୍ଷ । ପଥର ବୋଝ ତଳେ ନଇଁ ଗଲାଣି ଅଣ୍ଟା । ପିଢ଼ି ପରେ ପିଢ଼ି ଧରି ଏମାନଙ୍କର ବେଉସା ଏହି ପଥର କଟା ରହି ଆସିଛି ।
ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତାକାଲି ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମାଆକୁ ସମ୍ମାନ ନାରାର ଉଡ଼ିଲା ଧଜ୍ଜିଆ । ଭାରରେ ବୁହା ହେଲେ ଗର୍ଭବତୀ ।
ଗୁମ୍ଫା ପାଲଟିଛି ମାଓବାଦୀଙ୍କ ଅସ୍ତ୍ର ଭଣ୍ଡାର । ତୁଳସୀ ପାହାଡ଼ରେ ଥିବା ଗୁମ୍ଫାରେ ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ରଖୁଥିବା ଜଣାପଡ଼ିଛି ।
ମାଲକାନଗିରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଘଟଣା । ରାତି ଅଧରେ ନିଜ ବୋଟରେ ଆଣି ହସ୍ପିଟାଲରେ କଲେ ଭର୍ତ୍ତି ।
ମାଲକାନଗିରିରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ...ମାଲକାନଗିରି ଜିଲ୍ଲାରେ ଗଡ଼ିଲା ୩୬ଟି ଲକ୍ଷ୍ମୀ ବସ୍..ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ସେବା
୧୨ରେ ମାଲକାନଗିରିରେ ମୁଖ୍ୟମନ୍ତ୍ରୀ କରିବେ ଲକ୍ଷ୍ମୀ ବସ୍ର ଶୁଭାରମ୍ଭ । ବିରୋଧୀ କହିଲେ ଗାଁ ଲୋକଙ୍କୁ ଭୋଟ୍ ଥୋପ ।
ବୈଠକରେ ସଚଳ, ଗ୍ରାଉଣ୍ଡରେ ଅଚଳ । ଭିସିରେ ବୈଠକ କରି ଘୋଷଣା, କୋମାରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ-ଏସଡିସି । କୋଟି କୋଟିରେ ଅର୍ଥ ଶ୍ରାଦ୍ଧ ହେଲେ ଆଦିବାସୀଙ୍କ ବିକାଶର ଚିହ୍ନବର୍ଣ୍ଣ ବି ନାହିଁ । ୯ ଆଦିବାସୀ ବହୁଳ ଜିଲ୍ଲା ପାଇଁ ଚଳିତ ବର୍ଷ ୩୫୧ କୋଟି ଟଙ୍କା ଅନୁଦାନକୁ ମଞ୍ଜୁର କରିଛନ୍ତି ସରକାର । ତେବେ କେମିତି ଖର୍ଚ୍ଚ ହେବ ଏହି ଟଙ୍କା ?
ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ କରିଛି। ଯାହାକି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତିରେ ସହାୟତା କରିବ।
ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ବସ୍ ଚଳାଚଳକୁ ମାଲାକାନଗିରି ଓ କୋରାପୁଟରେ ବିରୋଧ କରାଯାଇଛି। ସରକାରଙ୍କ ଯେଉଁ ସବୁ ସର୍ତ୍ତାବଳୀ ରହିଛି ସେହି ସର୍ତ୍ତରେ ଘରୋଇ ବସ୍ ମାଲିକ ସଂଘକୁ ସାମିଲ କରିବାକୁ ନିବେଦନ।
ଖଣ୍ଡେ ରାସ୍ତା, ଟୋପେ ପାଣି ଆଉ ଟିକିଏ ବିଜୁଳି ପାଇଁ ବାବୁଙ୍କୁ ଗୁହାରି କରି କରି ଥକିଗଲେଣି । ଦୁଃଖ ଶୁଣିବାକୁ କାହା ପାଖରେ ସମୟ ନାହିଁ । ମୌଳିକ ସୁବିଧାରୁ ଏବେ ବି ବଂଚିତ ଏମାନେ...ଆଉ କେବେ ଶୁଣିବେ ସରକାର?
ଡ୍ୟାମର କାର୍ଯ୍ୟନିର୍ବାହୀ ଇଂଜିନିୟର କହିଛନ୍ତି, ଆଗାମୀ ଦିନରେ ଲଘୁଚାପ ବର୍ଷା ସମ୍ଭାବନା ଥିବାରୁ ସ୍ଥିତି ସୁଧୁରିବାର ଆଶା ରହିଛି।
୨୪ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ଘନିଭୂତ ହେବାର ସମ୍ଭାବନା ରହିଛି। ଆଜି ଓ ଆସନ୍ତାକାଲି ୨ ଦିନ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଆଜି ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପାଣି ଲହଡ଼ି ମାରୁଛି।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ସୋନପୁର ଜିଲ୍ଲରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ବଲାଙ୍ଗୀର, ମାଲକାନଗିରି, କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେବା ସହ ଶେଷରେ ଗଛରେ ଟାଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ।
ମାଲକାନଗିରି ମ୍ୟୁନିସିପାଲିଟିରେ ବି ଆଗେଇ ପାରୁନି ଜାଗା ମିଶନ । ଏଠିଥିବା ୩୧ଟି ବସ୍ତିରେ ୨,୪୩୨ଟି ଘର ପ୍ରଥମ ପର୍ଯ୍ୟାୟରେ ସର୍ଭେ କରାଯାଇଥିଲା l ତା ମଧ୍ୟରୁ କେବଳ ୧,୧୪୭ ଜଣଙ୍କୁ ଜମି ଅଧିକାର ପ୍ରମାଣପତ୍ର ତଥା LRC ଦିଆଯାଇଥିବାବେଳେ ବଞ୍ଚିତ ଅଛନ୍ତି ୧,୧୨୭ ଜଣ ।
ମାଟ୍ରିକ୍ ପରେ ଯୁକ୍ତ ଦୁଇ। ୬ ମାସ ପୂର୍ବରୁ ଘୋଷଣା ହେଲା ତାରିଖ। ଫେବ୍ରୁଆରୀ ୧୪ରୁ ମାର୍ଚ୍ଚ ୧୩ ଯାଏ ହେବ ପରୀକ୍ଷା। ନିର୍ବାଚନୀ ବର୍ଷରେ ଶୃଙ୍ଖଳିତ ପରୀକ୍ଷା ଲାଗି ସିଏଚ୍ଏସ୍ଇ କିଛି ଏଭଳି ପ୍ରସ୍ତୁତି କରୁଛି।
ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ତିନି ହାତିଆ ଟିଣଘରେ ଗୋଟିଏ ଛାତ ତଳେ ରହିଆସୁଛନ୍ତି ଦୃଷ୍ଟିଶକ୍ତି ବାଧିତ ଦୁଇବନ୍ଧୁ ସୁଲୋଚନା ଜେନା ଓ ସାଧବାଣୀ ସାହୁ। ସଂପର୍କ ରକ୍ତର ନୁହେଁ, ହେଲେ ଦୁଇ ଭଉଣୀଠୁ କିଛି କମ୍ ବି ନୁହେଁ।