Advertisment

Birupa River Tragedy Triggers Frenzy: ହଇଚଇ ଖେଳାଇଦେଲା ବିରୂପା ଟ୍ରାଜେଡି, ଅଧରାତି ଯାଏଁ ଚାଲିଲା ରେସ୍କ୍ୟୁ ଅପରେସନ

କାରରୁ ବୁଡୁଥିବାବେଳେ ଉଭୟ ଉଦିତ ଓ ଉଦ୍ଧାର ହୋଇଥିବା ଅଂଶୁମାନ ବାହାରକୁ ଚାଲିଆସିଥିଲେ। ସାଙ୍ଗକୁ ବଞ୍ଚାଇବାକୁ ଉଦିତ ଅଂଶୁମାନଙ୍କୁ ଗାଡ଼ିରୁ ଠେଲିଦେଇଥିବାବେଳେ ନିଜେ ଓହ୍ଲାଇ ନପାରି ନଦୀ ଗର୍ଭରେ ବୁଡ଼ିଯାଇଥିଲେ ।

author-image
Tapan Swain
TRAGEDY

TRAGEDY Photograph: (OTV)


 ବୁଧବାର ସଞ୍ଜରୁ ଗୁରୁବାର ସକାଳ, ୧୫ ଘଣ୍ଟାର ସର୍ଚ୍ଚ ଅପରେସନ। ଶେଷରେ ବିରୂପା ଗର୍ଭରୁ ଉଦ୍ଧାର ହେଲା ନିଖୋଜ ଉଦିତଙ୍କର ମୃତଦେହ। ଗତକାଲି କଟକ ଜଗତପୁର ବିରୂପା ନଈରେ ଘଟିଯାଇଥିବା କାର୍ ଟ୍ରାଜେଡିକୁ ନେଇ ସବୁଠି ଚର୍ଚ୍ଚା। ଏପଟେ ଅବେଳରେ ପୁଅକୁ ହରାଇ ଭାଙ୍ଗିପଡ଼ିଛି ପୂରା ପରିବାର। ତେବେ କେମିତି ଘଟିଲା ଅଘଟଣ, କିଭଳି କରାଗଲା ରେସ୍କ୍ୟୁ, ପଢ଼ନ୍ତୁ ଏଇ ରିପୋର୍ଟ.... 
କାଲି ମଉଜ କରିବାକୁ ପୁଅ ଘରୁ ଆସିଥିଲା, ଆଜି ମରଶରୀରରେ ଫେରୁଛି। ଦେଖିଲେ ନା ବିଶ୍ବାସ ହେଉଛି ନା ସତକୁ ଗ୍ରହଣ କରିହେଉଛି। କୋହ ସମ୍ଭାଳି ହେଉନି, ଛାତି କୋରି ହୋଇଯାଉଛି। ବଡ଼ ତ ବଡ଼, କୁନି ଝିଅଟି ମଧ୍ୟ ଧୈର୍ଯ୍ୟହରା। ଆତ୍ମୀୟ ପରିଜନଙ୍କ ଧାରଧାର ଲୁହରେ ବିରୂପା ବି ଭିଜିଯାଉଛି। କଟକ ଜଗତପୁର ନିକଟ ବିରୂପା ନଈରେ କାର୍ ପଶିଯିବା ଘଟଣାରେ ଆଜି ଉଦ୍ଧାର ହୋଇଛି ନିଖୋଜ ଉଦିତ ନାରାୟଣ ସାହୁଙ୍କ ମୃତଦେହ।

Advertisment

ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନନଷ୍ଟପ୍ ଅପରେସନ ପରେ କାର୍ ସିନା ମିଳିଥିଲା ହେଲେ ଉଦିତଙ୍କ କୌଣସି ପତ୍ତା ପାଇନଥିଲେ ରେସ୍କ୍ୟୁ ଟିମ୍। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ କରିଥିଲେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ସ୍କୁବା ଡାଇଭର୍। ଶେଷରେ କାର୍ ବୁଡ଼ିଥିବା ଜାଗାର ୧୦ ଫୁଟ ଦୂରରୁ ଏକ ବୋଇତ ତଳୁ ଉଦ୍ଧାର ହୋଇଥିଲା ଉଦିତଙ୍କ ମୃତଦେହ। ଇଏ ତା ପରର ଶୋକାକୂଳ ପରିବେଶ। କାନ୍ଦବୋବାଳିରେ ଫାଟିପଡ଼ିଥିଲା ବିରୂପା କୂଳ...

ଚାରିଆଡ଼େ ଚହଳ ପଡ଼ିଗଲା

ବୁଧବାର ସନ୍ଧ୍ୟା ପ୍ରାୟ ୬ଟା। ଦୃତଗତିରେ ମାଡ଼ିଆସିଥିଲା ନେକ୍ସନ୍ ଇଭି। ଦେଖୁ ଦେଖୁ ଭାରସାମ୍ୟ ହରାଇ ନଦୀ ଭିତରେ ପଶିଗଲା। ପ୍ରାୟ ୩୦ ଫୁଟ ପାଣିରେ ବୁଡ଼ିଗଲା। ବେଶ୍ କିଛି ସମୟ ପର୍ଯ୍ୟନ୍ତ କାରର ଲାଇଟ୍ ଜଳୁଥିଲା। ସୌଭାଗ୍ୟବଶତଃ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ହେଲେ କାର୍ ସହିତ ବୁଡ଼ିଯାଇଥିଲେ ଉଦିତ୍ କୁମାର। ଚାରିଆଡ଼େ ଚହଳ ପଡ଼ିଗଲା । ସନ୍ଧ୍ୟାରୁ ମଧ୍ୟରାତ୍ରି ଯାଏଁ ବିରୂପା ଗର୍ଭରେ ଚାଲିଲା ଜୀବନ ଖୋଜା ।

Advertisment

ସ୍କୁବା ଡାଇଭର ପାଣିରେ ବୁଡ଼ି ପ୍ରଥମେ କାରକୁ ଠାବ କରିବା ପରେ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଟାଣିଟାଣି କୂଳକୁ ଅଣାଗଲା । ହେଲେ କାର୍ ଭିତରେ କେହି ନଥିଲେ। ଡୋର୍ ବନ୍ଦ ଥିବାବେଳେ ଉଦିତଙ୍କର ଖୋଜଖବର୍ ମିଳିନଥିଲା । କୁହାଯାଉଛି, କାରରୁ ବୁଡୁଥିବାବେଳେ ଉଭୟ ଉଦିତ ଓ ଉଦ୍ଧାର ହୋଇଥିବା ଅଂଶୁମାନ ବାହାରକୁ ଚାଲିଆସିଥିଲେ। ସାଙ୍ଗକୁ ବଞ୍ଚାଇବାକୁ ଉଦିତ ଅଂଶୁମାନଙ୍କୁ ଗାଡ଼ିରୁ ଠେଲିଦେଇଥିବାବେଳେ ନିଜେ ଓହ୍ଲାଇ ନପାରି ନଦୀ ଗର୍ଭରେ ବୁଡ଼ିଯାଇଥିଲେ । ସେପଟେ ଦୁର୍ଘଟଣା କିଭଳି ଘଟିଲା ସେନେଇ ତଦନ୍ତ ଚାଲିଥିବା କହିଛନ୍ତି କଟକ ଡିସିପି....

ସାଙ୍ଗର ରେଷ୍ଟୁରାଣ୍ଟ ଉଦଘାଟନ ଉତ୍ସବରେ ସାମିଲ ହେବାକୁ ସମସ୍ତେ ମିଳିମିଶି ଭୁବନେଶ୍ବରରୁ କଟକ ଚାଉଳିଆଗଞ୍ଜ ଆସିଥିଲେ। ରାସ୍ତାସାରା କେତେ ଖୁସି, କେତେ ମଉଜ କରିଥିଲେ । ହେଲେ ଜୀବନର ରାସ୍ତା ଯେ ବିରୂପା ଗର୍ଭରେ ଲୀନ ହୋଇଯିବ, ଏକଥା ଆଜି ବି ବିଶ୍ବାସ ହେଉନି.....



Accident
Advertisment
Related Articles
Advertisment