Advertisment

Manish Agarwal Granted Bail: ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଜାମିନ, PA ମୃତ୍ୟୁ ମାମଲା ନେଇ ବିବାଦରେ IAS

ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଛି ଜାମିନ । ମାଲକାନଗିରି SDJM କୋର୍ଟରେ ହାଜର ହୋଇଥିଲେ ମନୀଷ । ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ପରେ ବିବାଦରେ ଅଛନ୍ତି ମନୀଷ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Manish Grants Bail

Manish Grants Bail

ମାଲକାନଗିରି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଜାମିନ । ଆଜି ମନୀଷ ମାଲକାନଗିରି SDJM କୋର୍ଟରେ ହାଜର ହୋଇଥିବାବେଳେ ତାଙ୍କୁ ଜାମିନ ମିଳିଛି । ୫୦ ହଜାର ଟଙ୍କାର ୨ଟି ମୁଚାଲିକା ବଦଳରେ ଜାମିନ ଅନୁମତି ଦେଇଛନ୍ତି SDJM କୋର୍ଟ । ପିଏ ଦେବ ନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଛନ୍ଦି ହୋଇଛନ୍ତି IAS ମନୀଷ ଅଗ୍ରୱାଲ । 

Advertisment

ମନୀଷ ଅଗ୍ରୱାଲ ମାଲକାନଗିରିର ଜିଲ୍ଲାପାଳ ଥିବାବେଳେ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ୨୦୧୯ ଡିସେମ୍ବର ମାସରେ ତାଙ୍କ ଅଫିସରୁ ନିଖୋଜ ହୋଇଯାଇଥିଲେ । ପରେ ତାଙ୍କର ମୃତଦେହ ତା’ପରଦିନ ସତୀଗୁଡ଼ା ଡ୍ୟାମରୁ ମିଳିଥିଲା । ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା ଓ ପରେ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରିଥିଲା।

ତେବେ ଦେବ ନାରାୟଣଙ୍କ ପତ୍ନୀ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ ଆଣି ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଓ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ଦାୟୀ କରିଥିଲେ । ତାଙ୍କ ଅଭିଯୋଗ ଆଧାରରେ ସେମାନଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୦୨,୨୦୧ ,୨୦୪ ଓ ୫୦୬ରେ ମାମଲା ରୁଜୁ ହେବାରୁ ରାଜ୍ୟ ସରକାର ମନୀଷ ଅଗ୍ରୱାଲଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଦେଇଥିଲେ । ତାଙ୍କୁ ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଭାବେ ବଦଳି କରାଯାଇଥିଲା।

Advertisment

ଏହି ମାମଲାରେ ୨୦୨୩ ଜୁନ୍ ମାସରେ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବିରୁଦ୍ଧରେ ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ ସଂଶୋଧନ କରି ହତ୍ୟା ଅପରାଧକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାକୁ ପରିବର୍ତ୍ତନ କରିଦେଇଥିଲେ । ମାମଲାର ବିଚାର ୮ମାସ ମଧ୍ୟରେ ଶେଷ କରିବାକୁ ଓଡ଼ିଶା ହାଇକୋର୍ଟ ରାୟ ଦେଇଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ମନୀଷ ଅଗ୍ରୱାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଓ ୨୦୨୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ତାଙ୍କ ବିରୁଦ୍ଧରେ ଚାଲିଥିବା ମକଦ୍ଦମା ଉପରେ ରହିତାଦେଶ ଜାରି କରିଥିଲେ । ତେବେ ୨୦୨୪ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଏହି ମାମଲାରେ ରହିତାଦେଶ ଉଠାଇବା ସହ ମନୀଷ ଅଗ୍ରୱାଲଙ୍କ ଦ୍ୱାରା ଦାଏର ସ୍ୱତନ୍ତ୍ର ଲିଭ୍ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ । 

ଅଧିକ ପଢନ୍ତୁ : କାହିଁକି ବଦଳିଲେ କଟକ-ଭୁବନେଶ୍ବର ଡିସିପି ?

Malkangiri District Collector Manish Agarwal Suicide Case Murder
Advertisment