• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଏମିତି ଏକ ଗାଁ... ୩୦ ବର୍ଷ ହେଲେ ଜୀବନ ହରାଉଛନ୍ତି ଯୁବକ । ଗାଁରେ ଅଧିକାଂଶ ମହିଳା ବିଧବା । କେହି ଜଣେ ହେଲେ ବି ବୃଦ୍ଧ ନାହାନ୍ତି । ମାଲକାନଗିରି ଜିଲ୍ଲା ଘାଟି ଉପରେ ରହିଛି ଏହି ଅଦ୍ଭୁତ ଗ୍ରାମ । ନାଁ ତାର ଦୟାଲତଙ୍ଗ । ଗାଁରେ ୧୨ଟି ପରିବାରରେ ୪୫ ଜଣ ରହୁଥିବା ବେଳେ ଏମାନଙ୍କ ଭିତରେ ଅଛନ୍ତି ୩୧ ଜଣ ମହିଳା । ସେଥିରୁ ୧୨ ଜଣ ବିଧବା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରୋଗ ହେଲେ ଡାକ୍ତରଙ୍କୁ ନଦେଖାଇବା, ଅତ୍ୟଧିକ ମଦ୍ୟପାନ କିମ୍ବା କୌଣସି ବଂଶଗତ ରୋଗ ଯୁବକଙ୍କ ମୃତ୍ୟୁର କାରଣ ହୋଇପାରେ । 

ଅଧିକ ପଢ଼ନ୍ତୁ: ବିବାହ ପରେ ପ୍ରେମିକ ସହ ଯାଇଥିଲେ OYO, ଛୁରୀ ଭୁସି ମାରିଦେଲା

ବିବାହର ବର୍ଷ କେଇଟାରେ ବିଧବା ହେଉଛି ନବବଧୂ ! ଲିଭି ଯାଉଛି ମଥାର ସିନ୍ଦୁର। ମାତ୍ର ୩୦ ବର୍ଷ ଭିତରେ ଜୀବନ ହରାଉଛନ୍ତି ଅଧିକାଂଶ ଯୁବକ। ଗାଁରେ ଜଣେ ହେଲେ ନାହାନ୍ତି ବୟସ୍କ । ଏମିତି ଏକ ଅଭିଶପ୍ତ ଗାଁ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଦୟାଲତଙ୍ଗ। ଘାଟି ଉପରେ ଥିବା ଗାଁରେ ଅଧିକାଂଶ ମହିଳା ବିଧବା । ୧୨ଟି ପରିବାରରେ ୧୨ ଜଣ ପୁରୁଷ ଓ ୩୧ ଜଣ ମହିଳାଙ୍କୁ ମିଶାଇ ମୋଟ୍ ୪୫ ଜଣ ରହୁଛନ୍ତି । ପୁରୁଷଙ୍କ ତୁଳନାରେ ପ୍ରାୟ ଅଢ଼େଇ ଗୁଣା ଅଧିକ ମହିଳା । ସେମାନଙ୍କ ଭିତରେ ୧୨ ଜଣ ବିଧବା । ମାତ୍ର ୩୦ ବର୍ଷ ଭିତରେ ସ୍ବାମୀ ଆରପାରିକୁ ଚାଲିଗଲେ । ୧୨ ପୁରୁଷଙ୍କ ଭିତରେ ଜଣେ ଦୁଇ ଜଣଙ୍କର ବୟସ ୩୦ ପାଖାପାଖି । ଅନ୍ୟମାନେ ୨୦ରୁ ୨୫ ବର୍ଷ ଭିତରେ ହେବେ । ଗାଁରେ କେବଳ ୫ ଜଣ ବିବାହିତ ପୁରୁଷ ଅଛନ୍ତି । ଅସ୍ବାଭାବିକ ମୃତ୍ୟୁର କାରଣ ବୁଝା ପଡୁନଥିବା ବେଳେ ଭୟ ବି ଲାଗୁଛି । 


ପାହାଡ ଉପରେ ଆନ୍ଧ୍ର ସୀମାକୁ ଲାଗି ରହିଛି ଦୟାଲତଙ୍ଗ ଗାଁ । ଏଠାରେ କୋଣ୍ଡାରେଡ୍ଡି ସଂପ୍ରଦାୟର ଲୋକ ବସବାସ କରୁଛନ୍ତି। ମୃତ୍ୟୁର କାରଣ ଜାଣିନପାରି ଭାଗ୍ୟକୁ ଆଦରି ପଡି ରହିଛନ୍ତି ଲୋକ । ଡାକ୍ତରଙ୍କ ମତରେ, ଏହି ଅଞ୍ଚଳ ଘାଟି ଉପରେ ଅଛି । ଗମନାଗମନ ଅସୁବିଧାରୁ ରୋଗ ହେଲେ ଡାକ୍ତରଙ୍କ ପରାମର୍ଶ ନେଇପାରୁ ନାହାନ୍ତି । ସେହିପରି ମାତ୍ରାଧିକ ମଦ୍ୟପାନ କିମ୍ବା କୌଣସି ବଂଶଗତ ରୋଗ କାରଣ ହୋଇପାରେ । ଗାଁରେ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରି ଯାଞ୍ଚ କଲେ ପ୍ରକୃତ କାରଣ ଜଣାପଡିବ। 

ଅଧିକ ପଢ଼ନ୍ତୁ: କାମ କରୁନି ଔଷଧ, ଟିଙ୍କ ଆତଙ୍କରେ ଆକ୍ତାମାକ୍ତା ଗ୍ରାମବାସୀ

ସୂଚନାଯୋଗ୍ୟଯେ, ଦୟାଲତଙ୍ଗ ଗାଁରୁ ପଞ୍ଚାୟତର ଦୂରତା ୨୦ କିଲୋମିଟର । ସଦର ମହକୁମାକୁ ଯିବାକୁ କୌଣସି ବ୍ୟବସ୍ଥା ନାହିଁ । ଏଭଳି ପରିସ୍ଥିତିରେ ସମସ୍ୟା ଘେରରେ ଜୀବନ ବିତାଉଛନ୍ତି ଗାଁ ଲୋକ। ପ୍ରଶାସନ ଏହି ଅଞ୍ଚଳ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।