/odishatv-khabar/media/media_files/2025/11/18/balijatra-ground-2025-11-18-19-45-27.jpg)
Balijatra Ground Photograph: (OTV)
ସରିଛି ଐତିହାସିକ ବାଲିଯାତ୍ରା। ଲକ୍ଷ ଲକ୍ଷ ଜନସମୁଦ୍ରରେ ଫାଟି ପଡ଼ୁଥିବା ପଡ଼ିଆଟି ଆଜି ଖାଁ ଖାଁ ହୋଇ ପଡ଼ିଛି। ହେଲେ ୪ଦିନ ହେବ ବାଲିଯାତ୍ରା ସରିଥିଲେ ମଧ୍ୟ ଏଯାଏଁ ପଡ଼ିଆ ସଫେଇ କାମ ଶେଷ ହୋଇନାହିଁ। ଯୁଆଡ଼େ ଚାହିଁବେ ସିଆଡେ ଗଦା ହୋଇଛି କୁଢ଼ କୁଢ଼ ଆବର୍ଜନା। ନିକଟରେ ମହାନଦୀ ଥିବାରୁ ଅଳିଆ ଉଡ଼ି ନଦୀଜଳରେ ମିଶି ଏହାକୁ ପ୍ରଦୂଷିତ କରୁଛି। ହସ ଖୁସିରେ ଫାଟି ପଡ଼ୁଥିବା ପଡ଼ିଆରେ ସୃଷ୍ଟି ହୋଇଛି ପୁତି ଗନ୍ଧମୟ ପରିବେଶ।
ହେଲେ ଲାଗୁଛି ଯେପରି ବାଲିଯାତ୍ରା ସରିବା ପରେ ପଡ଼ିଆକୁ ଭୁଲି ଯାଇଛି ପ୍ରଶାସନ। ହେଲେ ସେଭଳି ସ୍ଥଳେ ବାଲିଯାତ୍ରା ପଡ଼ିଆ ସଫେଇ କାମ ପାଇଁ ଅଣ୍ଟା ଭିଡ଼ିଛନ୍ତି କଟକର କିଛି ସମାଜ ସେବୀ। ଜୀବନ ରକ୍ଷା ଗ୍ରୁପ୍ ମାଧ୍ୟମରେ ମାଧ୍ୟମରେ କିଛି ଯୁବକ ଯୁବତୀ ମାନେ ମିଶି ଆରମ୍ଭ କରିଛନ୍ତି ସଫେଇ ଅଭିଯାନ
ଆବର୍ଜନା ଭିତରେ ଅଲୋଡ଼ା ଜଗନ୍ନାଥ !
ତେବେ ସଫେଇ କାମ ଚାଲିଥିବା ବେଳେ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଆବର୍ଜନା ଭିତରେ ଅଲୋଡ଼ା ହୋଇ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। କେବଳ ସେତିକି ନୁହଁ ଦେଖନ୍ତୁ କିପରି ଜଗନ୍ନାଥଙ୍କ ଆଗରେ ପଡ଼ିରହିଛି ମଦ ବୋତଲ। ବାଲିଯାତ୍ରା ଚାଲିଥିବା ବେଳେ ଯ।ହାଙ୍କୁ ଶ୍ରଦ୍ଧାରେ ସ୍ଥାପନା କରିଥିଲେ, ଯାତ୍ରା ସରିବା ପରେ ତାଙ୍କୁ ଆବର୍ଜନା ଭିତରେ ଫୋପାଡ଼ି ଦେଇ ଚାଲିଯାଇଛନ୍ତି। ଏଦୃଶ୍ୟ ଅନେକଙ୍କୁ ବ୍ୟଥିତ କରିଥିବା ବେଳେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ।
ଏବର୍ଷ ଧୁମଧାମରେ ଆୟୋଜିତ ହୋଇଥିବା ଐତିହାସିକ ବାଲିଯାତ୍ରା ଭାଙ୍ଗିଛି ଅନେକ ରେକର୍ଡ। ଯାତ୍ରାକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ବେଳେ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଛି। ହେଲେ ବାଲିଯାତ୍ରା ସରିବା ପରେ ପଡ଼ିଆ ସଫେଇ କାମରେ ଦେଖାଦେଇଛି ପ୍ରଶାସନିକ ଅବହେଳା। ସେଭଳି ସ୍ଥଳେ ସଫେଇ ପାଇଁ ଆଗେଇ ଆସିଥିବା ସମାଜସେବୀଙ୍କୁ ସାଧାରଣରେ ପ୍ରଶଂସା କରା ଯାଇଛି ।
Love Jihad: ଡାଇମଣ୍ଡ ଗର୍ଲଙ୍କୁ ମାରିଦେଲା ଲଭ୍ ଜିହାଦ ! ଲିଭ-ଇନ୍-ରିଲେସନସିପରେ ଥିଲେ ଦେଢ଼ବର୍ଷ

Singer Humane Sagar: ଚିରବିଦାୟ ନେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଝୁରୁଛି ସାରା ଓଡ଼ିଶା

Salia Sahi Eviction Drive: ସାଲିଆ ସାହିରେ ଉଚ୍ଛେଦ ବେଳେ ହାଇଡ୍ରାମା, ବୁଲଡୋଜର ଆଗରେ ଶୋଇ ଧାରଣା ଦେଲେ

Tara–Rabi Reunion: ଦୁଇ ପୁରୁଣା ବନ୍ଧୁ ତାରା ଓ ରବି ଏକାଠି; ଭୁଲିଲେ ରାଜନୈତିକ ଶତ୍ରୁତା

The Rise and Fall of Human’s Film Career: ଅରିନ୍ଦମଙ୍କ ଫିଲ୍ମରୁ ହ୍ୟୁମାନଙ୍କ କ୍ୟାରିୟର ଆରମ୍ଭ, ଅନୁଭବଙ୍କ ଫିଲ୍ମରେ ଶେଷ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)