Advertisment

Shocking Crime: ଇଏ କେମିତିକା ପୁଅ, ଟଙ୍କା ପାଇଁ ବାପାମାଆଙ୍କୁ ମାରିଦେଲା

ପୁଅ ଜନ୍ମ କରିଥିଲେ । ପରିଣତ ବୟସରେ ସାହାରା ହେବ, ଦୁଃଖ ସୁଖ ବୁଝିବ । ମଲା ପରେ ମୁହଁରେ ନିଆଁ ଦବ । କେତେ ଦିଅଁ ଦେବତା ପୂଜି ନଥିବେ, କେତେ ଦୁଃଖ କଷ୍ଟ ସହି ମଣିଷ କରିନଥିବେ । ହେଲେ କେମିତି ସୈତାନ ପାଲଟିଗଲା ସେ ପୁଅ ।

author-image
Tapan Swain
Murder

Murder Photograph: (OTV)

ପୁଅ ଜନ୍ମ କରିଥିଲେ । ପରିଣତ ବୟସରେ ସାହାରା ହେବ, ଦୁଃଖ ସୁଖ ବୁଝିବ । ମଲା ପରେ ମୁହଁରେ ନିଆଁ ଦବ । କେତେ ଦିଅଁ ଦେବତା ପୂଜି ନଥିବେ, କେତେ ଦୁଃଖ କଷ୍ଟ ସହି ମଣିଷ କରିନଥିବେ । ହେଲେ କେମିତି ସୈତାନ ପାଲଟିଗଲା ସେ ପୁଅ । ବାପାର ବେକ କାଟିବା ଆଗରୁ ତା ହାତ ଥରିଲା ନାହିଁ । ଛୁରୀରେ ଶରୀରଟାକୁ ଖିନ୍‌ଖିନ୍‌ କରିପକାଇଲା । ଟଙ୍କା ପାଇଁ ବାପା ସହ ସାବତ ମାଆକୁ ମାରି ଶୁଆଇ ଦେଇଛି ପୁଅ । 

Advertisment

ଘରେ, ଦୁଆରେ ଭାସୁଛି ରକ୍ତ । ଶବ ହୋଇ ପଡିଛନ୍ତି ବାପାମାଆ । କଟକ ଦରଘା ବଜାର ପୁରୁଣା ଜେଲ୍ କଲୋନୀରେ ଘଟିଛି ଏ ଡବଲ ମର୍ଡର । ପାରିବାରିକ କଳହରୁ ଗଡିଛି ବାପା ଓ ସାବତ ମାଆର ମୁଣ୍ଡ । ଆଉ ହତ୍ୟା କରିବା ପରେ ଫେରାର୍ ନହୋଇ ବାପା ମାଆ ଶବ ପାଖରେ ବସିଥିଲା ପୁଅ ଆଲୋକ ଦାସ । 

ବାପା ଦୀପକ ଦାସ ଜେଲ୍ ବିଭାଗର ସେଲସ୍‌ ବିଭାଗରେ କାମ କରୁଥିଲେ । ସାବତ ମାଆ ହେଲେ ରୀତାରାଣୀ ଦାସ ।  ଯାହା ଜଣାପଡିଛି, ଜାଗା ବାବଦକୁ ୧୦ ଲକ୍ଷ ଟଙ୍କା ହାନି ହୋଇ ବାପାକୁ ଦେଇଥିଲେ ଆଲୋକ । ବାପାଙ୍କୁ ଟଙ୍କା ଫେରାଇବାକୁ ବାରମ୍ବାର କହିଥିଲେ । ହେଲେ ସେ ଫେରାଉ ନଥିବାରୁ ଅନେକ ଦିନରୁ ମାନସିକ ଚାପରେ ରହୁଥିଲେ ଆଲୋକ । ୟାକୁ ନେଇ ବାପ-ପୁଅ ଭିତରେ ତିକ୍ତତା ସୃଷ୍ଟି ହୋଇଥିଲା । 

Advertisment

ବାପାକୁ ମାରି ସ୍ତ୍ରୀକୁ ଫୋନ୍ କଲା 

ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ପୁଣିଥରେ ଟଙ୍କା ମାଗିବାକୁ ବାପା ରହୁଥିବା ଘରେ ପହଞ୍ଚିଥିଲା ପୁଅ । ସେଠି ଦୁହିଁଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ବାପା ସହ ମାଆର ତଣ୍ଟି କାଟି ମାରି ଦେଇଥିଲା ଆଲୋକ । ହତ୍ୟା କରି ସାରିବା ପରେ ସ୍ତ୍ରୀକୁ ଫୋନ୍ କରି କହିଥିଲା- ମୁଁ ସବୁ ଟେନସନ୍ ସାରିଦେଉଛି ।

ଏଠି ପ୍ରଶ୍ନ ଉଠୁଛି, ବାପାମାଆ ଜୀବନର ମୂଲ୍ୟ କଣ ସାମାନ୍ୟ ୧୦ ଲକ୍ଷ ! ଏ କେମିତିକା ପୁଅ ! ଇଏ ଗୋଟିଏ ଘଟଣା ନୁହେଁ, ଅନେକ ସମୟରେ ରକ୍ତ ସମ୍ପର୍କର ଏମିତି ରକ୍ତାକ୍ତ କାହାଣୀ ଥରାଇ ଦେଉଛି ସଭ୍ୟ ସମାଜକୁ । କେତେବେଳେ ପୁଅ ହାତରେ ବାପା ତ ଆଉ କେତେବେଳେ ମାଆ ବଳି ପଡୁଛି । ହେଲେ କାହିଁକି ଏମିତି ନୃଶଂସ ପାଲଟିଯାଉଛି ମଣିଷ ? 

Murder Son Kills Father
Advertisment
Related Articles
Advertisment