• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ କୋଣାର୍କର ସୂର୍ଯ୍ୟ ମନ୍ଦିରରୁ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଅନ୍ୟପଟେ ବ୍ରିଟେନ୍‌ ରାଣୀ ଏଲିଜାବେଥଙ୍କ ମୃତ୍ୟୁ ପରେ ଚାର୍ଲସ ହେବାକୁ ଯାଉଛନ୍ତି ମହାରାଜା । ଦୁଇଟି ଯାକ ଖବର ଏବେ ଗଣମାଧ୍ୟମରେ ଚର୍ଚ୍ଚିତ ବିଷୟ ଥିବାବେଳେ ଦୁଇଟି ଯାକ ଖବର ମଧ୍ୟରେ ସାମଞ୍ଜସ୍ୟ ମଧ୍ୟ ରହିଛି ।

ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ । ଏହି ସମୟରେ ସେ ଗାଁ ଲୋକଙ୍କ ସହ ମିଶିଥିଲେ । ସେମାନଙ୍କ ଚଳଣି ସଂପର୍କରେ ବୁଝିଥିଲେ । ପରେ ଗାଁର ଗୋପୀନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଆଉ ଗାଁ ଲୋକଙ୍କ ସହ ପଇଡ଼ ପାଣି ପିଇଥିଲେ ।

ସୂଚନାଯୋଗ୍ୟ, ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଯାଇଛି । ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ । ବାଲମୋରାଲ କ୍ୟାସଲରେ ଗତବର୍ଷ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଥିଲା ।

ସେପ୍ଟେମ୍ବର ୮ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା । ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ । କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ । ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ । ରାଣୀଙ୍କ ପରଲୋକ ପରେ ଲଣ୍ଡନର ବଙ୍କିଂହମ୍ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ ରଖାଯାଇଛି ।

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରେ ବ୍ରିଟେନ୍‌ର ନୂଆ ରାଜା ହେବେ ପ୍ରିନ୍ସ ଚାର୍ଲସ । ସେ ଯୁଆଡ଼େ ଚାହିଁବେ ଯାଇପାରିବେ । ତାଙ୍କୁ ଲୋଡ଼ା ନାହିଁ ପାସପୋର୍ଟ । ସେ ଚାହିଁଲେ ଯେକୌଣସି ବି ଗାଡ଼ି ଚଲାଇପାରିବେ । ହେଲେ ତାଙ୍କୁ ଲୋଡ଼ା ନାହିଁ ଲାଇସେନ୍ସ । ଏମିତିକି ସେ ପରମ୍ପରା ଅନୁଯାୟୀ ବର୍ଷକୁ ଦୁଇ ଦୁଇଥର ଜନ୍ମ ଦିନ ପାଳିବେ ।