/odishatv-khabar/media/media_files/2025/10/29/ganja-2025-10-29-17-46-10.jpg)
ganja Photograph: (OTV)
ହଜାରେ କି ଦୁଇ ଲକ୍ଷ ନୁହେଁ, କୋଟିଏ କି ଦି କୋଟି ବି ନୁହେଁ। ୧୭ କୋଟିର ଗଞ୍ଜେଇ। ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଯୋଜନା ପଣ୍ଡ। ମାଲକାନଗିରିରୁ ୨୪ ଘଣ୍ଟାରେ ଜବତ ହୋଇଛି ଏତେ ପରିମାଣର ଗଞ୍ଜେଇ। ୩ଟି ପୃଥକ ପୃଥକ ସ୍ଥାନରେ ଚଢାଉ କରି ପୋଲିସ ଜବତ କରିଛି ୧୬ଶହ ୬୦ କିଲୋ ଗଞ୍ଜେଇ। ଏହି ଘଟଣାରେ ଉତ୍ତରପ୍ରଦେଶର ୩ ଜଣ ମାଫିଆ ଗିରଫ ହୋଇଛନ୍ତି।
କାଲିମେଳା, ବାଲିମେଳା ଓ ଚିତ୍ରକୋଣ୍ଡାରୁ ଜବତ ହୋଇଛି ଗଞ୍ଜେଇ। ବାଲିମେଳା ଥାନାରେ ଅଭିନବ ଉପାୟରେ କଣ୍ଟେନରରେ ୭୭୦ କିଲୋ ଗଂଜେଇ ଚାଲାଣ ବେଳେ ମାଡି ବସିଥିଲା ବାଲିମେଳା ପୋଲିସ। ସେହିପରି ଚିତ୍ରକୋଣ୍ଡାରେ ୬୪୦ କିଲୋ ଓ କାଲିମେଳାରେ ୨୫୦ କିଲୋ ଗଂଜେଇ ମାଫିଆମାନେ ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇ ରଖିଥିଲେ।
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରେଡ୍ କରିଥିଲା ପୋଲିସ। ଗଞ୍ଜେଇ ଜବତ ହୋଇଥିବା ବେଳେ ଚମ୍ପଟ ମାରିଛନ୍ତି ମାଫିଆ। ସମଗ୍ର ଦେଶରେ ଏହା ସବୁଠୁ ବଡ଼ ଧରଣର ଗଞ୍ଜେଇ ଜବତ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ୍ କହିଛନ୍ତି। ...
ଗଞ୍ଜେଇ ଜବତରେ ରେକର୍ଡ
ଚଳିତ ବର୍ଷ ଆଜି ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ୧୦୯ଟି ମାମଲା ହୋଇଥିବା ବେଳେ ୩୧ଟି ଦୁଇ ଚକିଆ ଯାନ,୧୩ ଚାରି ଚକିଆ ଯାନ ଜବତ କରାଯାଇଥିବା ବେଳେ ୯୬ ଜଣଙ୍କୁ ଗିରଫ କରିସାରିଛି ପୋଲିସ। ମାଲକାନଗିରି ପୋଲିସର ଏହା ସବୁଠାରୁ ବଡ ରେକର୍ଡ।
୨୦୨୪ ମସିହାରେ ୨୨୧୫୩ କିଲୋ ଗଂଜେଇ ଜବତ କରାଯାଇଥିବା ବେଳେ ୬୦ଟି ଗାଡି ଜବତ କରାଯାଇଥିଲା। ଏହା ସହ ୧୪୭ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେହିପରି ୨୦୨୫ ମସିହାରେ ବର୍ତ୍ତମାନ ସୁଦ୍ଧା ୨୮୮୯୭ କିଲୋ ଗଂଜେଇ ଜବତ କରାଯାଇଥିବା ବେଳେ ୧୦୯ଟି ମାମଲା ରୁଜୁ ହୋଇଛି। ସେହିପରି ୪୪ଟି ଗାଡି ଜବତ ହୋଇଥିବା ଆଗାମୀ ଦିନରେ ଗଂଜେଇ ଚଢାଉ ଆହୁରି ଜୋରସୋର କରାଯାଇ ମାଫିଆମାନଙ୍କୁ ଛଡାଯିବ ନାହିଁ ବୋଲି ମାଲକାନଗିରି ଏସପି ବିନୋଦ ପାଟିଲ୍ କହିଛନ୍ତି ।
ସ୍ଥାନୀୟ ଲୋକଙ୍କ ମତରେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଦବଦବା ସମୟରେ ଗଂଜେଇ ଚାଷ ଜୋରସୋରରେ ହେଉଥିବା ବେଳେ ମାଓବାଦୀ ଶେଷ ହେବା ପରେ ମଧ୍ୟ ଉପାନ୍ତ ଅଂଚଳରେ ଏବେ ବି ଗଂଜେଇ ଚାଷ କରାଯାଉଛି। ଉପାନ୍ତ ଅଂଚଳର ଲୋକଙ୍କୁ ବଞ୍ଚିବା ପାଇଁ ଅନ୍ୟ ରୋଜଗାର ମାଧ୍ୟମ ଯୋଗାଇବା ଓ ସେମାନଙ୍କୁ ସଚେତନ କରାଇବା ସହ ଗଂଜେଇ ଚାଲାଣରେ ମୁଖ୍ୟ କିଙ୍ଗପିନକୁ ଧରି ପାରିଲେ ଧିରେ ଧିରେ ଗଂଜେଇ ଚାଷ ଶେଷ ବନ୍ଦ ହୋଇଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)