Advertisment

Illegal Encroach: NGT ଆଖିରେ ଜମି କେଳେଙ୍କାରୀ, ଶହେ ଏକର ଜଙ୍ଗଲ ଜମିରେ କୁଆଡୁ ଆସିଲା ଜନବସତି ?

ମାଲକାନଗିରିର ମୋଟୁରେ ଶହେ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ NGTଙ୍କ ରିପୋର୍ଟ ତଲବ । ନିଜ ଆଡୁ ମାମଲା କରି PCCF ଓ ସେଠିକା ଜିଲ୍ଲାପାଳଙ୍କୁ କରିଛନ୍ତି ନୋଟିସ୍ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
NGT on Illegal Encroach

NGT on Illegal Encroach

ମାଲକାନଗିରିର ମୋଟୁରେ ଶହେ ଏକର ଜଙ୍ଗଲ ଜମି ଜବରଦଖଲ ଘଟଣାରେ NGTଙ୍କ ରିପୋର୍ଟ ତଲବ । ନିଜ ଆଡୁ ମାମଲା କରି PCCF ଓ ସେଠିକା ଜିଲ୍ଲାପାଳଙ୍କୁ କରିଛନ୍ତି ନୋଟିସ୍ । ତେଣେ ନୋଟିସ ପାଉ ପାଉ ସ୍ଥାନୀୟ DFOଙ୍କୁ ବି ୧୫ଦିନରେ ରିପୋର୍ଟ ମାଗିଲେଣି ପିସିସିଏଫ୍ । ଏତେ ପରିମାଣର ଜଙ୍ଗଲ ଜମି ଅକ୍ତିଆର କରି କେମିତି ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ଜନବସତି ବସାଇଲେ ତାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି । କିଛିଦିନ ତଳେ ଏ ଜମି କେଳେଙ୍କାରୀକୁ ନେଇ ରାଜନୀତି ବି ତେଜିଥିଲା ।

Advertisment

ଜମି- ଜଙ୍ଗଲ କିସମ .. ହେଲେ ତା ଉପରେ କେମିତି ଗଢ଼ି ଉଠିଲା ଘରଦ୍ୱାର, ରାସ୍ତାଘାଟ ଓ ବିରାଟ ପୋଖରୀ? ପାଖାପାଖି ୧୦୦ ଏକର ଜଙ୍ଗଲ ଜମିରେ କେମିତି ତିଆରି ହେଲା ଏତେବଡ଼ ଜନବସତି? କିଏ ଏସବୁକୁ ଅନୁମତି ଦେଇଥିଲା? ମାଲକାନଗିରି ଜିଲ୍ଲା ମୋଟୁରେ ବଡ଼ ଧରଣର ଜମି କେଳେଙ୍କାରୀର ଏଭଳି ତଥ୍ୟ ପାଇ ତାଜୁବ ହୋଇଥିବା ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ୍, ଏନେଇ ନିଜ ଆଡୁ ମାମଲା ତ ରୁଜୁ କରିଛନ୍ତି । ତାସହ ପିସିସିଏଫ୍, ଜଙ୍ଗଲ ବିଭାଗ ଓ ମାଲକାନଗିରି ଜିଲ୍ଲାପାଳଙ୍କୁ ବି ଜାରି କରିଛନ୍ତି ନୋଟିସ୍ ।

ଆସନ୍ତା ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ତାରିଖ । ଶୁଣାଣିର ସପ୍ତାହେ ଆଗରୁ ନୋଟିସ୍‌ର ଜବାବ ରଖିବାକୁ ବି ନିର୍ଦ୍ଦେଶ ହୋଇଛି । ସେପଟେ NGT ପାଖରୁ ନୋଟିସ୍ ପାଇ ତୁରନ୍ତ ମାଲକାନଗିରି ଡିଏଫଓଙ୍କୁ ରିପୋର୍ଟ ତଲବ କରିଛନ୍ତି ପିସିସିଏଫ୍ । ଜବରଦଖଲ ଜମି ଜଙ୍ଗଲ ଜମି କି ନୁହଁ? ଯଦି ଜଙ୍ଗଲ ଜମି ତାହା କେମିତି ଜବରଦଖଲକାରୀଙ୍କ କବଜାକୁ ଗଲା?

Advertisment

ଏହା ଜଙ୍ଗଲ ବିଭାଗର କୌଣସି କର୍ମଚାରୀଙ୍କ ଜାଣତରେ ହୋଇଛି କି ? ଏସବୁର ଟିକିନିଖି ତଦନ୍ତ କରି ୧୫ ଦିନ ଭିତରେ ସଂପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । ତାସହ ଏହା ଜଙ୍ଗଲ ଜମି ହୋଇଥିଲେ ଆଇନ ଅନୁସାରେ ଜବରଦଖଲ ଉଚ୍ଛେଦ କରିବାକୁ ବି କହିଛନ୍ତି । ମୋଟୁରରେ ଥିବା ଇସଲାମ ନଗର, ଯାହା ଏବେ ପଡ଼ିଛି NGTଙ୍କ ଆଖିରେ । ଅଭିଯୋଗ ଅନୁସାରେ- ମୌସୁମ୍ ଖାଁ ନାମକ ଜଣେ ବ୍ୟକ୍ତି ବିଜେଡି ନେତାଙ୍କ ଛତ୍ରଛାୟା ତଳେ ରହି ଶତାଧିକ ଏକର ଜମି ଜବରଦଖଲ କରି ସେଠି ଏକ ନଗର ଗଢିଛନ୍ତି ।

ଏମିତିକି ସେହି ଜମି ପର୍ଯ୍ୟନ୍ତ ସରକାରୀ ଅର୍ଥରେ MGNREGSରେ ରାସ୍ତା ନିର୍ମାଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହାକୁ ବିରୋଧ କରି ଆସୁଛନ୍ତି ଜିଲ୍ଲାବାସୀ । ଜମି ହଡପ୍ ଅଭିଯୋଗ ନେଇ ମୌସୁମ୍ ଖାଁଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ପରିବାର ଲୋକେ କିନ୍ତୁ ଇଞ୍ଚେ ବି ଜଙ୍ଗଲ ଜମି ଅକ୍ତିଆର କରିନଥିବା ଦାବି କରିଛନ୍ତି । ତାସହ କହିଛନ୍ତି- ରାଜା ରାଜୁଡ଼ା ଅମଳରୁ ଏ ଜମି ତାଙ୍କ ଜେଜେବାପାଙ୍କ ଦଖଲରେ ଅଛି ।

ଏମିତିକି ସେଥିରୁ ୭୦ ଏକର ଜମିର ପଟ୍ଟା ମିଳିଥିବା ବେଳେ ଆଉ ଦେଢ଼ ଶହ ଏକର ଦଖଲ ନୋଟରେ ରହିଛି । ସେ ଜମିରେ ସେମାନେ ଚାଷବାସ କରି ଚଳୁଛନ୍ତି ଓ ପରିବାର ଏବଂ ସମ୍ପର୍କୀୟ ଘର ଦ୍ୱାର କରି ରହୁଛନ୍ତି । MGNREGSରେ ସେଠୁ ବିନାୟକପୁରକୁ ଏକ ରାସ୍ତା ନିର୍ମାଣ ହେଉଛି । ମୋଟୁ ଜଙ୍ଗଲ ଜମି କେଳେଙ୍କାରୀକୁ ନେଇ ଗତ ଅକ୍ଟୋବର ମାସରେ ତେଜିଥିଲା ରାଜନୀତି ।

ପୂର୍ବ ସରକାରଙ୍କ ଅନୁକଂପାରେ ଆଦିବାସୀ ବହୁଳ ଅଞ୍ଚଳରେ ବଡ଼ ଧରଣର ଜମି ହଡ଼ପ ହୋଇଥିବା ନେଇ ବିଜେପି ଅଭିଯୋଗ କରିଥିଲା, ଯାହାକୁ ଖଣ୍ଡନ କରିଥିଲେ ବିଜେଡି ନେତା ପ୍ରଦୀପ ମାଝୀ । ହେଲେ ଏବେ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ଜବାବ ତଲବ ପରେ, ମୋଟୁ ଜମି କେଳେଙ୍କାରୀ ପଛର ଅସଲ ସତ କଣ, ତାକୁ ଦେଖିବାକୁ ଅପେକ୍ଷା ।

Odisha PCCF NGT PCCF DFO
Advertisment
Advertisment