/odishatv-khabar/media/media_files/2025/11/06/baliyatra-book-2025-11-06-20-49-54.jpg)
BALIYATRA-BOOK Photograph: (OTV)
ଡିଜିଟାଲ୍ ଯୁଗରେ ଓଡ଼ିଆ ବହି ପ୍ରତି ପାଠକଙ୍କ ଆଦର ବଢ଼ାଇବା ଲକ୍ଷ୍ୟରେ କଟକ ଜିଲ୍ଲା ପ୍ରଶାସନ କରିଛି ଏକ ବଡ଼ ଉଦ୍ୟମ। ଏଥର ବାଲିଯାତ୍ରାରେ ଫକୀର ମୋହନ ସେନାପତି ଓ ମନୋଜ ଦାସଙ୍କ ଭଳି ସ୍ରଷ୍ଟାମାନଙ୍କର କିଛି କାଳଜୟୀ ପୁସ୍ତକକୁ ମାଗଣାରେ ବାଣ୍ଟିବାକୁ ଲାଗିଛି ଷ୍ଟଲ୍। କିନ୍ତୁ ବହି କିଣା ଟେଣ୍ଡରରେ ଜିଏସଟି ପ୍ରମାଣପତ୍ର ଓ ଡେଲିଭରି ସମୟ ଦ୍ବନ୍ଦ୍ବ ଯୋଗୁଁ ଅନେକ ପ୍ରକାଶକ ଓ ପ୍ରକାଶନୀ ସଂସ୍ଥା ବାଦ୍ ପଡିଛନ୍ତି। ବହି କିଣା ପଛରେ ସେମାନେ ଏକ ବଡ଼ ଦୁର୍ନୀତିର ଗନ୍ଧ ବାରିଛନ୍ତି।...
କଟକ ବାଲିଯାତ୍ରାରେ ପ୍ରହସନ ପାଲଟିଛି କି ମାଗଣା ବହି ବଣ୍ଟା ? ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷା ନାଁରେ ବାଟବଣା ହୋଇଯିବନି ତ ଜିଲ୍ଲା ପ୍ରଶାସନର ପ୍ଲାନ୍ ? ଓଡ଼ିଆ ଅସ୍ମିତାର ପ୍ରଚାର ଓ ବିକାଶ ପଦକ୍ଷେପକୁ ଲାଗିଯିବ କି ଝଟକା ?
ଏସବୁ ମାଳ ମାଳ ପ୍ରଶ୍ନ ଏଇଥି ପାଇଁ କାରଣ-ପ୍ରକାଶନୀ ସଂସ୍ଥାଙ୍କଠୁ କଟକ ଜିଲ୍ଲା ପ୍ରଶାସନର ଅଜବ ବହି କିଣା ନିୟମକୁ ନେଇ। ସେମାନଙ୍କ ଅଭିଯୋଗ- ଏଥର ବାଲିଯାତ୍ରାରେ କଟକ ଜିଲା ପ୍ରଶାସନ, କିଛି କାଳଜୟୀ ସ୍ରଷ୍ଟାଙ୍କ ଲୋକପ୍ରିୟ ପୁସ୍ତକ ବିଭିନ୍ନ ପ୍ରକାଶନୀ ସଂସ୍ଥାଙ୍କ ଜରିଆରେ କିଣି ମାଗଣାରେ ବାଣ୍ଟିବାକୁ ସ୍ଥିର କରିଥିଲା। ଯେଉଁଥିରେ ଛମାଣ ଆଠଗୁଣ୍ଠ, ବଧୂ ନିରୁପମା, ମାଟିର ମଣିଷ ଓ ପରଜା ଭଳି ଓଡ଼ିଆ ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକଙ୍କ ରଚିତ ୨୫ଟି ପୁସ୍ତକର ୭୫ ହଜାର ସଂଖ୍ୟା କିଣାଯିବାକୁ ନିଷ୍ପତ୍ତି ହୋଇଥିଲା।
ଏଥିପାଇଁ ଗତ ଅକ୍ଟୋବର ୨୨ରେ ଟେଣ୍ଡର ପ୍ରକାଶ ପାଇଥିଲା। ତେବେ ବହି ଜିଏସଟି ମୁକ୍ତ ହୋଇଥିବାବେଳେ ଏଥିରେ ପ୍ରକାଶକଙ୍କଠାରୁ କିନ୍ତୁ ଜିଏସଟି ସାର୍ଟିଫିକେଟ୍ ମଗାଯାଇଥିଲା। ଯାହାର ଫଳ ସ୍ବରୂପ ବହୁ ପ୍ରକାଶନୀ ସଂସ୍ଥା ଟେଣ୍ଡର ପକାଇ ପାରିଲେ ନାହିଁ। ଖାଲି ସେତିକି ନୁହେଁ ଯେଉଁ ୧ ନଭେମ୍ବର ଅପରାହ୍ନ ୩ଟାରେ ପର୍ଚେଜ୍ ଅର୍ଡର ସମାନ ସମୟରେ ଡେଲିଭରି ଅର୍ଡର ମଧ୍ୟ ଉଲ୍ଲେଖ ରହିଥିଲା। ଯାହାକି ଅସମ୍ଭବ। ଏହାକୁ ନେଇ ପ୍ରବଳ ଅଭିଯୋଗ ହେବା ପରେ ଗତ ୩ ତାରିଖରେ ଆଉ ଏକ ଟେଣ୍ଡର ୧୧ ପ୍ରକାର ବହିର ପ୍ରାୟ ୯ ହଜାର ଖଣ୍ଡ ବାହାରିଥିଲା, ଯେଉଁଥିରେ ଜିଏସଟି ପ୍ରମାଣପତ୍ର ଅପସନାଲ୍ ରଖାଯାଇଥିଲା।
ଦୁର୍ନୀତିର ଗନ୍ଧ
ଜିଲ୍ଲା ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ ନେଇ ପ୍ରକାଶକମାନେ ଘୋର ଆପତ୍ତି ଉଠାଇବା ସହ ଏହା ପଛରେ ପ୍ରିୟାପ୍ରୀତି ଓ କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ମଧ୍ୟ ବାରିଛନ୍ତି। ତାସହ ବହି ଚୟନ ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କଥା କେମିତି ଜିଲ୍ଲା ପ୍ରଶାସନ ଭୁଲିଗଲା ବୋଲି ପ୍ରଶ୍ନ ଉଠାଇଛି।....
କଟକ ଐତିହାସିକ ବାଲିଯାତ୍ରା ପଡ଼ିଆ ଭିତରେ କଟକ ଇନ୍ କଟକ ଅନ୍ତର୍ଗତ ସ୍ଥାନ, ଯେଉଁଠି ଓଡ଼ିଆ ଅସ୍ମିତାର ପ୍ରସାର ଓ ସୁରକ୍ଷା ଲକ୍ଷ୍ୟରେ ମାଗଣାରେ ବହି ବଣ୍ଟାଯିବାକୁ ସ୍ଥିର ହୋଇଛି। ବାର୍ତ୍ତା ଟିଏ ଦିଅନ୍ତୁ ଓ ପୁସ୍ତକଟିଏ ନିଅନ୍ତୁ ବୋଲି ଉଲ୍ଲେଖ ରହିଛି। ହେଲେ ସେଠିକୁ ଆଜି ଅପରାହ୍ନ ସୁଦ୍ଧା ବହି ଆସିନଥିଲା, ଲୋକମାନେ କେବଳ ସେଲଫି ନେଇ ସନ୍ତୁଷ୍ଟ ହେଉଥିଲେ। ତେଣେ ପ୍ରଶ୍ନ- ଏତେ କମ ସମୟରେ ହଜାର ହଜାର ସଂଖ୍ୟାରେ ବହି କିପରି ଛପାଯିବ ? ବାଲିଯାତ୍ରାରେ ମାଗଣା ବହି ବଣ୍ଟା ହିସାବ କେମିତି ରହିବ ?
ଜିଏସଟି ସାର୍ଟିଫିକେଟ୍ ଦ୍ବନ୍ଦ୍ବ ପାଇଁ ପ୍ରକାଶନୀ ସଂସ୍ଥାଙ୍କ କ୍ଷତି ପାଇଁ କିଏ ଦାୟୀ ରହିବ ? ଏସବୁ ଉତ୍ତର ଜାଣିବାକୁ ବାଲିଯାତ୍ରାରେ କଟକ ଇନ୍ କଟକର ପ୍ରାଧିକୃତ ଅଧିକାରୀଙ୍କୁ ପଚରା ଯାଇଥିଲେ ବି ତାଙ୍କଠାରୁ କିନ୍ତୁ ମିଳିନଥିଲା ସନ୍ତୋଷଜନକ ଉତ୍ତର।...
Chaos Erupts Over OSSC Exam Error: ପଦାରେ ପଡ଼ିଲା OSSC ଦ୍ବାରା ପରିଚାଳିତ ପରୀକ୍ଷା ବିଭ୍ରାଟ, ମେରିଟ୍ ଲିଷ୍ଟ ପ୍ରକାଶ ନପାଇବାରୁ ଆଶାୟୀଙ୍କ ହଙ୍ଗାମା

Chhattisgarh BJP Leaders Descend on Nuapada: ନୂଆପଡ଼ା ମଇଦାନରେ ମାଳ ମାଳ ଛତିଶଗଡ଼ ନେତା, ବିଜେପି ପାଇଁ ଚଳାଇଛନ୍ତି ଜୋରଦାର୍ ପ୍ରଚାର

Mohan’s Sharp Reply to ‘Traitor’ Jibe: ମୋହନଙ୍କ ପାଲଟା `ବେଇମାନ' ନିଶାନା, କହିଲେ ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରିନଥିବେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)