/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678376199.jpg)
Suspense deepens over spy pigeon captured from Konark
କୋଣାର୍କ ଅଞ୍ଚଳ ସମୁଦ୍ରରୁ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା, କୌଣସି ଗୁପ୍ତଚର ପାରା ନୁହେଁ ତ । ଶତ୍ରୁ ପକ୍ଷ ଗୁପ୍ତ ସୂଚନା ସଂଗ୍ରହ ପାଇଁ ତାକୁ ପଠାଇ ନଥିଲେତ । ପାରାକୁଭୁବନେଶ୍ୱର ଫୋରେନସିକ ଲାବକୁ ଅଣାଯାଇ ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍ କଢ଼ାଯାଇଛି । ସେଥିରେ କିଛି ଗୁପ୍ତ ତଥ୍ୟ ଅଛି କି-ତାର ଅନୁଧ୍ୟାନ କରୁଛନ୍ତି ବିଶେଷଜ୍ଞ ।
ପରରେ ଥିବା ବିଦେଶୀ ଭାଷାର ଲେଖାକୁ ମଧ୍ୟ ଅନୁଧ୍ୟାନ କରାଯାଉଛି । ଗୋଡ଼ରୁ କ୍ୟାମେରା ଓ ଚିପ୍ କଢ଼ାଯିବା ପରେ ପାରାକୁ ରଖାଯିବ କଟକ ର ଡଗ୍ ଓ ପିଜିୟନ ସ୍କ୍ୱାଡରେ । କୋଣାର୍କ ଅଞ୍ଚଳରୁ ଧରା ପଡ଼ିଥିବା ପାରା ଗୁଇନ୍ଦାଗିରି କରୁଥିଲା କି ? କାହା ପାଇଁ ଗୁଇନ୍ଦାଗିରି କରୁଥିଲା, ତାକୁ ପଠାଇଥିଲା କିଏ ? କୌଣସି ଶତ୍ରୁ ପକ୍ଷପଠାଇ ନ ଥିଲେ ତ ? ଗୋଡ଼ରେ ଲାଗିଥିବା କ୍ୟାମେରା ଓ ଚିପ୍ ରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି କି ? ଏହି କ୍ୟାମେରା ଓ ଚିପ୍ ଜରିଆରେ ବାହାରକୁ କିଛି ତଥ୍ୟ ପଠା ଯାଇଥିଲା କି ? ଏହା କୌଣସି ଗୁପ୍ତ ସୂଚନା ନୁହେଁ ତ ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଚାଲିଛି କସରତ ।
ଭୁବନେଶ୍ୱର ଫୋରେନସିକ ଲାବକୁ ପାରା ଅଣାଯାଇ ତା ଗୋଡ଼ରୁ ଚିପ୍ ଓ କ୍ୟାମେରା କଢ଼ାଯାଇଛି । ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି କି, ତାର ଅନୁଧ୍ୟାନ କରୁଛନ୍ତି ବିଶେଷଜ୍ଞ । ତା ସହିତ ପରର ଲେଖାର ମଧ୍ୟ ବିଶ୍ଲେଷଣ କରାଯାଉଛି । ଚିପ୍ ଓ କ୍ୟାମେରା ଗୋଡ଼ରୁ କଢ଼ାଯିବା ପରେ ପାରାକୁ କଟକରେ ଥିବା ଡଗ୍ ଓ ପିଜିୟନ ସ୍କ୍ୱାଡକୁ ନେଇ ସେଠାରେ ରଖାଯିବ ।
କୋଣାର୍କ ଅଞ୍ଚଳରୁ ଗତକାଲି ଏହି ସନ୍ଦିଗ୍ଧ ପାରାକୁ ଧରିଥିଲେ ମତ୍ସ୍ୟଜୀବୀ । ମାଛ ମାରୁଥିବା ବେଳେ ଟ୍ରଲରରେ ବସିଥିବା ବେଳେ ତା ଗୋଡ଼ର ଚିପ୍ ଓ କ୍ୟାମେରା ଦେଖି ସନ୍ଦେହ ହୋଇଥିଲା ଏବଂ ପାରାକୁ ଧରି ମତ୍ସ୍ୟଜୀବୀମାନେ ପାରାଦୀପ ମେରାଇନ ଥାନାକୁ ହସ୍ତାନ୍ତର କରିଥିଲେ । ମତ୍ସ୍ୟଜୀବୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି ।
ପାରାଦୀପ ମେରାଇନ୍ ଥାନାର ଏକ ଟିମ୍ ପାରାକୁ ଆଜି ପ୍ରଥମେ କଟକ ଡଗ୍ ଓ ପିଜିୟନ ସ୍କ୍ୱାଡକୁ ନେଇଥିଲା । ସେଠାରୁ ଭୁବନେଶ୍ୱର ଫୋରେନସିକ ଲାବକୁ ଅଣାଯାଇଛି। ଆଗକାଳରେ ପାରାକୁ ବାର୍ତ୍ତାବହ ଭାବେ ବ୍ୟବହାର କରାଯାଉଥିଲା । ପାରାର ଗୋଡ଼ରେ ଚିଠି ବାନ୍ଧି ଜଣେ ଆର ଜଣକ ପାଖକୁ ସୂଚନା ପଠାଉଥିଲେ ।
ପ୍ରେମ ଚିଠି ବି ପଠାଯାଉଥିବାର ନଜିର ଅଛି । ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସାମରିକ ସୂଚନା ପ୍ରେରଣ ପାଇଁ ମଧ୍ୟ ନିୟୋଜିତ ହୋଇଥିଲେ ପ୍ରଶିକ୍ଷିତ ପାରା । ସେମାନଙ୍କ ସୂଚନା ଅନେକ ସୈନ୍ୟଙ୍କ ଜୀବନ ରକ୍ଷା ସହିତ ଯୁଦ୍ଧ ଜିତିବାରେ ମଧ୍ୟ ସହାୟକ ହୋଇଥିଲା ।
ପାରାଦୀପରୁ ରମାକାନ୍ତ ନାୟକ, କଟକରୁ ଗୌତମ ପଣ୍ଡା ଓ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ, ଓଟିଭି ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)