Advertisment

Bus Accident: ହାଇଦ୍ରାବାଦରୁ ଫେରିବାବେଳେ ଓଲଟିଲା ବସ୍, ୨୦ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ହାଇଦ୍ରାବାଦରୁ ଫେରିବାବେଳେ ମାଲକାନଗିରିରେ ଦୁର୍ଘଟଣା । ଉଦ୍ଧାର କାର୍ଯ୍ୟ ପରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Bus Accident

Bus Accident

ବିଜାଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଚାପିହୋଇ ରହିଥିଲେ । ମାଲକାନଗିରିର ବିଜାଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ହାଇଦ୍ରାବାଦରୁ ଯାତ୍ରୀଙ୍କୁ ଧରି ଫେରିବା ବେଳେ ଘଟିଛି ବଡ଼ ଦୁର୍ଘଟଣା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ପରେ ୨୦ଜଣ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Advertisment

ଘାଟି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ହେବାର ନଜିର ରହିଛି । କେତେବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବା କାରଣରୁ ତ ଆଉ କେତେବେଳେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଆଜି ସକାଳୁ ମାଲକାନଗିରିରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ହାଇଦ୍ରାବାଦରୁ ଯାତ୍ରୀଙ୍କୁ ନେଇ ଫେରୁଥିବାବେଳେ ବିଜାଘାଟିରେ ଓଲଟି ପଡ଼ିଥିବା ଜଣାପଡ଼ିଛି । ଫସି ରହିଥିବା  ୭୦ରୁ ଅଧିକ ଯାତ୍ରୀଙ୍କୁ କିପରି ଉଦ୍ଧାର କରାଯିବ ସେଥିପାଇଁ ଜୋରଦାର ଚାଲିଥିଲା ଉଦ୍ଧାର କାର୍ଯ୍ୟ । ପରେ ୨୦ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । 

ଅଧିକ ପଢନ୍ତୁ :  ମିଳିଲା ମୋବାଇଲ୍, ମିଳୁନି ନିଖୋଜ ୪ ଓଡ଼ିଆଙ୍କ ପତ୍ତା

Bus Accident Rescue Operation
Advertisment
Related Articles
Advertisment