/odishatv-khabar/media/media_files/2025/11/21/ied-blast-2025-11-21-12-31-11.jpg)
IED-BLAST Photograph: (OTV)
IED ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ୧୦କେଜିର IED। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭୈରମଗଡ଼ ଜଙ୍ଗଲରେ ମାଓବାଦୀ ଖଞ୍ଜିଥିଲେ IED। ତେବେ ସୁରକ୍ଷାକର୍ମୀ ମାଓ ଦମନ ଅପରେସନ ବେଳେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା IED ଉଦ୍ଧାର କରିଛନ୍ତି । ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ମାଓବାଦୀ କରୁଥିଲେ ବଡ଼ ଯୋଜନା। ଏହାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଉଦ୍ଧାର ପରେ IEDକୁ ନିଷ୍କ୍ରିୟ କରିଛି ବମ୍ ସ୍କ୍ୱାଡ୍ । ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ମାଓବାଦୀଙ୍କ ବିରୋଧରେ ଚାଲିଛି ବଡ଼ ଧରଣର ଅପରେସନ । ୩ ଦିନରେ ସଫା ହେଲେଣି ୧୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ପୋଲିସ ଏନକାଉଣ୍ଟରରେ ୭ ଜଣ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡ଼ମିଲ୍ଲୀ ଜଙ୍ଗଲରେ ପୁଣି ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି ।
ଏହି ଜଙ୍ଗଲରେ ଏନକାଉଣ୍ଟର ବେଳେ କିଛିଦିନ ତଳେ ଟପ ମାଓନେତା ହିଡମା ସମେତ ୬ ମାଓବାଦୀ ନିପାତ ହୋଇଥିଲେ । ଘଟଣା ସ୍ଥଳରେ ଏବେ ବି ଗୁଳିବିନିମୟ ଜାରି ରହିଛି। ଆନ୍ଧ୍ର ଗ୍ରେହାଉଣ୍ଡ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।
କ'ଣ କହିଥିଲେ ପ୍ରଧାନମନ୍ତ୍ରୀ
ଗତ ମାସରେ ଦେଶରୁ ନକ୍ସଲ ଫ୍ରି ଗ୍ୟାରେଣ୍ଟି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୩୦୦ରୁ ମାଓବାଦୀ ଆତ୍ମସମର୍ପଣ କରିବା ପରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଥିଲେ, ଗତ ୫୦-୫୫ ବର୍ଷରେ ମାଓବାଦୀମାନେ ହଜାର ହଜାର ନିରୀହ ଜୀବନ ନେଇଛନ୍ତି। ବିକାଶରେ ବାଧକ ସାଜୁଥିଲେ। ନକ୍ସଲମାନେ ସ୍କୁଲ କିମ୍ବା ହସ୍ପିଟାଲ ନିର୍ମାଣ କରିବାକୁ ଦେଉ ନଥିଲେ କି ଡାକ୍ତରମାନଙ୍କୁ କ୍ଲିନିକ୍ ଭିତରକୁ ପ୍ରବେଶ କରିବାକୁ ବି ଦେଉ ନଥିଲେ।
ମାଓବାଦୀ ଆତଙ୍କବାଦ ଦେଶର ଯୁବପିଢିଙ୍କ ପ୍ରତି ଏକ ଅନ୍ୟାୟ ଓ ଘୋର ପାପ ଥିଲା। ଦେଶର ଯୁବବର୍ଗଙ୍କୁ ଏମିତି ଅବସ୍ଥାରେ ତାଙ୍କ ସରକାର ଛାଡି ଦେଇ ପାରି ନଥାଆନ୍ତେ। ନକ୍ସଲ ଦମନ ଅଭିଯାନକୁ ଜୋରଦାର କରିବା ସହ ମାଓ ଉପଦ୍ରୁତ ଅଞ୍ଚଳରେ ନିରନ୍ତର ବିକାଶରେ ସରକାର ବଦ୍ଧ ପରିକର । ଫଳରେ ନକ୍ସଲ ହିଂସା ବହୁତ କମିଛି। ୧୧ ବର୍ଷ ପୂର୍ବେ ଦେଶର ଶତାଧିକ ଜିଲ୍ଲା ମାଓ ଆତଙ୍କରେ ପ୍ରଭାବିତ ଥିଲା। ଏବେ ଏହି ସଂଖ୍ୟା ୧୧ ଜିଲ୍ଲାରେ ସୀମିତ ରହିଛି। ବର୍ତ୍ତମାନ ଦେଶରେ କେବଳ ୩ଟି ଜିଲ୍ଲା ରହିଛି ଯେଉଁଠି ସର୍ବାଧିକ ମାଓବାଦୀଙ୍କ ଆତଙ୍କ ରହିଛି।
Tremors Jolt Kolkata and Dhaka: କୋଲକାତା ଓ ଢାକାରେ ଅନୁଭୂତ ହେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 5.6

Bulldozers Roll Through Salia Sahi: ସାଲିଆସାହିରେ ସରିଲା ଜବରଦଖଲ ଉଚ୍ଛେଦ, ମାଟିରେ ମିଶିଲା ସମସ୍ତ ୫୬୨ଟି ଜବରଦଖଲ ଘର

Play Turns Fatal:ସଢ଼େଇ ଖେଳ ହେଲା କାଳ, ଲୁଣ ଭାବି ବିଷ 'ଥିମେଟ୍' ଖାଇଦେଲେ ତିନି ଶିଶୁ

Rajamouli’s Hanuman Comment Triggers Fresh Controversy: ଭଗବାନଙ୍କୁ ମାନନ୍ତି ନାହିଁ ରାଜମୌଲୀ, ହନୁମାନଙ୍କୁ ନେଇ ଦେଲେ ବିବାଦୀୟ ବୟାନ

Non-stop Flight Across Arabian Sea: ଆକାଶର ଛାତିକୁ ଚିରିଲା ଛଞ୍ଚାଣ,୫ ଦିନରେ ଉଡ଼ିଲା ୫ ହଜାର ୪ ଶହ କିମି

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)