Advertisment

ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ?

ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।

author-image
Chandan Shishu
ଅଦ୍ୟତନ ହୋଇଛି
Puri-Konark Marine Drive Road

Puri-Konark Marine Drive Road

ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ। ସମୁଦ୍ର କୂଳ କୂଳେ ଥିବା ରାସ୍ତାଟି ବିଛିନ୍ନ ହୋଇଯିବ କି ଉଚ୍ଚ ଜୁଆର ମାଡ଼ରେ? ଇକୋ ରିଟ୍ରିଟ୍ ପାଖରେ ପୁରୀ-କୋଣାର୍କ ମାରାଇନ ଡ୍ରାଇଭ୍‌ର ସୁରକ୍ଷା ପ୍ରାଚୀର ଭୁଶୁଡ଼ି ପଡ଼ିବା ପରେ ଏଭଳି ଆଶଙ୍କା ଦେଖାଦେଇଛି।

Advertisment

ଗତକାଲି ଉଚ୍ଚ ଜୁଆର ଆସିବା ଫଳରେ ସୁରକ୍ଷା ପ୍ରାଚୀରଟି ଭାଙ୍ଗି ଯାଇଥିଲା। ଫଳରେ କୋଣାର୍କ - ପୁରୀ ମାରାଇନ୍ ଡ୍ରାଇଭ ପ୍ରତି ବିପଦ ଦେଖାଦେଇଛି। ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି। ଆଜି ପୁରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସେପଟେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବାଲି ବସ୍ତା ଦେବା କାର୍ଯ୍ୟ ଆରମ୍ଭ ହୋଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ର ଏରସମା ବ୍ଳକ ଅନ୍ତର୍ଗତ ଶିଆଳିରେ କୂଳ ଲଂଘିଲା ସମୁଦ୍ର। ଲଗାଣ ବର୍ଷା ସାଙ୍ଗକୁ ଉଚ୍ଚ ଜୁଆର ଯୋଗୁଁ ବେଳାଭୂମିର ବିସ୍ତୀର୍ଣ୍ଣ ଅଞ୍ଚଳ ଧୋଇଗଲା। ଫଳରେ ବେଳାଭୂମିରେ ଥିବା ଭିୟୁ ଟାଓ୍ୱାରର ଚଟାଣ ତଳୁ ବାଲି ଅତଡ଼ା ଖସି ଧୋଇଯାଇଛି। ଏହାଯୋଗୁଁ ଭିୟୁ ଟାଓ୍ୱାରଟି ଭୁଶୁଡ଼ି ପଡ଼ିବା ଆଶଙ୍କା ଦେଖାଦେଇଛି।

Advertisment

ପ୍ରଶାସନ ପକ୍ଷରୁ ବଲ୍ଲା ଓ ବାଲିବସ୍ତା ପକାଯାଇ ଜୁଆର ରୋକିବାକୁ ଚେଷ୍ଟା କରାଯାଇଥିଲେ ବି ତାହା ସମ୍ଭବ ହୋଇନାହିଁ। ଫଳରେ ଭିୟୁ ଟାଓ୍ୱାର ଓ ପାଖରେ ଥିବା ପଦ୍ମପୁର ଗାଁ ପ୍ରତି ବିପଦ ଦେଖାଦେଇଛି। 

Puri-Konark Marine Drive Road
Advertisment
Advertisment