Advertisment

No Luck at Barabati: ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ, ଏଇୟା କହୁଛି ଇତିହାସ

ବାରବାଟୀରେ ଟିମ୍ ଇଣ୍ଡିଆର ରେକର୍ଡ ଖରାପ। ଖେଳିଛି ୩ଟି T20, ଜିତିଛି ମାତ୍ର ଗୋଟିଏ ମ୍ୟାଚ୍। ଟିମ୍ ଇଣ୍ଡିଆ ପାଖରେ ଅଛି ସୁବର୍ଣ୍ଣ ସୁଯୋଗ ବାରବାଟୀର ଟି ଟ୍ୱଣ୍ଟି ଇତିହାସକୁ ପରିବର୍ତ୍ତନ କରିବା ପାଇଁ।

author-image
Tapan Swain
Barabati

Barabati Photograph: (OTV)

ଖେଳିଛି ୩ଟି T20, ଜିତିଛି ମାତ୍ର ଗୋଟିଏ ମ୍ୟାଚ୍ । ରେକର୍ଡ କହୁଛି ଦକ୍ଷିଣ ଆଫ୍ରିକା ପାଇଁ ଶୁଭ ବାରବାଟୀ । 
ଆଉ କିଛି ସମୟର ଅପେକ୍ଷା। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ୍। ୫ ଶୃଙ୍ଖଳା ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ସାଉଥ ଆଫ୍ରିକା ସହ ଟିମ୍ ଇଣ୍ଡିଆର ହେବ ମହାଲଢେଇ। ଷ୍ଟାଡିୟମ୍ ପ୍ରସ୍ତୁତ, ପିଚ୍ ପ୍ରସ୍ତୁତ ଏବଂ ଫ୍ୟାନ ମାନେ ମଧ୍ୟ ଫୁଲ ଜୋସରେ।

Advertisment

ଏବେ କେବଳ ଟସ ପଡ଼ିବାକୁ ଅପେକ୍ଷା। ସଭିଙ୍କ ଆଶା ଆଜିର ମ୍ୟାଚରେ ସାଉଥଆଫ୍ରିଆକୁ ହରାଇ ଓଡ଼ିଆ ଫ୍ୟାନମାନଙ୍କୁ ବିଜୟ ଭେଟି ଦେବ ଟିମ୍ ଇଣ୍ଡିଆ। ତେବେ ଆସନ୍ତୁ ଜାଣିବା ବାରବାଟୀ ପିଚରେ କଣ ରହିଛି ଭାରତୀୟ ଦଳର ଟି ଟ୍ୱେଣ୍ଟି ରେକର୍ଡ। 

ବାରବାଟୀ ଷ୍ଟାଡିୟମରେ ମୋଟ୍ ୩ଟି ମ୍ୟାଚ ଖେଳିଛି ଭାରତ। ୨ଟି ସାଉଥ ଆଫ୍ରିକା ସହ ଓ ଗୋଟିଏ ଶ୍ରୀଲଙ୍କା ସହ। ତେବେ ଏଠାରେ ଖେଳାଯାଇଥିବା ୨ଟି ମ୍ୟାଚରେ ଭାରତକୁ ପରାସ୍ତ କରିଛି ଦକ୍ଷିଣ ଆଫ୍ରିକା। କେବଳ ଗୋଟିଏ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଥିଲା ଭାରତ।

Advertisment

୨୦୧୫ରେ ୬ ୱିକେଟରେ ଏବଂ ୨୦୨୨ରେ ୪ ୱିକେଟ୍ ରେ ବିଜୟୀ ହୋଇଥିଲା ଦକ୍ଷିଣ ଆଫ୍ରିକା ଦଳ। ତେଣୁ ଇତିହାସ କହୁଛି ବାରବାଟୀରେ ଟିମ୍ ଇଣ୍ଡିଆର T20 ରେକର୍ଡ ଖରାପ ରହିଛି। ଆଉ ସାଉଥ ଆଫ୍ରିକା ପାଇଁ ଏ ଷ୍ଟାଡିୟମ ଶୁଭ ପାଲଟିଛି।

ତେବେ ଆଜିର ମ୍ୟାଚ ପାଇଁ ବାରବାଟୀ ପିଚ୍ କୁ ଲାଲ ମାଟିର ବେସ୍ ସହ ତିଆରି କରାଯାଇଛି। ଏହା ବ୍ୟାଟିଂ ପାଇଁ ଏକ ଭଲ ୱିକେଟ ହେବ। ଏବଂ ଆଶା କରାଯାଉଛି ଏକ ହାଇସ୍କୋରିଂ ମ୍ୟାଚ ଦେଖିବାକୁ ମିଳିବ। ସେହିପରି ମ୍ୟାଚରେ ଟସ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଥମେ ବୋଲିଂ କରୁଥିବା ଦଳ ପାଇଁ ଏହା ଅଧିକ ଲାଭଦାୟକ ହୋଇପାରେ। 

ତେବେ ଆଜି ଟିମ୍ ଇଣ୍ଡିଆ ପାଖରେ ଅଛି ସୁବର୍ଣ୍ଣ ସୁଯୋଗ ବାରବାଟୀର ଟି ଟ୍ୱଣ୍ଟି ଇତିହାସକୁ ପରିବର୍ତ୍ତନ କରିବା ପାଇଁ। ଫ୍ୟାନଙ୍କ ପୂରା ସପୋର୍ଟ ମଧ୍ୟ ଭାରତୀୟ ଦଳ ପ୍ରତି ଅଛି। ODI ସିରିଜ ଜିତି ଇଣ୍ଡିଆ ଟିମର ସ୍ଥିତି ମଧ୍ୟ ଦୃଢ଼ ଅଛି। ତେଣୁ ସଭିଙ୍କ ବିଶ୍ବାସ ଆଜି ବାରବାଟୀ ଜିତି ବିଜୟ ଧ୍ୱଜା ଉଡାଇବେ ସୂର୍ଯ୍ୟକୁମାର ଆଣ୍ଡ କୋ ।

India-South Africa Team India Barabati Stadium T20
Advertisment
Related Articles
Advertisment