ଲୋକେମାନେ ପ୍ରଥମେ ବାଘଟିକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ପରେ ଲୋକମାନେ ବାଡ଼ି,ଠେଙ୍ଗା ଧରି ହୋହଲ୍ଲା କରିବାରୁ ବାଘଟି ଜଙ୍ଗଲ ଭିତରକୁ ପଳାଇଯାଇଥିଲା।
ବାରବାଟୀରେ ମୋଟ ୧୯ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳାଯାଇଛି । ଏହାମଧ୍ୟରୁ ୧୭ଟି ମ୍ୟାଚ୍ ଖେଳିଛି ମେନ୍ ଇନ୍ ବ୍ଲୁ ଓ ୧୩ଟିରେ ବିଜୟୀ ହୋଇଛି ।
ଆଜି ସନ୍ଧ୍ୟା ସୁଦ୍ଧା ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍ର ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି ।
ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା....ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ ।
ତେବେ ସନ୍ଧ୍ୟା ୬ଟାରେ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯିବାରୁ ସେଠାରେ ଉପସ୍ଥିତ ଥିବା ଲୋକ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି । ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ବ୍ୟାରିକେଡ୍ ଭାଙ୍ଗି ଦେଇଛନ୍ତି ଲୋକେ ।
ଆସନ୍ତା ଫେବୃଆରୀ ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ତାରକା ହୋଟେଲରେ ଦୁଇ ଦଳ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଛି ।
ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି।
ଆଜି କୋର୍ଟ ମାନସଙ୍କ ମାମଲାକୁ ବିଚାର କରି ନିଆରା ଦଣ୍ଡବିଧାନ କରିଛନ୍ତି। ଜାମିନ ପାଇଁ ୨ଶହ ଗଛ ଲଗାଇବାକୁ ହାଇକୋର୍ଟଙ୍କ ସର୍ତ୍ତ ରଖିଛନ୍ତି। ନିଜ ଗାଁରେ ଥିବା ସରକାରୀ କିମ୍ବା ନିଜସ୍ୱ ଜମିରେ ଆମ୍ବ ଓ ନିମ୍ବ ଭଳି ଗଛ ଲଗାଇବାକୁ କହିଛନ୍ତି କୋର୍ଟ।
ଫେବୃଆରୀ ୫ ତାରିଖ ଦିନ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । କ୍ରିକେଟ ପ୍ରେମୀ କିଭଳି ସୁବିଧାରେ ଟିକେଟ ପାଇବେ ସେଥିପାଇଁ ଷ୍ଟାଡିୟମରେ ଥିବା କାଉଣ୍ଟରରେ ୩ଟି କ୍ୟୁ’ର ବ୍ୟବସ୍ଥା କରାଯାଇଛି ।
ଦିନରୁ ଗୋଟିଏ ଦିନ ସେବା ପୂରା ମାଗଣା । ସକାଳୁ ଅଟୋରେ ତେଲ ଲୋଡ୍ କରି ବାହାରିପଡନ୍ତି । ରୋଗୀଙ୍କୁ ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନରୁ ନେଇ କଟକ ବଡ଼ ମେଡିକାଲ୍ ଯାଆନ୍ତି । ପୁଣି ବଡ଼ ମେଡିକାଲରୁ ନେଇ ସେମାନଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦିଅନ୍ତି । ଏଇଥିରେ ସେ ପାଆନ୍ତି ଆନନ୍ଦ ।
ଦୀର୍ଘ ୬ ବର୍ଷ ବ୍ୟବଧାନରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥି ପାଇଁ ସଜେଇ ହେଲାଣି ବାରବାଟୀ । ପିଚଠୁ ଆଉଟ୍ ଫିଲ୍ଡ, ଗ୍ୟାଲେରୀରୁ ସିଟିଂ ବ୍ୟବସ୍ଥା ସବୁ କିଛି ହେଲାଣି ଚକାଚକ୍ ।
କ୍ରୋଧୀ ଶନିଦେବ ତାଙ୍କ ଗୁରୁଙ୍କୁ ମଧ୍ୟ ଛାଡ଼ିନଥିଲେ। ଗୁରୁ ହାତ ଯୋଡ଼ି କହିଥିଲେ, ମୋର ଗୁରୁଦକ୍ଷିଣା ଦରକାର ନାହିଁ, ତୁ ଯା। କିନ୍ତୁ କେବେବି ମୋ ଉପରେ କୋପଦୃଷ୍ଟି ପକାଇବୁ ନାହିଁ। ଏହାପରେ ଗୁରୁଦେବଙ୍କୁ ଶନି କି ଉତ୍ତର ଦେଲେ, ଆଉ ଗୁରୁଙ୍କ ଉପରେ କୋପଦୃଷ୍ଟି ପକେଇଲେ ନା ନାହିଁ, ପଢ଼ନ୍ତୁ ପୂରା କାହାଣୀ।
ମ୍ୟାଚ ପୂର୍ବରୁ ସମ୍ପୂର୍ଣ୍ଣ ଷ୍ଟାଡିୟମ୍ରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଛନ୍ତି।
ସ୍ୱର୍ଗତ ବୃନ୍ଦାବନ ଜେନା ୩୦ଟି ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଛନ୍ତି। ୮ଟି ଫିଲ୍ମ ପାଇଁ ଡାଇଲଗ୍ ଲେଖିଛନ୍ତି। ସେ ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ‘ଶାସ୍ତି’ ଓ ‘ବାଟଅବାଟ’ର ନିର୍ଦ୍ଦେଶନା ଦେଇଛନ୍ତି।
ନୋଟିସ୍ରେ ଲେଖାଯାଇଛି 'ସରକାରୀ ଅଧିକାରୀ/କର୍ମଚାରୀଙ୍କ ସହିତ ଉପଯୁକ୍ତ ବ୍ୟବହାର କରନ୍ତୁ ।' ଏଥିରେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଥିବା ବିଭିନ୍ନ ନିୟମ ସମ୍ପର୍କରେ ବିସ୍ତୃତ ଭାବରେ ଲେଖାଥିବା ଦେଖିବାକୁ ମିଳିଛି ।
ଗତକାଲି କୌଣସି କଥାକୁ ନେଇ ଭଡ଼ାଟିଆ ଓ ଘର ମାଲିକ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା।
ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବଢିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ । ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ ।
ଗତକାଲି କଟକରେ ମଶାଲ ଶୋଭାଯାତ୍ରା ଆୟୋଜନ କରିଥିଲା ବିଜୁ ଛାତ୍ର ଜନତା ଦଳ । ଯେଉଁଥିରେ ମେଳି କରିଥିବା ଜୁନିୟର ନେତା ସାମିଲ୍ ହୋଇଥିଲେ ।
ଫେବ୍ରୁଆରୀ ୯ରେ ମ୍ୟାଚ୍ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍ ବିକ୍ରି ହେବ ।
ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦେବାଶିଷ । ଦଳକୁ ଏହି ଯୁବ ପିଢ଼ି ମାନେ ହିଁ ଆଗେଇ ନେବେ ବୋଲି ସେ କହିଛନ୍ତି। ଏହି ପିଢ଼ି ଦଳକୁ ଟେକ୍ ଓଭର କଲେ ବିଜେଡି ଆଗକୁ ଆଗେଇବ। ନବୀନଙ୍କ ସ୍ବପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ।
ମାମଲା ସମାଧାନ ହେବା ପରେ ଏତଲା ରଦ୍ଧ କରିବା ପାଇଁ ଅଭିଯୁକ୍ତ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହି ମାମଲାକୁ ବିଚାର କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ତାଗିଦ୍ କରିଥିଲେ।
(ପୂର୍ବ ପ୍ରକାଶିତ ଉତ୍ତାରୁ).. ତେତିକିବେଳେ କ’ଣ ହେଲା କି, ଆମମାନଙ୍କ ସେଠେ ପଲ ତନଖି କରିବାକୁ ଯାଇ ସେଇଠି ପାରିଧି ଦେଖୁଥିଲେ। କୁହା ନାହିଁ ବୋଲା ନାହିଁ କ’ଣ ମନକୁ ଆସିଲା, ହୁଡ଼ହୁଡ଼ କରି ପାଣିରେ ପଶିଗଲେ। ଦଣ୍ଡକ ଭିତରେ କାଜ ଦୁଇଟାକୁ ଆଣି ସାଇବ ଆଗରେ ଥୋଇ ଦେଲେ। ସାଇବ ତ ମହା ଖୁସି।.. ପଚାରିଲେ- ତୁମ୍ କୋନ୍ ହେ?
କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପାଇଁ ରଚାଯାଇଥିଲା ଷଡ଼ଯନ୍ତ୍ର । ପୂର୍ବରୁ ଚେତାଇ ଦେଇଥିଲେ ଝାରସୁଗୁଡ଼ା ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଓ ଏସପି । କୋଇଲା ପରିବହନ କାରବାର ପାଇଁ ପାୱାର କରିଡରରୁ କୁଆଡ଼େ ପଡ଼ିଥିଲା ଚାପ ।
ବର୍ଷ ବର୍ଷ ଧରି ଜନବସତି ଅଞ୍ଚଳରେ ଚାଲିଥିବା ଅଳିଆଗଦା ଓ ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସତୀଚଉରା ଓ ରଘୁନାଥଜୀଉ ମନ୍ଦିର ନିକଟରେ ଥିବା ଦୁଇଟି ଡମ୍ପିଂୟାର୍ଡ ଏବଂ ଏମସିସିକୁ ବନ୍ଦ କରିବା ସହ ସହର ଭିତରେ ଥିବା ଆଉ ୧୪ଟି ଅଳିଆଗଦା ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଥିଲେ ସହରବାସୀ।
କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।